ETV Bharat / bharat

ଛୋଟ ପରିବାର ଦେଶଭକ୍ତିର ପରିଚୟ: ମୋଦି

ଦୃତ ଗତିରେ ବଢୁଥିବା ଜନସଂଖ୍ୟାକୁ ନେଇ ପ୍ରଥମ ଥର ଲାଲକିଲାରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି । ଛୋଟ ପରିବାର ଦେଶ ଭକ୍ତିର ପରିଚୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Aug 15, 2019, 5:11 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ଲାଲକିଲାରୁ ଜାତୀୟ ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଥମ ଥର ପାଇଁ ମୋଦି ଜନସଂଖ୍ୟାର ବିଷୟ ଉଠେଇଛନ୍ତି । ଜନସଂଖ୍ୟା ବୃଦ୍ଧି ଆଗାମୀ ପିଢୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମୋଦି କହିଛନ୍ତି । ଏଥିରୁ ନିସ୍ଥାର ପାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି ।

ଅନ୍ୟପକ୍ଷରେ ଛୋଟ ପରିବାର ଦେଶ ଭକ୍ତିର ପରିଚୟ ବୋଲି ମୋଦି କହିଛନ୍ତି । ଏପରି ଲୋକ ପରିବାରରେ ଜନସଂଖ୍ୟା ବୃଦ୍ଧିରୁ ନିଜକୁ ବଞ୍ଚାଇ ପରିବାରର ସେବା କରିଥିବା ବେଳେ ଆମେ ବି ତାଙ୍କଠୁ ଶିଖିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ସାମାଜିକ ସଚେତନତା ଜରୁରୀ ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାନ୍ଧରେ କାନ୍ଧ ମିଶାଇ ଏ ଦିଗରେ ଯୋଜନା ସହ ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.