ETV Bharat / bharat

ଲକଡାଉନ ପ୍ରଭାବ: ଡିଜିଟାଲ ମିଡିଆରେ ବଢୁଛି ବ୍ୟବସାୟର ଚାହିଦା - ଡିଜିଟାଲ ମିଡିଆ

ଛୋଟରୁ ବଡ ଯାଏଁ ସମସ୍ତ କମ୍ପାନୀ ଡିଜିଟାଲ ମିଡିଆରେ ନିଜକୁ ଦୃଢ କରିବାରେ ଲାଗିଛନ୍ତି । ଲକଡାଉନରେ ସେମାନଙ୍କର ବେଶ ଚାହିଦା ବଢିଛି । ନିଜର ସବୁ ପ୍ରଡକ୍ଟ ଲୋକଙ୍କ ନିକଟରେ ଅନଲାଇନ ଦ୍ବାରା ପହଞ୍ଚାଇବାର ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ....

ଲକଡାଉନ ପ୍ରଭାବ: ଡିଜିଟାଲ ମିଡିଆରେ ବଢୁଛି ବ୍ୟବସାୟର ଚାହିଦା

author img

By

Published : Jun 29, 2020, 11:33 PM IST

ଗୁରୁଗ୍ରାମ: କୋଭିଡ-19 ଯୋଗୁଁ ଜାରି ଲକଡାଉନରେ ସମସ୍ତ ସେକ୍ଟର ପ୍ରଭାବିତ ହୋଇଥିବାବେଳେ ଅନେକ କ୍ଷେତ୍ର ଏଥିରୁ ଭଲ ଫାଇଦା ପାଇଛନ୍ତି । ବାହାରେ ସବୁ ପ୍ରକାର ମାର୍କେଟ, କମ୍ପାନୀ ବନ୍ଦ ଥିବାବେଳେ ଅନେକ ପ୍ରଡକ୍ଟ ବିକ୍ରିରେ ବାଧା ସୃଷ୍ଟି ହୋଇଥିଲା । ହେଲେ ସରକାର ଅନଲାଇନ ଡେଲିଭରୀକୁ ସୁଯୋଗ ଦେବା ପରେ ବଢିଥିଲା ଏହାର ଚାହିଦା । ଏବେ ଅଧିକରୁ ଅଧିକ କମ୍ପାନୀ ଅନଲାଇନରେ ନିଜ ସାମଗ୍ରୀ ଡେଲିଭର କରୁଛନ୍ତି ।

ଛୋଟରୁ ବଡ ଯାଏଁ ସମସ୍ତ କମ୍ପାନୀ ଡିଜିଟାଲ ମିଡିଆରେ ନିଜକୁ ଦୃଢ କରିବାରେ ଲାଗିଛନ୍ତି । ଲକଡାଉନରେ ସେମାନଙ୍କର ବେଶ ଚାହିଦା ବଢିଛି । ନିଜର ସବୁ ପ୍ରଡକ୍ଟ ଲୋକଙ୍କ ନିକଟରେ ଅନଲାଇନ ଦ୍ବାରା ପହଞ୍ଚାଇବାର ପ୍ରୟାସ ଜାରି ରହିଛି । ପୂର୍ବରୁ ଖାଦ୍ୟ, ପୋଷାକ, ଗ୍ରୋସରୀ ଅର୍ଡର ପରେ ଅନଲାଇନରେ ଆସୁଥିଲା । ହେଲେ ଏବେ ଘରର ଆସବାବପତ୍ର, ସାଜସଜ୍ଜା ଜିନିଷ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ସବୁକିଛି ଡିଜିଟାଲରେ ଉପଲବ୍ଧ ହେଉଛି । ଅନଲାଇନରେ ସବୁ ଦେଖିବା ପରେ ଗ୍ରାହକ ଅର୍ଡର କରୁଛନ୍ତି ଏବଂ କିଛିଦିନ ମଧ୍ୟରେ ଏହା ଘରେ ଆସି ପହଞ୍ଚିଯାଉଛି । ଏହି ସମୟରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦିଆଯାଉଛି ।

