ନୂଆଦିଲ୍ଲୀ: ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ ସମସ୍ତ ଫ୍ୟାଶନ୍ ଡିଜାଇନର୍, ହିତାଧିକାରୀ ଏବଂ ଭାରତୀୟ ଫ୍ୟାଶନ୍ ଡିଜାଇନର ସମର୍ଥକଙ୍କୁ ଏକ ଭିଡିଓ ଜରିଆରେ ବାର୍ତ୍ତା ପଠାଇଛନ୍ତି । ଭିଡିଓରେ ମନ୍ତ୍ରୀ କୋଭିଡ-19 ସହାୟତା ପାଣ୍ଠି (ସିଏସଏସଏଫ ଓ ଏଫଡିସିଆଇ) ନାମକ ଫ୍ୟାଶନ ଡିଜାଇନ କାଉନସିଲର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଭିଡିଓରେ ଇରାନୀ କହିଛନ୍ତି, ‘ଭାରତୀୟ ଫ୍ୟାଶନ ଭାଇଚାରା ହେଉଛି ଭାରତୀୟ ବୟନ ଶିଳ୍ପର ଗର୍ବ । ଫ୍ୟାଶନ ଡିଜାଇନ କାଉନସିଲ ଅଫ ଇଣ୍ଡିଆ ସୁନୀଲ ସେଠୀଙ୍କୁ ମୋର କୃତଜ୍ଞତା । ଯାହାଙ୍କ ନେତୃତ୍ବରେ ଏହି ପାଣ୍ଠିରେ ସାହାଯ୍ୟ କରିବାକୁ କୋଭିଡ-19 ଆଗକୁ ଆସିଥିଲା ମୁଁ ଆଶା କରୁଛି ଏହି ଚ୍ୟାଲେଞ୍ଜ ସମୟରେ ଡିଜାଇନର୍, ଡିଜାଇନ୍ ହାଉସ୍ ଏବଂ ସେମାନଙ୍କ ସହ ଜଡିତ ଅନ୍ୟାନ୍ୟ ସଂସ୍ଥା ସାହାଯ୍ୟରେ ଏହି ପାଣ୍ଠି ଆସିବ ଏବଂ ସମସ୍ତଙ୍କୁ ସହାୟକ ମଧ୍ୟ ହେବ।’
ସେ ପୁଣି କହିଛନ୍ତି, ‘ମୋର ବିଶ୍ବାସ ରହିଛି ଯେ ଆମେ ଏକାଠି ମିଶି ଏହି ଘଡିସନ୍ଧି ମୁହୂର୍ତ୍ତକୁ ସାମ୍ନା କରିବା । ବୟନଶିଳ୍ପ ମନ୍ତ୍ରୀ ଭାବରେ ମୁଁ କେବଳ କହିପାରିବି ଯେ ଆପଣମାନେ ଏହି ସମୟରେ ଆମ କାନ୍ଧ ସହ କାନ୍ଧ ମିଶାଇ ଠିଆ ହୋଇଥିବାରୁ ଧନ୍ୟବାଦ ।’
@IANS