ETV Bharat / bharat

କୋଭିଡ-19 ମଧ୍ୟରେ ଅର୍ଥନୈତିକ ଅସମାନତାର ସମାଧାନ

କୋରୋନା ଭୂତାଣୁ ମହାମାରୀ ସାରା ବିଶ୍ବରେ ଭୟଙ୍କର ରୂପ ଧାରଣ କରିଛି। ଏହା କେତେ ଖରାପ ହୋଇପାରେ ତାହା ଆଜି ଚିନ୍ତାର ବିଷୟ ନୁହେଁ, ଦିନେ ନା ଦିନେ ଏହାର ଅବସାନ ହେବ। ସମୟ କ୍ରମରେ ହଇଜା, ପ୍ଲେଗ୍, ମିଳିମିଳା, ପୋଲିଓ, ଏନସେଫାଲାଇଟିସ, ବସନ୍ତ, ସାର୍ସ ଏବଂ ଇବୋଲା ଭଳି ମାରାତ୍ମକ ମହାମାରୀ ଦୂର ହୋଇପାରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ-19 ମଧ୍ୟରେ ଅର୍ଥନୈତିକ ଅସମାନତାର ସମାଧାନ
କୋଭିଡ-19 ମଧ୍ୟରେ ଅର୍ଥନୈତିକ ଅସମାନତାର ସମାଧାନ
author img

By

Published : Jul 31, 2020, 8:48 PM IST

କୋରୋନା ଭୂତାଣୁ ମହାମାରୀ ସାରା ବିଶ୍ବରେ ଭୟଙ୍କର ରୂପ ଧାରଣ କରିଛି। ଏହା କେତେ ଖରାପ ହୋଇପାରେ ତାହା ଆଜି ଚିନ୍ତାର ବିଷୟ ନୁହେଁ, ଦିନେ ନା ଦିନେ ଏହାର ଅବସାନ ହେବ। ସମୟ କ୍ରମରେ ହଇଜା, ପ୍ଲେଗ୍, ମିଳିମିଳା, ପୋଲିଓ, ଏନସେଫାଲାଇଟିସ, ବସନ୍ତ, ସାର୍ସ ଏବଂ ଇବୋଲା ଭଳି ମାରାତ୍ମକ ମହାମାରୀ ଦୂର ହୋଇପାରିଛି। ବର୍ତ୍ତମାନ ଲୋକଙ୍କ ଜୀବନ ଓ ଜୀବିକା ଉପରୁ ମହାମାରୀର ପ୍ରଭାବ କମାଯାଇ ପାରିବ ସେ ଦିଗରେ ସରକାରମାନେ ନିରବଚ୍ଛିନ୍ନ ଭାବେ କାମ କରିବା ଉଚିତ୍ ।

ଏ ସମୟରେ ଆଉ ଏକ ମହାମାରୀ, “ଅର୍ଥନୈତିକ ଅସମାନତା” ଉପରେ ନେତାମାନେ ଗୁରୁତ୍ବ ଦେବା ବି ଜରୁରୀ, ଯାହାକି ମାନବ ସମାଜକୁ ସଂକଟ ମୁହଁକୁ ଠେଲିଦେବ। କୋଭି଼-19, ସ୍ପାନିସ୍ ଫ୍ଲୁ 1920ରେ ବିଶ୍ବକୁ ଦୋହଲାଇ ଦେଇଥିଲା। ମଣିଷ ଅନେକ ମହାମାରୀ ଦେଖିଛି, କିନ୍ତୁ ସାମାଜିକ ଅସମାନତା ଅଧିକାଂଶ ଶ୍ରେଣୀର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। 1880ରେ ବିଶ୍ବରେ ଜନମଙ୍ଗଳକାରୀ ରାଷ୍ଟ୍ରର ପରିକଳ୍ପନା କରାଯାଇ ଏହାକୁ ଆରମ୍ଭ କରାଯାଇଥିଲା। ସାମାଜିକ ଅର୍ଥନୈତିକ କଠିନ ପରିସ୍ଥିତିରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଘଟିଥିଲା, ଆଉ ଏହା ଏକ ଜନମଙ୍ଗଳକାରୀ ରାଷ୍ଟ୍ରକୁ ସୁଦୃଢ କରିଥିଲା ।