ମହାମାରୀରେ କେବଳ ଛୋଟ ବିଜିନେସ୍ ନୁହେଁ ବଡ ବଡ କମ୍ପାନୀ ମଧ୍ୟ ଡିଜିଟାଲ ମିଡିଆକୁ ଆପଣାଇଛନ୍ତି । ମୁମ୍ବାଇର କମ୍ପାନୀ ନୋମାଡ୍ସ ନିଜ ଫର୍ଣ୍ଣିଚର ଓ ଘର ସାଜସଜ୍ଜା ପାଇଁ ପ୍ରାଚୀନ ସାମଗ୍ରୀ ଅନଲାଇନରେ ବିକ୍ରି କରିବାର ଯୋଜନା କରିଛି । ଗୁରୁଗ୍ରାମର ସେକ୍ଟର 56ରେ ଥିବା ଏହାର ଶାଖା ଯାହା ବନଜାରା ମାର୍କେଟ ନାମରେ ପରିଚିତ ଡିଜିଟାଲ ପ୍ଲାଟଫର୍ମରେ ନିଜ ବ୍ୟବସାୟ ବଢାଇବାକୁ ନିଷ୍ପତ୍ତି ନେଇଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ସୂଚନା ଦେଇଛି କମ୍ପାନୀ । ନୋମାଡ୍ସ କମ୍ପାନୀର ସମସ୍ତ ସାମଗ୍ରୀ ଅନଲାଇନରେ ମିଳିପାରିବ ବୋଲି କମ୍ପାନୀ ପ୍ରକାଶ କରିଛି । ତେବେ କେବେ ଏପରି ସୁବିଧା ମିଳିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆମାଜନ ଏବଂ ଇବନଜାରାମାର୍କେଟ.କମରେ ସମସ୍ତ ପୁରୁଣା ସାମଗ୍ରୀ ଉପଲବ୍ଧ ହେବ ବୋଲି ଜଣାପଡିଛି ।

କେବଳ ବନଜାରା ମାର୍କେଟ ନୁହେଁ, ଲକଡାଉନରେ ଛୋଟ ଛୋଟ ବିଜିନେସ୍ ମଧ୍ୟ ନିଜ ପ୍ରଡକ୍ଟ ବିକ୍ରି କରିବା ପାଇଁ ଅନଲାଇନର ସାହାରା ନେଇଛନ୍ତି । ଲୋକମାନେ ବାହାରକୁ ଆସୁନଥିବାବେଳେ ଏବେ ବି ବିଭିନ୍ନ ଜାଗାରେ କଟକଣା ଓ କର୍ଫ୍ୟୁ ଲାଗିଛି । ଏପରି ସମୟରେ ଡିଜିଟାଲ ମିଡିଆ ସମସ୍ତଙ୍କ ପାଇଁ ପ୍ରାଥମିକତା ପାଲଟିଛି । ଏଠାରେ ନିଜ ସାମଗ୍ରୀର ପ୍ରମୋସନ କରିବା ସହ ଲୋକଙ୍କ ପାଇଁ କିଣିବାର ସୁଯୋଗ ରଖାଯାଉଛି । ସୋସିଆଲ ମିଡିଆ ହେଉ ଅବା ନିଜର ପ୍ରାଇଭେଟ୍ ୱେବସାଇଟ୍ ଖୋଲି ଏଥିରେ ନିଜ ଜିନିଷ ବିକ୍ରି କରିବାର ଲାଗିଛନ୍ତି ସମସ୍ତ ଛୋଟ ବଡ କମ୍ପାନୀ । ପଶ୍ଚିମବଙ୍ଗର ଏକ ମୋବାଇଲ୍ ଭ୍ୟାନ ମାଲିକ ବିକାଶ ଅଗ୍ରୱାଲ ଯିଏ ‘ଅପନି ରୋଟି’ ବାହାର କରିଥିଲେ ସେ ଏବେ ଡିଜିଟାଲ ମିଡିଆକୁ ପ୍ରଶଂସା କରିଛନ୍ତି । ପୂର୍ବରୁ ସେ ଲୋକଙ୍କୁ ହାତ ତିଆରି ଫ୍ରେସ ରୋଟି ବାଣ୍ଟୁଥିଲେ ଯାହା ଏବେ ହ୍ବାଟ୍ସଆପ୍ ବିଜିନେସ୍ ଦ୍ବାରା ଲୋକଙ୍କ ନିକଟରେ ପହଞ୍ଚୁଛି ।

