ETV Bharat / bharat

ସଂଘର୍ଷର ଅନ୍ୟ ନାମ ସ୍ମୃତି, ପ୍ରସବର ଦୁଇ ଦିନ ପରେ କାର୍ଯ୍ୟରେ ଦେଇଥିଲେ ଯୋଗ

ସଘର୍ଷର ଅନ୍ୟନାମ ସ୍ମୃତି ଇରାନୀ ବୋଲି ଚର୍ଚ୍ଚା ହୁଏ । ଟିଭି କ୍ୟାରିୟରରେ ମଧ୍ୟ ତାଙ୍କ ସଘର୍ଷକୁ ସମସ୍ତେ ଖୁବ ପ୍ରଶଂସା କରନ୍ତି । ପ୍ରଥମଥର ଆମେଠିରୁ ନିର୍ବାଚନ ହାରିବା ପରେ ମଧ୍ୟ ସ୍ମୃତି ହାର ମାନି ନଥିଲେ । ଆଉ ସେ ଦ୍ବିତୀୟଥର ପାଇଁ ଆମେଠି ଆସନରୁ ଛିଡା ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । ତାଙ୍କ ସହ କିଛି ଜଡିତ କିଛି ଖାସ କଥା ସମ୍ପର୍କରେ ଜାଣନ୍ତୁ...

author img

By

Published : May 24, 2019, 3:17 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଇତିହାସ ରଚିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଗାନ୍ଧି ପରିବାରର ଗଡ କୁହାଯାଉଥିବା ଉତ୍ତରପ୍ରଦେଶ ଆମେଠି ଲୋକସଭା ଆସନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଛଡାଇ ନେଇଛନ୍ତି ସ୍ମୃତି । ତାଙ୍କର ଏହି ବିଜୟ ପରେ ସ୍ମୃତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି ।

ତେବେ ସଘର୍ଷର ଅନ୍ୟନାମ ସ୍ମୃତି ଇରାନୀ ବୋଲି ଚର୍ଚ୍ଚା ହୁଏ । ଟିଭି କ୍ୟାରିୟରରେ ମଧ୍ୟ ତାଙ୍କ ସଘର୍ଷକୁ ସମସ୍ତେ ଖୁବ ପ୍ରଶଂସା କରନ୍ତି । ପ୍ରଥମଥର ଆମେଠିରୁ ନିର୍ବାଚନ ହାରିବା ପରେ ମଧ୍ୟ ସ୍ମୃତି ହାର ମାନି ନଥିଲେ । ଆଉ ସେ ଦ୍ବିତୀୟଥର ପାଇଁ ଆମେଠି ଆସନରୁ ଛିଡା ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । ତାଙ୍କ ସହ ଜଡିତ କିଛି ଖାସ କଥା ସମ୍ପର୍କରେ ଜାଣନ୍ତୁ...

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜନ୍ମ 23 ମାର୍ଚ୍ଚ 1976 ମସିହାରେ ମଧ୍ୟମ ପରିବାରରେ ହୋଇଥିଲା । ସେ ତିନି ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ। 2001ରେ ଜୁବିନ ଇରାନୀଙ୍କୁ ବିବାହ କରିଥିଲେ । ଜୁବିନଙ୍କ ପାଇଁ ଏହା ଦ୍ବିତୀୟ ବିବାହ ଥିଲା । ସେମାନଙ୍କ ଗୋଟିଏ ପୁଅ ଜୋହନ ଓ ଝିଅ ଜୋଇଶ ରହିଛି ।

ସ୍ମୃତି ଯେତେବେଳେ ନିଜ କ୍ୟାରିୟରକୁ ନେଇ ସଂଘର୍ଷ କରୁଥିଲେ । ସେତେବେଳେ ତାଙ୍କର ଫରାସୀ ବ୍ୟବସାୟୀ ଜୁବିନ ଇରାନିଙ୍କ ସହ ବନ୍ଧୁତ୍ବ ହୋଇଥିଲା ।

