ETV Bharat / bharat

ଶ୍ରୀଲଙ୍କାରେ ବନ୍ଦ ସୋସିଆଲ ମିଡିଆ !

ଏପ୍ରିଲ 21, 2019 । ଲୋକଙ୍କ ଆଖି ନଫିଟୁଣୁ ରବିବାର ଇଷ୍ଟର ପର୍ବରେ ସ୍ଥାନୀୟ 3ଟି ଚର୍ଚ୍ଚରେ ଆରମ୍ଭ ହୋଇଥିଲା ଆଖିବୁଜା ଗୁଳି ବର୍ଷଣ । ସେହି କଳାଦିନକୁ ନେଇ ସୋମବାର କେତେକ ସୋସିଆଲ ମିଡିଆ ସାଇଟ୍‌କୁ ଅସ୍ଥାୟୀ ଭାବେ ବ୍ଲକ କରିଛି ଶ୍ରୀଲଙ୍କା ।

author img

By

Published : May 13, 2019, 7:29 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କଲମ୍ବୋ: ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପରେ କଡା ପଦକ୍ଷେପ ନେଇଛି ଏହି ଦେଶ । କେତେକ ସୋସିଆଲ ମିଡିଆ ସାଇଟ୍‌କୁ ଅସ୍ଥାୟୀ ଭାବେ ବ୍ଲକ କରିଛି ଶ୍ରୀଲଙ୍କା । ସାମାନ୍ୟ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ଗୁରୁତର ସହ ନେଇଛି ଦେଶ । ଏଥିରେ ଫେସବୁକ୍‌ ଓ ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ସାମିଲ ରହିଛି ।

ସୂଚନା ଅନୁଯାୟୀ 21 ଏପ୍ରିଲର ଇଷ୍ଟର ବ୍ଲାଷ୍ଟ ପରେ ମୁସଲମାନ ବ୍ୟବସାୟ ସ୍ଥଳ ଓ ମସ୍‌ଜିଦ ଉପରେ ଆରମ୍ଭ ହୋଇଥିଲା ଆକ୍ରମଣ । ପ୍ରତିଦିନ ଏଠାରେ ଆରମ୍ଭ ହୋଇଥିଲା ପଥରମାଡ । ଫଳରେ ଅଧିକାଂଶ ଆହତ ହେବା ସହ ପରବର୍ତ୍ତୀ ସମୟରେ ଏହା ସାମ୍ପ୍ରଦାୟିକ ହିଂସାକାଣ୍ଡର ରୂପ ନେଇଥିଲା । ତେଣୁ ଏହି ସୋସିଆଲ ମିଡିଆ ସାହାଯ୍ୟରେ ସାମ୍ପ୍ରଦାୟିକ ଭାବନାକୁ ଆକ୍ଷେପ କରାଯିବା ସହ ଏହା ହିଂସାକାଣ୍ଡକୁ ଖୋରାକ ଯୋଗାଉଥିବା ପ୍ରକାଶ କରିଛି ଶ୍ରୀଲଙ୍କା ।

ସେପଟେ ଏହାଦ୍ବାରା ଦେଶରେ ଶାନ୍ତି ବଜାୟ ରହିବା ସହ ଗୁଜବ ପ୍ରଚାର ବନ୍ଦ ହେବ ବୋଲି ଆଶା ରଖାଯାଇଥିବା ମଧ୍ୟ ସେ କହିଛନ୍ତି । ଗତ ଏପ୍ରିଲ 21 ଇଷ୍ଟର ପର୍ବ ଚାଲିଥିବା ସମୟରେ ଦେଶର 3ଟି ଚର୍ଚ୍ଚରେ ହୋଇଥିଲା ଆଖିବୁଜା ଗୁଳି ବର୍ଷଣ । ଏହି ଆକ୍ରମଣରେ 250ରୁ ଊର୍ଦ୍ଧ୍ବ ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.