ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କ ଫାଶୀ ଉପରେ ବାରମ୍ବାର ସସପେନ୍ସ ଲାଗିଆସୁଥିବା ବେଳେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆପ ସରକାର ନିର୍ଭୟା ସହ ବର୍ବରତା କରିଥିବା ଦୋଷୀଙ୍କୁ ସହାନୁଭୂତି ଦେଉଥିବା ଅଭିଯୋଗ କରିଛନ୍ତି ସ୍ମୃତି । ଏହାସହ ଫାଶୀ ବିଳମ୍ବକୁ ନେଇ ସେ ଆପ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଦୋଷୀ ମୁକେଶ ସିଂହର ଦୟା ଯାଚିକା ଖାରଜ ହେବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତି ଧନ୍ୟବାଦ ପ୍ରକଟ କରିବା ସହ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆପ ସରକାର ନିର୍ଭୟା ସହ ବର୍ବରତା କରିଥିବା ଦୋଷୀଙ୍କୁ ସହାନୁଭୂତି ଦେଉଥିବା ସ୍ମୃତି ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ସ୍ମୃତିଙ୍କ ବୟାନ ସାମ୍ନାକୁ ଆସିବା ପରେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏପରି ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି ହେବା ଉଚିତ ନୁହେଁ ବୋଲି କେଜ୍ରିଓ୍ବାଲ ପ୍ରତିକ୍ରିୟା ଦେଇଛନ୍ତି ।