ହାଇଦ୍ରାବାଦ: ତମ୍ବାଖୁ ଓ ଗରିବୀର ସମ୍ପର୍କ ସବୁବେଳେ ମାନବ ସମାଜ ପାଇଁ କ୍ଷତିକାରକ । ୱାର୍ଲ୍ଡ ହେଲଥ୍ ଅରଗାନାଇଜେସନ(ଡବ୍ଲ୍ୟୁଏଚ) ଅନୁସାରେ ଯେଉଁ ଦେଶର ଅର୍ଥନୀତି କମ, ସେହି ଦେଶର ଗରିବ ଲୋକ ବେଶି ତମ୍ବାଖୁ ସେବନ କରନ୍ତି । କମ ରୋଜଗାର କରୁଥିବା ପରିବାର ହିଁ ଅଧିକ ନିଶା ସେବନ କରିଥାଆନ୍ତି, ଯେଉଁମାନଙ୍କ ପାଖରେ ସାଧାରଣ ସୁବିଧା ସୁଯୋଗ ଯଥା ଶିକ୍ଷା, ଖାଦ୍ୟ, ସ୍ବାସ୍ଥ୍ୟର ଅଭାବ ଥାଏ ସେମାନେ ତମ୍ବାଖୁରେ ଅଧିକ ଅର୍ଥ ବୟ କରିଥାଆନ୍ତି । ଅର୍ଥ ଖର୍ଚ୍ଚ କରି ରୋଗକୁ କିଣି ଆଣନ୍ତି ଏମାନେ । ଏପରିକି କେବଳ ଅର୍ଥନୀତି ଦୁର୍ବଳ ରାଷ୍ଟ୍ର ନୁହେଁ ବରଂ ଉଚ୍ଚ ଶିକ୍ଷା ଥିବା ଦେଶ ଗୁଡିକରେ ମଧ୍ୟ ଲୋକେ ତମ୍ବାଖୁରେ ଅଧିକ ଅର୍ଥ ବ୍ୟୟ କରିଥାଆନ୍ତି ।
2018ରେ ଗ୍ଲୋବାଲ ଆଡଲ୍ଟ ତମ୍ବାଖୁ ସର୍ଭେ-2 ଅନୁସାରେ ଭାରତର ଗ୍ରାମାଞ୍ଚଳରେ ପ୍ରାୟ 3 ଜଣରେ ଜଣେ ତମ୍ବାଖୁ ଜାତୀୟ ପଦାର୍ଥ ସେବନ କରୁଥିବା ସମୟରେ ସହରାଞ୍ଚଳରେ ପ୍ରାୟ 5 ଜଣରେ ଜଣେ ତମ୍ବାଖୁ ସେବନ କରୁଛି । ସର୍ଭେରେ ପ୍ରାୟ 28.6 ପ୍ରତିଶତ 15 ବର୍ଷିୟ ଯୁବକ ତମ୍ବାଖୁ ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ 24.9ପ୍ରତିଶତ ଦୈନନ୍ଦିନ ନିଶା ସେବନ କରୁଥିବା ବେଳେ 3.7 ପ୍ରତିଶତ ବେଳେବେଳେ ନିଶା କରନ୍ତି । ଭାରତରେ ସର୍ବାଧିକ ଗୁଟଖା, ଖଇନିର ସେବନ କରାଯାଏ । ପ୍ରାୟ 11, 2 ପ୍ରତିଶତ ନାବାଳକ ହିଁ ଏହାର ସେବନ କରିଥାଆନ୍ତି । ତମ୍ବାଖୁ ସେବନରେ ପୁରୁଷଙ୍କ ସଂଖ୍ୟା 42.2 ପ୍ରତିଶତ ଥିବା ବେଳେ 14.2 ପ୍ରତିଶତ ମହିଳାମାନେ ସେବନ କରନ୍ତି । ଏହି ସର୍ଭେ ଭାରତର ଚଣ୍ଡିଗଡ ଓ ପଣ୍ଡିଚେରୀକୁ ମିଶାଇ ପ୍ରାୟ 30 ରାଜ୍ୟରେ କରାଯାଇଥିଲା । ପ୍ରାୟ 74,037 ଲୋକଙ୍କ ସହ ସାକ୍ଷାତକାରର କରି ଏହି ସର୍ଭେ କରାଯାଇଥିଲା ।
