ETV Bharat / bharat

ଭାରତୀୟ ବାୟୁସେନାର କିଛି ଲଢୁଆ ହେଲିକପ୍ଟର - army

ଭାରତୀୟ ବାୟୁସେନା ପାଖରେ କିଛି ଏପରି ହେଲିକପ୍ଟର ରହିଛି । ଯାହା ସମସ୍ତ ପରିସ୍ଥିତିର ମୁକାବିଲା କରିପାରେ ।

ଫାଇଲ ଫଟୋ
author img

By

Published : May 26, 2019, 11:53 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ନିକଟରେ କିଛି ଏପରି ଲଢୁଆ ହେଲିକପ୍ଟର ରହିଛି ଯାହାର ବିଶେଷତ୍ବ ବେଶ୍ ଅଧିକ । ପ୍ରତିଟି ହେଲିକପ୍ଟରରେ ଭିନ୍ନଭିନ୍ନ ବିଶେଷତ୍ବ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସବୁ ଭାରତୀୟ ବାୟୁସେନାର ମୁଖ୍ୟ ହେଲିକପ୍ଟରର ସମ୍ପର୍କରେ... ।

କାମୋବ କିଏ-50 ଏବଂ 52

ରୁଷିୟାର ଏହି ଯୁଦ୍ଧ ବିମାନ କାମୋବ କିଏ-50 ଏବଂ 52କୁ ବ୍ଲାକ ସାର୍କ ମଧ୍ୟ କୁହାଯାଏ । ଏହି ହେଲିକପ୍ଟରରେ ଗୋଟିଏ ସିଟ୍ ରହିଛି ଯାହା ହାଲ୍କା ରଙ୍ଗର ହୋଇଥିବା ସହ ବେଶ୍ ଶକ୍ତିଶାଳୀ । ଏହାର ନିର୍ମାଣ 1980ରେ କରାଯାଇଥିଲା । କିନ୍ତୁ ରୁଷସେନା ଏହାକୁ 1995ରେ ବ୍ୟବହାର କରିଥିଲେ ।

ଏହି ହେଲିକପ୍ଟର ଅନ୍ୟ ହେଲିକପ୍ଟର ଠାରୁ ଆକାରରେ ଛୋଟ ହୋଇଥିବା କାରଣରୁ ଏହା ସମସ୍ତଙ୍କ ଠାରୁ ବେଶ୍ ଶକ୍ତିଶାଳୀ ଅଟେ । ଏହା କୌଣସି ବି ପରିସ୍ଥିତିରେ ବ୍ୟବହାର କରାଯାଇପାରେ । ଏହି ହେଲିକପ୍ଟର ଖୀପ୍ର ଗତିରେ ଉଡିବା ପାଇଁ ଏଥିରେ ତିନୋଟି ରୋଟର ବ୍ଲେଡ୍ ଲଗାଯାଇଛି । ଏଥିସହ ଏଥିରେ ପାଇଲଟ ପାଇଁ ଇଞ୍ଜେକ୍ସନ ସିଟ୍ ରହିଛି ଯାହା ଜରୁରୀକାଳୀନ ସ୍ଥିତିରେ ପାଇଲଟ ନିଜ ଜୀବନ ବଞ୍ଚାଇପାରିବାକୁ ସମର୍ଥ ହୋଇପାରିବେ । ତେବେ ଏହି ହେଲିକପ୍ଟରରେ 10,800 କିଲୋଗ୍ରାମ ଓଜନ ଉଠାଇବାର ସକ୍ଷମତା ରହିଛି । ଏଥିସହ ଏହି ହେଲିକାପ୍ଟର ଘଣ୍ଟା ପ୍ରତି 310 କିଲୋମିଟର ବେଗରେ ଉଡିବାର କ୍ଷମତା ମଧ୍ୟ ରଖିଛି ।

