ETV Bharat / bharat

ପାକର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଶହୀଦ - ଯବାନ ସେପୋଇ ଲକ୍ଷ୍ମଣ

ବୁଧବାର ଜମ୍ମୁ କାଶ୍ମୀର ରାଜୌରୀର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ଭାରତ ପାକିସ୍ତାନ ମଧ୍ୟରେ ଗୁଳି ବିନିମୟ । ଜଣେ ଯବାନ ଶହୀଦ ହୋଇଛନ୍ତି। ଅଧିକ ପଢନ୍ତୁ...

ଶହୀଦ ଯବାନ ସେପୋଇ ଲକ୍ଷ୍ମଣ
ଶହୀଦ ଯବାନ ସେପୋଇ ଲକ୍ଷ୍ମଣ
author img

By

Published : Feb 4, 2021, 7:54 AM IST

ଶ୍ରୀନଗର: ଦେଶର ସୁରକ୍ଷା ପାଇଁ ପୁଣି ଜଣେ ଯବାନ ଶହୀଦ । ବୁଧବାର ଜମ୍ମୁ କାଶ୍ମୀର ରାଜୌରୀର ନିୟନ୍ତ୍ରଣ ରେଖା ନିକଟରେ ଭାରତ ପାକିସ୍ତାନ ମଧ୍ୟରେ ଗୁଳି ବିନିମୟ। ଜଣେ ଯବାନ ଶହୀଦ ହୋଇଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି ।

ଯବାନ ଜଣଙ୍କ ହେଲେ ରାଜସ୍ଥାନ ଯୋଧପୁରର ବାସିନ୍ଦା ସେପୋଇ ଲକ୍ଷ୍ମଣ । ଚଳିତ ବର୍ଷ ଚତୁର୍ଥ ସୈନିକ ଭାବେ ଦେଶ ପାଇଁ ଜୀବନ ଦେଇଛନ୍ତି ଲକ୍ଷ୍ମଣ । ରାଜୌରୀର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା । ତେବେ ଶତ୍ରୁକୁ ଭାରତ ସାମନା କରି ଜବାବ ଦେଇଛି ବୋଲି କହିଛନ୍ତି ସେନା ମୁଖପାତ୍ର ।

ସେପୋଇ ଲକ୍ଷ୍ମଣ ଜଣେ ସାହାସୀ,ପ୍ରେରଣାଦାୟକ ଓ ଦାୟିତ୍ବବାନ ସେନା ଥିଲେ । ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ କର୍ତ୍ତବ୍ୟ ପ୍ରତି ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ । ଏହା ପୂର୍ବରୁ ଜାନୁଆରୀରେ ତିନିଜଣ ଭାରତୀୟ ସେନା ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.