ETV Bharat / bharat

ଜଳ ସଂରକ୍ଷଣ କରିବ ‘Smart Irrigation Model’ - irrigation system

ନ୍ୟୁୟର୍କର ଏକ ବୈଜ୍ଞାନିକ ଦଳ ଜଳ ସଂରକ୍ଷଣ ପାଇଁ ଏକ ନୂଆ ମଡେଲର ଆବିଷ୍କାର କରିଛନ୍ତି । smart irrigation model ଜରିଆରେ ପ୍ରାୟ 40 ପ୍ରତିଶତ ଜଳକୁ ସଂରକ୍ଷିତ କରି ରଖାଯାଇ ପାରିବ । 3 ପ୍ରତିଶତ ମଧୁର ଜଳରୁ ଅଧିକ କୃଷି କାର୍ଯ୍ୟରେ ଜଳକୁ ବ୍ୟବହାର କରାଯାଏ । ଚାଷ କାର୍ଯ୍ୟରେ ଜଳକୁ କିପରି ଆଧୁନିକ ଉପାୟରେ ସଂରକ୍ଷଣ କରାଯିବ ସେ ନେଇ ଏକ ପାଣିପାଗ ମଡେଲ ପ୍ରସ୍ତୁତ କରିଛି ଏହି ବୈଜ୍ଞାନିକ ଦଳ ।

ଡିଜାଇନ ଫଟୋ
author img

By

Published : Jul 28, 2019, 12:01 PM IST

ହାଇଦ୍ରାବାଦ: ଜଳ ସଙ୍କଟ ଓ ଖାସ କରି ପିଇବା ପାଣି ସଙ୍କଟ ସମଗ୍ର ବିଶ୍ବରେ ଦେଖାଦେଲାଣି ଆଉ ବର୍ଷାର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ଚାଷ କାମ ପାଇଁ ଜଳର ଆବଶ୍ୟକତା ରହିଛି ମାତ୍ର ପାରମ୍ପରିକ ଜଳସେଚନ ପ୍ରକିୟା ଦ୍ବାରା ଅଧିକ ଜଳ ନଷ୍ଟ ମଧ୍ୟ ହେଉଛି । ପୃଥିବୀରେ ପ୍ରାୟ 3 ପ୍ରତିଶତ ମଧୁର ଜଳ ରହିଛି । ସେଥିରୁ 70 ପ୍ରତିଶତ ଜଳ ଚାଷ କାର୍ଯ୍ୟରେ ବ୍ୟବହୃତ ହୁଏ । ଜଳ ଅଯଥା ମଧ୍ୟ ଖର୍ଚ୍ଚ ହୋଇଥାଏ । କେତେକ ଶସ୍ୟ ପାଇଁ ଦିନକୁ ଦୁଇ ଥର ମଧ୍ୟ ଜଳସେଚନର ଆବଶ୍ୟକ ହୁଏ । ନ୍ୟୁୟର୍କର smith school of chemical and biomolecular engineeringର ପ୍ରଫେସର ଏହାକୁ ନେଇ ଏକ ରିସର୍ଚ୍ଚ କରିଥିଲେ । ସେ କୃଷି ବିଜ୍ଞାନକୁ ଅତ୍ୟାଧିନିକ କରିବା ପାଇଁ ଜଳର କମ୍ ଉପଯୋଗ କିପରି କରାଯାଇ ପାରିବ ତାକୁ ନେଇ ଏକ ମଡେଲ ବାହାର କରିଛନ୍ତି । ଏହି ମଡେଲର ନାମ ହେଲା smart irrigation model ।

ଏହି ମଡେଲ ଗଛର ଓ ମାଟିର ସ୍ଥିତି ଜାଣିବା ସହ ପାଣିପାଗ ଓ କେତେ ମାତ୍ରାରେ ଜଳର ବ୍ୟବହାର କରାଯିବ, ସେ ସବୁକୁ ଆକଳନ କରିପାରିବ । ଏହାଦ୍ବାରା ପ୍ରାୟ 40 ପ୍ରତିଶତ ଜଳର ସଂରକ୍ଷଣ କରିପାରିବା । ଯଦି ଆମ ପାଖରେ ଉନ୍ନତ ଯନ୍ତ୍ରପାତି ଓ ଜ୍ଞାନକୌଶଳ ରହିବ ତେବେ ଆମକୁ ଚାଷ କାର୍ଯ୍ୟ କରିବାରେ ସହଜ ହେବ ବୋଲି କହିଛନ୍ତି ଏନର୍ଜି ସିଷ୍ଟମ ଇଞ୍ଜିନିୟର ମାଇକେଲ ଜେ ଜ୍ୟାକ୍ ।