ସ୍ବାଧୀନତା ହାସଲର 73 ବର୍ଷ ପରେ ବି ଅର୍ଥନୈତିକ ବୈଷମ୍ୟ ଆମ ଦେଶରେ ଅଧିକାଂଶରେ ଦେଖିବାକୁ ମିଳୁଛି। ଜନମଙ୍ଗଳକାରୀ ରାଷ୍ଟ୍ରର ମୂଳ ଆଧାର ଯଥା ସମାନ ପ୍ରକାର ନିଯୁକ୍ତି ସୁବିଧାସୁଯୋଗ ଏବଂ ସମ୍ପତ୍ତି ଆବଣ୍ଟନ ପ୍ରତି ସରକାର ଅବହେଳା କରୁଛନ୍ତି। କୁପରିଚାଳନା, ଦୂର୍ନୀତି ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଭାରତରେ ସାମାଜିକ କଲ୍ୟାଣ ଯୋଜନା ସବୁ ବିଫଳ ହେଉଛି ।

ଲୋକଙ୍କ ସ୍ବାସ୍ଥ୍ୟ, ଅର୍ଥନୈତିକ ଏବଂ ସାମାଜିକ ସୁରକ୍ଷା ପାଇଁ କେବଳ ସରକାରୀ ଯୋଜନା ସ୍ତରରେ ଯୋଗଦାନ ସୀମିତ ରହୁଛି। ଏଥିପାଇଁ ଭାରତକୁ ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ଆଖ୍ୟା ମିଳିଛି। ଫରବେସ ବାର୍ଷିକ ତାଲିକାକୁ ଦେଖିଲେ, ବିଶ୍ବରେ 2095 ଜଣ ବିଲିଓନେୟାର(ସବୁଠାରୁ ଅଧିକ ଧନୀ ବ୍ୟକ୍ତି) ଅଛନ୍ତି, ଏମାନଙ୍କ ଭିତରେ ଥିବା 102 ଜଣ ଭାରତୀୟ। ଦେଶର ମୋଟ ଜନସଂଖ୍ୟା ଦୃଷ୍ଟିରୁ ଏହି ସଂଖ୍ୟା କମ୍ ହୋଇପାରେ,କିନ୍ତୁ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତରେ ଏକ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର 73 ପ୍ରତିଶତ ରହିଛି ।

ଏହା ଫଳରେ ଅର୍ଥନୈତିକ ଅସମାନତା ବଢି ଚାଲିଛି, ଭାରତର ଗରିବ ଲୋକ କ୍ଷୁଧା ଓ ଅସୁସ୍ଥତା କାରଣରୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଦୁର୍ଭାଗ୍ୟର କଥା, ଲୋକଙ୍କୁ ମାଛ କିପରି ଧରିବା ଶିଖାଇବା ପରିବର୍ତ୍ତେ, ଆମ ସରକାର ଅବାସ୍ତବ ଯୋଜନା ଜରିଆରେ ମାଛ ଯୋଗାଇ ଦେଉଛନ୍ତି। .ରାଜନୈତିକ ଦଳଗୁଡିକ ଜନକଲ୍ୟାଣ ଯୋଜନାମାନ କରି ଭୋଟରମାନଙ୍କୁ ପ୍ରଭାବିତ କରିବା ସହ ସେମାନଙ୍କ ବିଜୟ ପକ୍କା କରି ଦେଉଛନ୍ତି। ଯେହେତୁ କୌଣସି ଦଳ ନିର୍ବାଚନ ଜିତିବା ବ୍ୟତୀତ ଜନକଲ୍ୟାଣ ଯୋଜନା ପ୍ରତି ଆଗ୍ରହୀ ନୁହଁନ୍ତି, ଏଠାରେ ଗରୀବ ଅଧିକରୁ ଅଧିକ ଗରୀବ ହେଉଛନ୍ତି ।

ଔପନିବେଶବାଦ ଶାସନ ପୂର୍ବରୁ ଭାରତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ରହିଥିଲା । ବ୍ରିଟିଶ ଶାସନ ଆମକୁ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ପଙ୍ଗୁ କରିଦେଇଗଲେ। ସ୍ବାଧୀନୋତ୍ତର କାଳରେ ଆମର ପ୍ରମୁଖ ନେତାମାନେ ବିଭିନ୍ନ ନୀତି ବାହାର କରି ଦେଶକୁ ବଞ୍ଚାଇ ରଖିଲେ। ଏହାପରେ ଜନସଂଖ୍ୟା ବୃଦ୍ଧି କାରଣରୁ ପରବର୍ତ୍ତୀ ସରକାର 1965ରେ ସବୁଜ ବିପ୍ଳବ ଆରମ୍ଭ କରିଥିଲେ, ଫଳରେ ଖାଦ୍ୟ ଶସ୍ୟ ଉତ୍ପାଦନ ବଢିଥିଲା। 1990ରେ ଭାରତରେ ଆରମ୍ଭ ହୋଇଥିଲା ବ୍ୟାପକ ଅର୍ଥନୈତିକ ସଂସ୍କାର ଏବଂ ବିଶ୍ବ ବଜାରକୁ ଦ୍ବାର ଖୋଲିଥିଲା ।

