ETV Bharat / bharat

ଜେଲରେ କେମିତି କଟିଲା ଚିଦାମ୍ବରମଙ୍କ ପ୍ରଥମ ରାତି, ପଢନ୍ତୁ...

ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇଛନ୍ତି । ପ୍ରଥମ ଦିନର ରାତ୍ରି ଭୋଜନରେ ତାଙ୍କୁ ରୁଟି, ଡାଲି ଓ ଭାତ ଦିଆଯାଇଥିବାବେଳେ ସକାଳ ଜଳଖିଆରେ ଚା', ଚୁଡା ସନ୍ତୁଳା, ଦଲିଆ ଏବଂ ପାଉଁରୁଟି ଦିଆଯାଇଥିଲା ।

ଫାଇଲ ଫଟୋ
author img

By

Published : Sep 6, 2019, 2:41 PM IST

Updated : Sep 6, 2019, 2:59 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ ଶେଷରେ କୋର୍ଟ ତିହାର ଜେଲକୁ ପଠାଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସେ ଜେଲରେ ରହିବେ । ଜେଲରେ ତାଙ୍କର ପ୍ରଥମ ରାତି ଜଣେ ସାଧାରଣ କଏଦୀ ଭଳି କଟିଥିଲା । ପ୍ରଥମ ଦିନର ରାତ୍ରି ଭୋଜନରେ ତାଙ୍କୁ ରୁଟି, ଡାଲି ଓ ଭାତ ଦିଆଯାଇଛି ।

ଗୁରୁବାର ସନ୍ଧ୍ୟାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ତିହାର ଜେଲ ପଠାଯାଇଥିଲା । ଜେଲ ପଠାଯିବା ପୂର୍ବରୁ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କୁ 7 ନମ୍ବର ସେଲରେ ରଖାଯାଇଛି । ଆଜି ସକାଳ 7ଟାରେ ତାଙ୍କୁ ସକାଳ ଜଳଖିଆରେ ଚା', ଚୁଡା ସନ୍ତୁଳା, ଦଲିଆ ଏବଂ ପାଉଁରୁଟି ଦିଆଯାଇଥିଲା ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଅନ୍ୟ କଏଦୀଙ୍କ ଠାରୁ କିଛି ଭିନ୍ନ ସୁବିଧା ଉପଲବ୍ଧ ହୋଇଛି ସତ ହେଲେ ଅଧିକାଂଶ ସୁବିଧା ସାଧାରଣ କଏଦୀ ଭଳି ଦିଆଯାଇଛି । ତାଙ୍କୁ ୱେଷ୍ଟର୍ଣ୍ଣ ଟଏଲେଟ୍, ଚଷମା, ଔଷଧ, ସୁରକ୍ଷା ଓ ଅଲଗା ବାରାକ୍ ସମେତ ଆଉ କେତେକ ସୁବିଧା ଯୋଗାଇ ଦେବାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।

ସେହିପରି ସାଧାରଣ କଏଦୀଙ୍କ ଭଳି ସେ ଜେଲରେ ଥିବା ପୁସ୍ତକାଳୟର ବ୍ୟବହାର କରିପାରିବେ । ଏଥିସହିତ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଟିଭି ଦେଖିପାରିବେ । ଚିଦାମ୍ବରମ ଆରଓସି ମେସିନରୁ ପାଣି ପିଇ ପାରିବେ କିମ୍ବା କ୍ୟାଣ୍ଟିନରୁ ପାଣି ବୋତଲ କିଣି ପିଇବାର ସୁବିଧା ତାଙ୍କ ପାଇଁ ଉପଲବ୍ଧ ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଇଏଏକ୍ସ ଦୁର୍ନୀତି ମାମଲାରେ ତିହାର ଜେଲର ଏହି କୋଠରୀରେ 12 ଦିନ ପର୍ଯ୍ୟନ୍ତ ରଖାଯାଇଥିଲା । ସେହିପରି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଏବଂ ବ୍ୟାଙ୍କ ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣଜା ରତୁଲ ପୁରୀକୁ ମଧ୍ୟ ଏହି ଜେଲରେ ରଖାଯାଇଥିଲା ।

Intro:Body:

BLANK FOR LINK 

Conclusion:
Last Updated : Sep 6, 2019, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.