ସିମଲା: ହିମାଚଳପ୍ରଦେଶରେ ଅତ୍ୟଧିକ ବରଫପାତ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାଣିପାଗ ନିର୍ଦ୍ଦେଶକ ମନମୋହନ ସିଂଙ୍କ ସୂଚନାନୂସାରେ, ସିମଲା, କୁଫରୀ, ଚାୟଲ ଓ ଡଲହୌଜୀରେ ଶୁକ୍ରବାର ରାତିସାରା ବରଫପାତ ହୋଇଥିବାବେଳେ ପାହାଡର ତଳ ଭାଗରେ ବର୍ଷା ହୋଇଛି । ଯେଉଁ କାରଣରୁ କେତେକ ସ୍ଥାନରେ ତାପମାତ୍ରାରେ ହ୍ରାସ ହୋଇଛି।
ତେବେ ସିମଲାରେ ସର୍ବନିମ୍ନ ତାପମାତ୍ରା 0.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ସିମଲାରେ 6 ସେଣ୍ଟିମିଟରର ବରଫ ଜମା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ଶନିବାର ସକାଳୁ ମନାଲୀ ଓ ଆଖପାଖ ଅଞ୍ଚଳରେ ଅତ୍ୟଧିକ ମାତ୍ରାରେ ବରଫପାତ ହୋଇଛି।
ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜଧାନୀ ସିମଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବରଫପାତ ହେବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
@IANS