ତଥାପି ଆତ୍ମନିର୍ଭରଶୀଳତା ଏକ ଦିବା ସ୍ବପ୍ନ ହୋଇ ରହିଗଲା। ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଆମଦାନୀ ଜିଡିପିର 23.64 ପ୍ରତିଶତ ରହିଥିବା ବେଳେ ରପ୍ତାନି ହାର ହେଉଛି 19.74 ପ୍ରତିଶତ। ଆମେ ଏବେ ବି ଔଷଧ, ଇଲୋକ୍ଟ୍ରୋନିକ୍ସ, ପ୍ରତିରକ୍ଷା ଯନ୍ତ୍ରପାତି, ଅଶୋଧିତ ତୈଳ ଏବଂ ସେମି କଣ୍ଡକଟର ପାଇଁ ମୁଖ୍ୟତଃ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ । ବର୍ତ୍ତମାନର ମହାମାରୀ ଏବଂ କ୍ରମାଗତ ଲକଡାଉନ କାରଣରୁ ଆମର ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ବ୍ୟବସ୍ଥା ଟଳମଳ ହୋଇଗଲାଣି, ଶେଷରେ ବିପର୍ଯ୍ୟସ୍ତ ହୋଇପଡିବ। ଦାଦନ ଶ୍ରମିକଙ୍କ ଦୁଃଖର କାହାଣୀ ସାରା ବିଶ୍ବରେ ଆମକୁ ନିନ୍ଦିତ କରିଛି । ବ୍ରୋକିଙ୍ଗସ ପ୍ରକାଶ କରିଥିବା ତାର ବାର୍ଷିକ ରିପୋର୍ଟରେ ଭାରତରେ 7 କୋଟି 30 ଲକ୍ଷ ଲୋକ ଅତି ଦରିଦ୍ର ଅବସ୍ଥାରେ ରହୁଛନ୍ତି। ଏପରିକି ମଧ୍ୟବିତ୍ତ ଶ୍ରେଣୀର ଲୋକେ ବି ଦୟନୀୟ ଅବସ୍ଥାରେ ଅଛନ୍ତି ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନମିର ଏକ ଆକଳନ ଅନୁଯାୟୀ ବର୍ଷ 2019-20ରେ ବେକାରୀ ହାର 6.3 ପ୍ରତିଶତକୁ ବୃଦ୍ଧି ପାଇଛି। ଏବେକାର ପରିସ୍ଥିତିରେ ଉଭୟ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ର ମଧ୍ୟ ସଂଘର୍ଷ କରୁଛନ୍ତି । ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନିଯୁକ୍ତି ଓ ଜୀବନଜୀବିକା ହରାଇଛନ୍ତି। ଏବେ ଦେଖିବାକୁ ହେବ ଆତ୍ମନିର୍ଭର ଭାରତ ଆମକୁ ଏ ସଂକଟରୁ ଦୂର କରିପାରୁଛି କି। ଯେତେ ଦିନ ଯାଏଁ ନିଯୁକ୍ତି, ଆୟ ଏବଂ କ୍ରୟ କ୍ଷମତାକୁ ସ୍ବତନ୍ତ୍ର ମାପଦଣ୍ଡ ଭାବେ ବିଚାର ନ କରିବା ସେତେ ଦିନ ଯାଏଁ ଆତ୍ମନିର୍ଭର ହେବା ଅସମ୍ଭବ। ସୁତରାଂ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସମ୍ପତ୍ତ ପୁନଃଆବଣ୍ଟନ ପାଇଁ ସରକାର ନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କୋଭିଡ-19 ମହାମାରୀ ସରକାରଙ୍କ ପାଇଁ ଏକ ସଠିକ୍ ସମୟ, ଯେଉଁ ସମୟରେ ସାମ୍ପ୍ରତିକ ସଂକଟ ପ୍ରତି ଧ୍ୟାନ ଦେଇ ଅର୍ଥନୈତିକ ଅସମାନତା କମାଇବାକୁ ରାସ୍ତା ବାହାର କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.