1998 ମସିହାରେ ସ୍ମୃତି ମିସ ଇଣ୍ଡିଆର ଫାଇନାଲିଷ୍ଟ ମଧ୍ୟ ରହିଛନ୍ତି । ସେହି ସମୟରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟେଲି ଧାରାବାହିକ "କଭି ଶାସ ଭି କଭି ବହୂ ଥି" ରୁ ନିଜ ପରିଚୟ ସୃଷ୍ଟି କରିପାରିଥିଲେ ସେ । ସେଥିରେ ସେ ତୁଲସୀ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିତିଥିଲେ ।

ସେ 2001 ମସିହା ଅକ୍ଟୋବରରେ ପୁଅ ଜୋହନଙ୍କୁ ଜନ୍ମ ଦେଇଥିଲେ । ଆଉ ସେହି ସମୟରେ ସେ "କଭି ଶାସ ଭି କଭି ବହୂ ଥି"ରେ ମଧ୍ୟ କାମ କରୁଥିଲେ । ସେ ଏକ କାର୍ଯ୍ୟକ୍ରମରେ ନିଜ ଅଭିନୟ ଜୀବନରେ ଥିବା ଉଠାଣି ଗଡାଣିକୁ ନେଇ କହିଥିଲେ ଯେ, ସେ ତାଙ୍କ ପୁଅ ଜନ୍ମ ହେବାର 2ଦିନ ପରେ ହିଁ କାମକୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ ।

ଅଭିନୟ ପାଇଁ ତାଙ୍କୁ ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ଜିତିଛନ୍ତି । 2001ରେ ସେ ରାମାୟଣରେ ସୀତା ଭୁମିକାରେ ଅଭିନୟ କରିଥିଲେ । ଏହାସହ ସେ ପ୍ରଯୋଜନା ମଧ୍ୟ କରିଛନ୍ତି । ଏକ ରିୟାଲିଟି ଡାନ୍ସ ସୋରେ ହୋଷ୍ଟ କରିବା ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

୧.୨୦ରେ କାଉଣ୍ଟି ପରିଣାମ ବିଭିନ୍ନ ନିର୍ବାଚନ ମଣ୍ଡଳୀ ୬ରୁ ୯ ରାଉଣ୍ଡ ଗଣତି ସରିଲାଣି ,ସୂଚାରୁ ରୂପେ ଚାଲିଛି ।ପୋଷ୍ଟାଲ ଭୋଟ ପଛରେ ହେବ ।
ଲୋକସଭା ୨୧ ଟି ରେ ଟ୍ରେଣ୍ଡ
୧୬ ଟି ରେ ବିଜେଡି ଆଗୁଆ
୫ଟି ରେ ବିଜେପି ଆଗୁଆ

ବିଜେପି ଲୋକସଭା ଆଗୁଆ 
ବରଗଡ 
ସୁନ୍ଦରଗଡ 
ଭୁବନେଶ୍ୱର
ବଲାଙ୍ଗୀର 
କଳାହାଣ୍ଡି

ବିଜେଡି ୧୬ ଲୋକସଭା 
ସମ୍ବଲପୁର 
କେଉଁଝର 
ମୟୂରଭଞ୍ଜ
,ବାଲେଶ୍ବର 
ଭଦ୍ରକ 
ଯାଯପୁର
ନବରଙ୍ଗପୁର
କନ୍ଧମାଳ
କଟକ
ଜଗତସିଂହପୁର
ପୁରୀ 
ବରହମପୁର
କୋରାପୁଟ
କେନ୍ଦ୍ରାପଡା
ଆସ୍କା
ଢେ଼ଙ୍କାନାଳ

ବିଧାନସଭା ରେ ୧୪୬ରୁ ଟ୍ରେଣ୍ଡ
ବିଜେଡି ୧୧୫ ଟି ଆଗୁଆ
ବିଜେପି ୨୧ 
ଅନ୍ୟ ୨ଟି 
କଂଗ୍ରେସ ୮ ଆଗୁଆ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.