ଶିକ୍ଷାର ଅଭାବ ଓ ପରିବାରର ଦାୟିତ୍ବ ଚିନ୍ତାରେ ଅଧିକାଂଶ ଗରିବା ଶ୍ରେଣୀର ଲୋକ ତମ୍ବାଖୁ ଓ ବିଡି ଜାତୀୟ ଦ୍ରବ୍ୟର ସେବନ କରିଥାଆନ୍ତି । ତମ୍ବାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରୁ 80ପ୍ରତିଶତ ଲୋକ ଗରିବ ଓ ମଧ୍ୟବର୍ତ୍ତୀ ଶ୍ରେଣୀର । ପ୍ରାୟ 15 ବର୍ଷରୁ କମ ବର୍ଷର ନାବାଳକ ତମ୍ବାଖୁ କାରଣରୁ ମୃତ୍ୟୁବରଣ କରିଥାଆନ୍ତି । ସର୍ଭେରୁ ଜଣାପଡିଛି ମିଜୋରାମରେ ସର୍ବାଧିକ 34.4ପ୍ରତିଶତ ଲୋକ ତମ୍ବାଖୁ ସେବନ କରିଥାଆନ୍ତି । ଅନ୍ୟପକ୍ଷେ ତାମିଲନାଡୁ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର, ଗୋଆ ଆଦି ରାଜ୍ୟରେ ଏହାର ମାତ୍ରା କମ ଥିବାର ଜଣାପଡିଛି । ତେବେ ଭାରତରେ ସର୍ବମୋଟ 10.7ପ୍ରତିଶତ ଲୋକ ତମ୍ବାଖୁର ଘେରରେ ଅଛନ୍ତି । ତେବେ ସବୁଠାରୁ କମ ତମ୍ବାଖୁ ସେବନ ରାଜ୍ୟ ହେଉଛି ମହାରାଷ୍ଟ୍ର । ପ୍ରାୟ 3.8ପ୍ରତିଶତ ହାର ରହିଛି ।
ଦାରିଦ୍ର୍ୟ ଓ ତମ୍ବାଖୁ:-
ଗରିବୀ ଓ ତମ୍ବାଖୁ ଭିତରେ ସମ୍ପର୍କ ପୁରୁଣା । ଯେତେ ସହଜରେ ଲୋକେ ନିଶା ସେବନ କରିଥାଆନ୍ତି ସେତେ ସହଜରେ ନିଶା ସେମାନଙ୍କୁ ଛାଡେନି । ଦୀର୍ଘକାଳ ପାଇଁ ରୋଗ ଦେଇଯାଏ । କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ସାଜିଥାଏ । ଆର୍ଥିକ ଅନାଗ୍ରସର ଲୋକଙ୍କ ପାଇଁ କ୍ୟାନ୍ସରଠୁ ଅଧିକ ମାରାତ୍ମକ ହେଉଛି ଦାରିଦ୍ର୍ୟ । ତମ୍ବାକୁ ନିଶା ପରିବାରର ମଧ୍ୟ କ୍ଷତି କରାଇଥାଏ । ଯେଉଁମାନଙ୍କ ମାସିକ ଦରମା 3000ରୁ ବି କମ ସେମାନେ ବଡ ରୋଗର ସାମ୍ନା କେମିତି କରିବେ । ଅଧିକାଂଶ ଗରିବ ଲୋକଙ୍କ ନା ସ୍ବାସ୍ଥ୍ୟବୀମା ଅଛି ନା ସେମାନେ ରୋଜଗାରକ୍ଷମ ତେବେ ତମ୍ବାକୁ ଭଳି ହାନିକାରକ ପଦାର୍ଥ ଦ୍ବାରା ହେଉଥିବା ରୋଗର ଚିକିତ୍ସା ସେମାନେ କରିବାକୁ ଅସମର୍ଥ । ମୁଲିଆ, ମଜୁରିଆ ଲୋକେ ତାଙ୍କ ରୋଜଗାରର ଅଧା ନିଶାରେ ସାରି ଦିଅନ୍ତି । ଆଜିର ଘରୋଇ କଳହର ମୁଖ୍ୟ କାରଣ ହେଲା ବିଭିନ୍ନ ନିଶା ଦ୍ରବ୍ୟ । ନିଜର ହିତାହିତ ଜ୍ଞାନ ହରାଇ ହତ୍ୟାକାଣ୍ଡ କରିବାରେ ମଧ୍ୟ ଅନେକ ପଛଉ ନାହାଁନ୍ତି । ପରିବାର ସଦସ୍ୟ ଅଧିକ ମାତ୍ର ରୋଜାଗାରକ୍ଷମ ଜଣେ, ଏପରି ପରିସ୍ଥିତିରେ ପରିବାର ପ୍ରତିପୋଷଣ କଷ୍ଟ । ତମ୍ବାକୁ କାରଣରୁ ମାଲନ୍ୟୁଟ୍ରେସନ, କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହୋଇଥାଆନ୍ତି । ଗ୍ରାମାଞ୍ଚଳରେ ସରକାରୀ ଡାକ୍ତରଖାନାର ଅଭାବ ଫଳରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । କାରଣ ପ୍ରାଇଭେଟ ଡାକ୍ତରଖାନାରେ ଲକ୍ଷ ଲକ୍ଷ ଟଙ୍କା ଦେଇ ଚିକିତ୍ସିତ ହେବାକୁ ସମ୍ବଳ ନାହିଁ । ତେବେ ଏଥିପାଇଁ ତମ୍ବାଖୁ ଅଧିକାଂଶରେ ଦାୟୀ ।
ତେବେ ତମ୍ବାଖୁ ଓ ଦାରିଦ୍ର୍ୟତା କେବଳ ସେବନରେ ସୀମିତ ନୁହେଁ । ଅନେକ ଲୋକ ତମ୍ବାକୁ କମ୍ପାନୀରେ କାମ କରିବା ସହ କେହିକେହି ତମ୍ବାକୁ ଚାଷ ମଧ୍ୟ କରିଥାଆନ୍ତି । ବିକାଶଶୀଳ ଦେଶମାନଙ୍କରେ କମ ଲୋକ ଅଛନ୍ତି ଯେଉଁମାନେ ତମ୍ବାଖୁ ଚାଷ ଉପରେ ଭରଷା କରନ୍ତି । ତେବେ ବିଭିନ୍ନ ତମ୍ବାଖୁ କମ୍ପାନୀମାନେ ଋଣ ଆକାରରେ ଚାଷୀମାନଙ୍କୁ କୀଟନାଶକ, ମଞ୍ଜି, ଫର୍ଟିଲାଇଜର ଯୋଗାଇ ଦିଅନ୍ତି । ଚାଷ ହେଲା ପରେ ବେଳେବେଳେ ମୂଳ ରାଶିରୁ କମ ଅର୍ଥ ଲାଭ ପାଇଥାଅନ୍ତି ଫଳରେ ଋଣ ଶୁଝିବା ତାଙ୍କ ପାଇଁ ଅସମ୍ଭବ ହୋଇଯାଏ । ତେବେ ଏହାପରେ ସେମାନେ ଚାହିଁଲେ ବି ଅନ୍ୟ କୌଣସି ଚାଷ କରିପାରନ୍ତି ନାହିଁ । କେବଳ ସେତିକି ନୁହେଁ ତମ୍ବାକୁ ଚାଷ କରିବା ଶରୀର ପ୍ରତି ମଧ୍ୟ କ୍ଷତିକାରକ । ସବୁବେଳେ କୀଟନାଶକ ଓ ନିକୋଟିନ ପ୍ରଭାବରେ ଆସିଲେ ଗ୍ରୀନ ତବାକୋ ସିକନେସ ଭଳି ରୋଗ ଦେଖାଯାଇଥାଏ ।
ତମ୍ବାଖୁ ଏକ ମାତ୍ର କାରଣ ଯାହା ଗୋଟେ ପରିବାରକୁ ଦାରିଦ୍ର୍ୟ ଭିତରକୁ ଟାଣିବାକୁ ବାଧ୍ୟ କରେ । ବିଭିନ୍ନ ପ୍ରକାର ସର୍ଭେରୁ ଜଣାପଡିଛି ଯଦି ତମ୍ବାଖୁ ସେବନ ଦେଶରେ କମିଯାଏ ତେବେ ଦାରିଦ୍ର୍ୟ ମଧ୍ୟ ହ୍ରାସ ପାଇବ ମାତ୍ର ଏହା ସମ୍ଭବ ନୁହେଁ କାରଣ ସରକାରଙ୍କ ରାଜସ୍ବକୁ ଅବକାରୀ ବିଭାଗରୁ ହିଁ ଅଧିକ ଅର୍ଥ ଆସିଥାଏ ତେଣୁ ଏହାକୁ ସମ୍ପୁର୍ଣ୍ଣ ଅଟକାଇବା ସମ୍ଭବ ନୁହେଁ ମାତ୍ର ଏହାକୁ କମ ନିଶ୍ଚିତ କରାଯାଇପାରିବ ।