ETV Bharat / bharat

କ୍ବାରେଣ୍ଟାଇନ ସେଣ୍ଟରରେ ସାପ କାମୁଡାରେ ବାଳିକା ମୃତ - ଉତ୍ତରାଖଣ୍ଡର ନୈନୀତାଲ କ୍ବାରେଣ୍ଟାଇନ ସେଣ୍ଟରରେ ସାପ

ଉତ୍ତରାଖଣ୍ଡର ନୈନୀତାଲରେ ନିର୍ମିତ କ୍ବାରେଣ୍ଟାଇନ ସେଣ୍ଟରେ ବାହାରିଲା ସାପ । ଜଣେ 4 ବର୍ଷିୟ ବାଳିକାକୁ ସାପ କାମୁଡିବାରୁ ପ୍ରାଣ ହରାଇଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କ୍ବାରେଣ୍ଟାଇନ ସେଣ୍ଟରରେ ସାପ କାମୁଡାରେ ବାଳିକା ମୃତ

author img

By

Published : May 26, 2020, 1:03 AM IST

ଡେରାଡୁନ: ଉତ୍ତରାଖଣ୍ଡର ନୈନୀତାଲରେ ନିର୍ମିତ କ୍ବାରେଣ୍ଟାଇନ ସେଣ୍ଟରେ ବାହାରିଲା ସାପ । ଏହି ସେଣ୍ଟରେ ରହୁଥିବା ଛୋଟ ଝିଅଟି ସାପ କାମୁଡାରେ ପ୍ରାଣ ହରାଇଲା । ଏହି ଅଞ୍ଚଳର ବୈତାଲ ଘାଟିସ୍ଥିତ ଏକ ପ୍ରାଥମିକ ସ୍କୁଲକୁ ସରକାର ପକ୍ଷରୁ କ୍ବାରେଣ୍ଟାଇନ ସେଣ୍ଟର ଭାବେ ନିର୍ମିତ କରାଯାଇଛି ।

ସୂଚନା ଅନୁସାରେ ନିଜ ପରିବାର ସହ ଜଣେ 4 ବର୍ଷିୟ ଝିଅ ଏହି କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲା । ତେବେ ସୋମବାର ସକାଳେ ଅଚାନକ ସାପଟି ଆସି ବାଳିକାକୁ ଚୋଟ ମାରିଲା । ଏହା ଦେଖି ଉପସ୍ଥିତ ଲୋକେ ତୁରନ୍ତ 108 ଆମ୍ବୁଲାନ୍ସକୁ ଖବର ଦେଲେ । ଯାହାପରେ ଆମ୍ବୁଲାନ୍ସ ଆସି ବାଳିକାଟିକୁ ନେଇ ଡାକ୍ତରଖାନାରେ ଭାର୍ତ୍ତି କରାଇଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ପ୍ରାଥମିକ ବିଦ୍ୟାଳରେ ତିଆରି କରାଯାଉଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଆନନ୍ଦ ସିଂହଙ୍କ ପରିବାରକୁ ରଖାଯାଇଥିଲା । ଏହି ପରିବାର ସମ୍ପ୍ରତ୍ତି ଦିଲ୍ଲୀରୁ ଚିକିତ୍ସା କରାଇ ନିଜ ଘରକୁ ଫେରିଥିଲେ । ଏହା ଦେଖି ପଞ୍ଚାୟତର ସରପଞ୍ଚ ତାଙ୍କର ସପରିବାରକୁ କ୍ବାରେଣ୍ଟାଇନରେ ରହିବାକୁ କହିଥିଲେ । ତିନି ଦିନ ପୂର୍ବେ ଏହି ପରିବାର କ୍ବାରେଣ୍ଟାଇନରେ ରହିଥିଲେ ଏବଂ ଆଜି ସକାଳେ ସାପ କାମୁଡାରେ ବାଳିକାର ମୃତ୍ୟୁ ଘଟିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.