‘Robust model predictive control of irrigation system with active uncertainnty learning and data analytics’ ନାମକ ଏକ ବହିକୁ ମେ' ମାସରେ ରିଲିଜ କରାଯାଇଥିଲା । ଏହାକୁ ଲେଖିଥିଲେ ସ୍ମିଥ ସ୍କୁଲର ନିର୍ଦ୍ଦେଶକ ୱିଲିୟମ ସି ହୁଏ । ସେ ନ୍ୟୁୟର୍କର ସେଓ ଚାଷୀଙ୍କ ସହ ମିଶି ଜଳ ସଂରକ୍ଷଣ ପଦ୍ଧତି ଉପରେ ରିସର୍ଚ୍ଚ କରୁଛନ୍ତି । ଏହାସହ ମରୁଡି ଅଞ୍ଚଳର ଆଲମଣ୍ଡକୁ ନେଇ ମଧ୍ୟ ନିଜର ଗବେଷଣା ଜାରି ରଖିଛନ୍ତି । ତେବେ ମରୁଡି ଅଞ୍ଚଳର ଆଲମଣ୍ଡ ଓ ଅଙ୍ଗୁରକୁ ଜଳ ଥିବା ସ୍ଥାନରେ ଯେତେବେଳେ ଚାଷ କରାଗଲା, ସେତେବେଳେ ପ୍ରତି ଆଲମଣ୍ଡ ଗଛ ପାଖାପାଖି 3.8 ଲିଟର ପାଣି ଶୋଷିନେଇଥିଲା । ଜଳର ଆବଶ୍ୟକତା ରହିଛି ମାତ୍ର ବିନା ଜଳରେ ମଧ୍ୟ ମରୁଡି ଅଞ୍ଚଳରେ ଆଲମଣ୍ଡ ଚାଷ କରାଯାଇପାରୁଥିଲା। ଅନ୍ୟପକ୍ଷେ ଭିନ୍ନ ଭିନ୍ନ ଅଞ୍ଚଳରେ ମାଟିର ଆର୍ଦ୍ରତା ମଧ୍ୟ ଭିନ୍ନ ଭିନ୍ନ । ସେଥିପାଇଁ ଆଲମଣ୍ଡ ମରୁଡି ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରୁଛି ।

ତେବେ ନ୍ୟୁୟର୍କର ଲେଖକ ଆବ୍ରାହାମ ଷ୍ଟ୍ରୋକଙ୍କ ଟିମ ଗଛକୁ କେତେବେଳେ ଜଳର ଆବଶ୍ୟକତା ରହୁଛି ତାକୁ ନେଇ ଏକ ସେନସର ପ୍ରସ୍ତୁତ କଲେ । କିନ୍ତୁ ଏହା ସଠିକ୍ ରୁପରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । କାରଣ ବର୍ଷା ହେଲେ ଗଛକୁ ପର୍ଯ୍ୟାପ୍ତ ଜଳ ମିଳେ ତେଣୁ ଅଯୋଥା ଗଛକୁ ଜଳ ଦେବା ଆବଶ୍ୟକ ନୁହେଁ । ତେଣୁ ଗଛକୁ ଜଳର ଆବଶ୍ୟକତା କେତେବେଳେ ତାହା ଜାଣିବା ପାଇଁ ହେଲେ ପ୍ରଥମେ ପାଣିପାଗ ବିଷୟରେ ଜାଣିବା ଜରୁରୀ । ଯଦି ଆଗୁଆ ପାଣିପାଗ ବିଷୟରେ ଜାଣିହୁଅନ୍ତା ତେବେ ଅନାବଶ୍ୟ ଭାବେ ଜଳର ଅପଚୟ ହୁଅନ୍ତା ନାହିଁ ।

ଜଳର ଅପଚୟକୁ ରୋକିବା ପାଇଁ ଗବେଷକ ମାନେ ଆଉ ଏକ ପ୍ରକ୍ରିୟା ଗ୍ରହଣ କଲେ । ଅତୀତରେ ସମ୍ପୂର୍ଣ୍ଣ ପାଣିପାଗର ସୂଚନା ଏକାଠି କରିଥିଲେ ଓ ତାହାକୁ ଆଧୁନିକ ଯନ୍ତ୍ରପାତି ସହାୟତାରେ ରେକର୍ଡ କରି ରଖିଥିଲେ ଓ ସେହି ତଥ୍ୟକୁ ଆଧାର କରି ପାଣିପାଗର ଅନୁମାନ ଲଗାଇ ଯାଇପାରିବ ବୋଲି ବୈଜ୍ଞାନିକ ଆଶାବାଦୀ ଅଛନ୍ତି । ଏହାସହ ବାୟୁମଣ୍ଡଳ କେତେ ପରିମାଣରେ ପାଣି ଶୋଷି ନେଉଛି, ସେହି ବିଷୟରେ ମଧ୍ୟ ଅନୁମାନ ଲଗାଯାଇପାରିବ ।ଏହି ମଡେଲ ମାଟିର ଆର୍ଦ୍ରତା ବିଷୟରେ ମଧ୍ୟ ବିଶେଷ କରି ଧ୍ୟାନ ଦେବ ।

ରିସର୍ଚ୍ଚ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକଟି ଶସ୍ୟ ପାଇଁ ଅଲଗା ଅଲଗା ଚାଷ ପ୍ରଣାଳୀର ଉଦ୍ଭାବନ କରିବା । ଏହାସହ ଅଧିକ ଖର୍ଚ୍ଚ ମଧ୍ୟ ହେବନି ଓ ଲାଭ ମଧ୍ୟ ମିଳିପାରିବ । ତେବେ ସେଓ ଗଛ ଛୋଟ ଓ ଜଲଦି ବଢୁଥିବାରୁ ଏଥିପାଇଁ ପାଣିପାଗର ଆବଶ୍ୟକତା ପଡେ ନାହିଁ । କିନ୍ତୁ ଆଲମଣ୍ଡ ଗଛ ବଡ ଓ ଧିରେ ବଡ ହୋଇଥାଏ ଯେଉଁଥି ପାଇଁ ପାଣିପାଗର ଆଗୁଆ ସୂଚନା ରହିବା ଜରୁରୀ । ତେଣୁ ଅଲଗା ଅଲଗା ଫସଲର ଅଲଗା ଅଲଗା ଆବଶ୍ୟକତା ପଡିଥାଏ । ଯଦି ପାରମ୍ପାରିକ ଚାଷ ପ୍ରଣାଳି ବଦଳରେ ନୂତନ Smart irrigation କରାଯାଏ ତେବେ ଜଳର ସଂରକ୍ଷଣ ହେବା ସହ ଅର୍ଥନୀତିରେ ମଧ୍ୟ ବୃଦ୍ଧି ହେବ ।

Intro:Body:

blank for link 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.