ଏଥିପାଇଁ ସେ ହ୍ବାଟ୍ସଆପକୁ ଧନ୍ୟବାଦ ଦେଇଛନ୍ତି । ଏପରି ସମୟରେ ତାଙ୍କ ଭଳି ଅନେକ ଛୋଟ ଛୋଟ ଲୋକଙ୍କ ସାହାରା ପାଲଟିଥିବାରୁ ସେ ଖୁସି ହୋଇଛନ୍ତି । ତାଙ୍କର ପ୍ରାୟ 1500 ସ୍ବେଚ୍ଛାସେବୀର ଟିମ୍ ଥିବା ବେଳେ ସାରା ପଶ୍ଚିମବଙ୍ଗରେ ମାର୍ଚ୍ଚ ମାସରୁ ସେମାନେ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ମିଲ୍ ବାଣ୍ଟିସାରିଥିବା କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସେ ଅନଲାଇନରେ ନିଜ ଆପ୍ ଚଲାଇବେ ବୋଲି କହିଛନ୍ତି । ଲୋକମାନେ ତାଙ୍କୁ ହ୍ଟାଟ୍ସଆପରେ ଅଧିକ ଅର୍ଡର ଦେଉଥିବା ସେ ପ୍ରକାଶ କରିଛନ୍ତି । ଡିଜିଟାଲ ମିଡିଆକୁ ଲୋକମାନେ ଏବେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଖବର ସଂଗ୍ରହଠାରୁ ଖାଦ୍ୟ ଅର୍ଡର ଯାଏଁ ସମସ୍ତ ପ୍ରକାର କାରବାର ସେମାନେ ଏହାଦ୍ବାରା କରିବାକୁ ଚାହୁଁଛନ୍ତି ।

ନିକଟରେ ଏକ ସର୍ଭେ ଅନୁସାରେ ଲୋକମାନେ ଲକଡାଉନରେ ଅଧିକ ଡିଜିଟାଲ ପ୍ରତି ଆକର୍ଷିତ ହୋଇଛନ୍ତି । ବିଶେଷ କରି ସହରାଞ୍ଚଳରେ ମୋବାଇଲ କିଣିବା ପାଇଁ 70 ପ୍ରତିଶତ ଲୋକ ଅନଲାଇନ ଉପରେ ନିର୍ଭରଶୀଳ ହୋଇଛନ୍ତି । ସେହିପରି 55ରୁ 60 ପ୍ରତିଶତ ଲୋକ ପୋଷାକ ପାଇଁ ଏବଂ ପ୍ରାୟ 20ରୁ 25 ପ୍ରତିଶତ ଲୋକ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିଥିବା ଜଣାପଡିଛି । କେବଳ ବ୍ୟବସାୟ ନୁହେଁ ଚାଷୀମାନଙ୍କୁ ମଧ୍ୟ ଏହା ଅନେକ ସାହାଯ୍ୟ କରିଛି । ଏହାଦ୍ବାରା ଅନେକ ଚାଷୀ ନିଜର କ୍ଷେତ ସମ୍ପର୍କରେ ଅନେକ ନୂଆ ଜ୍ଞାନ ହାସଲ କରିଛନ୍ତି । ବିଭିନ୍ନ ଦରକାରୀ ସାମଗ୍ରୀ ଅର୍ଡର କରି ପାଇବା ସହ ଚାଷରେ ଉପଯୋଗ କରିଛନ୍ତି । ହ୍ବାଟ୍ସଆପ୍ ମଧ୍ୟ ନିଜ ଦ୍ବାରା ଅନେକ ଲୋକଙ୍କୁ ସୁଯୋଗ ଦେଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଅନଲାଇନରେ ଆହୁରି ଲୋକଙ୍କୁ ସାହାଯ୍ୟ ଯୋଗାଇଦେବ ବୋଲି ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.