ETV Bharat / bharat

ପ୍ରତିଭାଙ୍କ ନୂଆ ପରିଚୟ ସୋସିଆଲ ମିଡିଆ, ପ୍ରଥମେ ରାନୁ ଏବେ ଅନନ୍ୟା - କନ୍ନୁର

ସୋସିଆଲ ମିଡିଆରେ କେରଳର ଦୃଷ୍ଟିହୀନ କନ୍ୟା ଅନନ୍ୟାଙ୍କୁ ନେଇ ଚର୍ଚ୍ଚା । ତାଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 6, 2019, 11:03 AM IST

ଥିରୁଅନନ୍ତପୁରମ: ଆଜିର ସମାଜରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଲାଣି। ସମାଜରେ ଏକ ଜାଗ୍ରତ ପ୍ରହରୀ ରୂପେ କାମ କରୁଛି ସୋସିଆଲ ମିଡିଆ । ଲୋକଙ୍କୁ ପ୍ରସିଦ୍ଧ କରିବାରେ ମଧ୍ୟ ଏହାର ଭୂମିକା କିଛି କମ ନୁହେଁ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ ।

ସୋସିଆଲ ମିଡିଆରେ ଚହଳ ପକାଉଛି ଦୃଷ୍ଟିହୀନ କନ୍ୟାର ସୁମଧୁର ସଙ୍ଗୀତ । ରାସ୍ତାଘାଟ- ଗଳିକନ୍ଦି ସବୁଠି ତାଙ୍କର ଚର୍ଚ୍ଚା । ଆମେ କହୁଛୁ କେରଳ କନ୍ନୁରର ଜଣେ 8 ବର୍ଷୀୟ ଦୃଷ୍ଟିହୀନ କନ୍ୟା କଥା । ତାଙ୍କ ନାମ ଅନନ୍ୟା । ନିକଟରେ ସେ ପାର୍ବତୀ ନାମକ ସିନେମାର ‘ନି ମୁକୁଲୋ’ ଗୀତ ଗାଇଥିଲେ । ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ ଚାରିଆଡେ ଚର୍ଚ୍ଚା । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । କୁନି ପ୍ରତିଭାକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ସୋସିଆଲ ମିଡିଆରେ ଅନେକଙ୍କ ପାଇଁ ବରଦାନ ପାଲଟିଛି । ଲୁକାୟିତ ହୋଇ ରହିଥିବା ପ୍ରତିଭାକୁ ଆଗକୁ ଆଣିବାକୁ ସୋସିଆଲ କିଭଳି ଭୂମିକା ଗ୍ରହଣ କରୁଛି ତାହା ଆମେ ଦେଖିଥିଲେ ରାନୁ ମଣ୍ଡଳଙ୍କ କ୍ଷେତ୍ରରେ । ଷ୍ଟେସନରେ ଭିକ ମାଗି ପେଟ ପୋଷୁଥିବା ରାନୁଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା ସୋସିଆଲ ମିଡିଆ । ସେହିପରି ଅନନ୍ୟାଙ୍କ ପ୍ରତିଭାକୁ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସମ୍ମାନ ମିଳିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.