ଏମଆଇ-28 ଏଚ

ଏମଆଇ-28 ମଧ୍ୟ ରୁଷିୟ ହେଲିକପ୍ଟର ଅଟେ । ତେବେ ‘‘ନାଟୋ’’ ଏହାର ଅନ୍ୟ ନାମ ହକ୍ ଦେଇଛି । ଦୁଇ ସିଟ୍ ବିଶିଷ୍ଟ ଏହି ଆଣ୍ଟି ଆର୍ମର ଆଟାକ୍ ହେଲିକପ୍ଟରକୁ ସମସ୍ତ ପାଣିପାଗରେ ବ୍ୟବହାର କରାଯାଇପାରିବ । ଏହାଛଡା ଏହି ହେଲିକପ୍ଟରରେ ଗୁଳି ବାଜିଲେ ମଧ୍ୟ ଏହା ଉଡିବାର ସକ୍ଷମତା ରଖିଛି । ଏହାଛଡା ଏଥିରେ ଆଣ୍ଟି-ଟାଙ୍କ ମିଶାଇଲ ଲଗାଯାଇଛି । ତେବେ ଏହି ହେଲିକପ୍ଟରରେ 11,500 କିଲୋଗ୍ରାମ ଓଜନ ଉଠାଇବାର ସକ୍ଷମତା ରହିଛି । ଏଥିସହ ଏହି ହେଲିକପ୍ଟର ଘଣ୍ଟା ପ୍ରତି 320 କିଲୋମିଟର ଉଡିବାର କ୍ଷମତା ରଖିଛି ।

ୟୁରୋକୋପ୍ଟର ଟାଇଗର

ଏହି ହେଲିକପ୍ଟର ଫ୍ରାନ୍ସ ଏବଂ ଜର୍ମାନୀ ଦେଶ ଦ୍ବାରା ମିଳିତ ରୂପେ ନିର୍ମାଣ କରାଯାଇଛି । ଯୁଦ୍ଧକାଳୀନ ପରିସ୍ଥିତିରେ ୟୁରୋକପ୍ଟର ଟାଇଗର ହେଲିକପ୍ଟର ପ୍ରତିଟି ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ରଖିଛି । ଏହି ହେଲିକପ୍ଟରରେ 6000 କିଲୋଗ୍ରାମ ଓଜନ ଉଠାଇବାର କ୍ଷମତା ରହିଛି । ଏଥିସହ ଘଣ୍ଟା ପ୍ରତି 315 କିଲୋମିଟର ଉଡିବାର କ୍ଷମତା ମଧ୍ୟ ରଖିଛି ।

ଏଏଚ୍-1 ଜେଡ୍ ୱାପର

ଏହି ହେଲିକପ୍ଟର ଯୁଦ୍ଧକାଳୀନ ପରିସ୍ଥିତିରେ ସମସ୍ତ ପ୍ରକାର କାର୍ଯ୍ୟ କରିବାର କ୍ଷମତା ରଖିଥାଏ । ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟରକୁ ଜୁଲି କୋବ୍ରା ମଧ୍ୟ କୁହାଯାଏ । ଏଥିରେ ପାଇଲଟ ପାଇଁ ଗନରର ହେଲମେଟରେ ସାଇଟ ଡିସପ୍ଲେ ସିଷ୍ଟମ ରହିଛି । ଏହି ହେଲିକପ୍ଟରରେ 5580 କିଲୋଗ୍ରାମ ଓଜନ ଉଠାଇବାର କ୍ଷମତା ରହିଛି । ଏଥିସହ ଘଣ୍ଟା ପ୍ରତି 425 କିଲୋମିଟର ଉଡିବାର କ୍ଷମତା ମଧ୍ୟ ରଖିଛି ।

ସ୍ଲଗ- କେନାଲ ବନ୍ଧରୁ ଅଜଣା ମୃତଦେହ ଉଦ୍ଧାର, ଲୋକଙ୍କ ମଧ୍ୟରେ ଉତ୍ତେଜନା
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 26/05/2019
ଆଙ୍କର- ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ଅଜଣା ମୃତଦେହ ଉଦ୍ଧାରକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁସାରେ, ସୋର ଥାନା ମଙ୍ଗଳପୁର ଠାରେ ନିର୍ମାଣଧୀନ କେନାଲ ବନ୍ଧ ପାଖରେ ଆଜି ସନ୍ଧ୍ୟାରେ ଏକ ଅଜଣା ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। କେନାଲ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଠିକାଦାର ଡୋଜର ଲଗାଇ ଉଠାଇ ନେଉଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଉଠିଥିଲେ। ଲୋକମାନେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ବିଳମ୍ବରେ ଆସିବାକୁ ନେଇ ମଧ୍ୟ କିଛି ସମୟ ଉତ୍ତେଜନା ଦେଖା ଦେଇଥିଲା। ବହୁ ସମୟ ଲୋକଙ୍କୁ ବୁଝାସୁଝା ପରେ ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.