ETV Bharat / bharat

କୋରୋନା ବିରୋଧୀ ଲଢେଇରେ ସହାୟକ ହେବ ସୁନିଦ୍ରା

author img

By

Published : Apr 9, 2020, 10:08 AM IST

କୋରୋନା ମହାମାରୀ ନେଇ ଭୟ ସୃଷ୍ଟି ହୋଇଥିଲା ବେଳେ ଦିନକୁ ଦିନ ଲୋକଙ୍କ ଅବସାଦ ଓ ଚିନ୍ତା ବଢିବାରେ ଲାଗିଛି । ଲୋକଙ୍କ ନିଦକୁ ବି ଏହା ପ୍ରଭାବିତ କରିଛି । ଯଦି ନିଦ ଭଲ ନ ହୁଏ, ତାହା ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । କୋରୋନା ପ୍ରତିହତ ପାଇଁ ସହଜ ଓ ସରଳ ଉପାୟ ମଧ୍ୟରେ ହାତ ଧୋଇବା ଓ ସାମାଜିକ ଦୂରତ୍ବ ସହ ଭଲ ନିଦ୍ରା ବି ଅନ୍ୟତମ ବୋଲି ନ୍ୟୁରୋସାଇକୋଲୋଜିଷ୍ଟ ମାନେ କହନ୍ତି । ଆସନ୍ତୁ ଜାଣିବା କୋରୋନା ସମୟରେ ଭଲ ନିଦ ପାଇଁ ୬ଟି ଉପାୟ ।

sleep-will-help-in-the-fight-against-covid19
କୋରୋନା ବିରୋଧୀ ଲଢେଇରେ ସହାୟକ ହେବ ସୁନିଦ୍ରା
  • ଅବସାଦ ଓ ଚିନ୍ତା ହ୍ରାସ ପାଇଁ ନିଦ ହିଁ ଶ୍ରେଷ୍ଠ ଔଷଧ

କୋରୋନା ମହାମାରୀ ନେଇ ଭୟ ସୃଷ୍ଟି ହୋଇଥିଲା ବେଳେ ଦିନକୁ ଦିନ ଲୋକଙ୍କ ଅବସାଦ ଓ ଚିନ୍ତା ବଢିବାରେ ଲାଗିଛି । ଲୋକଙ୍କ ନିଦକୁ ବି ଏହା ପ୍ରଭାବିତ କରିଛି । ଯଦି ନିଦ ଭଲ ନ ହୁଏ, ତାହା ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ଫଳରେ ଭାଇରସ ସହଜରେ ଜଣକୁ ସଂକ୍ରମିତ କରେ । ଏହା ଜଣକୁ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ କରିଥାଏ । କୋରୋନା ପ୍ରତିହତ ପାଇଁ ସହଜ ଓ ସରଳ ଉପାୟ ମଧ୍ୟରେ ହାତ ଧୋଇବା ଓ ସାମାଜିକ ଦୂରତ୍ବ ସହ ଭଲ ନିଦ୍ରା ବି ଅନ୍ୟତମ ବୋଲି ନ୍ୟୁରୋସାଇକୋଲୋଜିଷ୍ଟ ମାନେ କହନ୍ତି । ଆସନ୍ତୁ ଜାଣିବା କୋରୋନା ସମୟରେ ଭଲ ନିଦ ପାଇଁ ୬ଟି ଉପାୟ ।

  • ଛାନିଆ ହୁଅନ୍ତୁ ନାହିଁ

କୋରୋନା ମହମାରୀ ଲୋକଙ୍କ ନିତିଦିନିଆ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି । ଅଧିକାଂଶ ଲୋକ ଜୀବିକା ହରାଇଛନ୍ତି । ଆଉ କିଛ ବାଧ୍ୟ ହୋଇ ଘରୁ କାମ କରୁଛନ୍ତି । ସ୍କୁଲ ବନ୍ଦ ଥିବାରୁ ପିତାମାତା ପିଲାମାନଙ୍କ ପଢାପଢି ନେଇ ଚିନ୍ତିତ । ଘରେ ସେମାନଙ୍କୁ କିଭଳି ପଢାଯାଇ ପାରିବ, ସେ ନେଇ ସେମାନେ ଚିନ୍ତାରେ । ତେବେ ଏସବୁ ଚିନ୍ତା ଓ ଆଶଙ୍କା ଆପଣଙ୍କ ନିଦ ଉପରେ ଯେମିତି ପ୍ରଭାବ ପକାଇ ପାରିବ ନାହିଁ, ତାହା ନିଶ୍ଚିତ କରିବା ଦରକାର । ଆଗରୁ ଯେମିତି ସମୟ କାଟୁଥିଲେ, ସେମିତି ହିଁ ବର୍ତ୍ତମାନ କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ । ଆପଣ ଯଦି ଘରୁ କାମ କରୁଥାନ୍ତି, ତାହାହେଲେ ଆଗ ଭଳି ହିଁ ଶୁଅନ୍ତୁ ଓ ବିଛଣା ଛାଡନ୍ତୁ । ଆପଣ ସକାଳେ ଅଫିସ ଯିବାକୁ ପଡିବ ବୋଲି ମନେ କରି ଆଗ ଭଳି ହିଁ ରୁଟିନ ମାନନ୍ତୁ ।

  • ସମୟ ସଦୁପୋଯୋଗ ଜରୁରୀ

ଆଜିକାଲି ଘରେ ରହୁଥିବାରୁ ଆପଣ ବୋର୍ ହେଉଥିବେ ନିଶ୍ଚୟ । ତେଣୁ ଅଧିକ ନିଦ ଲାଗିବା ସ୍ବାଭାବିକ । ସୁଯୋଗ ମିଳିବା ମାତ୍ରକେ ଶୋଇବାକୁ ଇଚ୍ଛା ହେଉଥିବ । କିନ୍ତୁ ଏଥିରୁ ବିରତ ରହିଲେ ହିଁ ଭଲ । ଲକ୍‌ଡାଉନ ଆଗରୁ ଯେମିତ ଶୋଇବା ଅଭ୍ୟାସ ଥିଲା, ତାହା ହିଁ କରନ୍ତୁ । ଘରୁ ଅଫିସ କାମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବି ଏପରି ହେବା ଉଚିତ ।

  • ବ୍ୟାୟାମ କରିବା ଜରୁରୀ

ଲକଡାଉନ୍ ଯୋଗୁଁ ଜିମ୍ନାଜିୟମ ବି ବନ୍ଦ । କିନ୍ତୁ ଏଥିପାଇଁ ଆପଣଙ୍କ ନିୟମିତ ବ୍ୟାୟାମ ବନ୍ଦ କରିବା କଥା ନୁହେଁ । ଠିକ୍ ଭାବେ ନିଦ ହେବା ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ । ସକାଳେ ବ୍ୟାୟାମ କଲେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବେ । କିଛି ଗୋଟାଏ ଭଲ କାମ କରିଛନ୍ତି ବୋଲି ଆପଣ ଅନୁଭବ କରିବେ । କିନ୍ତୁ ବିଛଣାକୁ ଯିବାର ଠିକ୍ ଆଗରୁ ଆପଣ ବ୍ୟୟାମ କରିବା ଠିକ୍ ନୁହେଁ । କାରଣ ଏହା ଦ୍ବାରା ନିଦରେ ବ୍ୟାଘାତ ସୃଷ୍ଟି ହେବ । ଶାରୀରିକ ଭାବେ ନିଜକୁ ହାଲୁକା ମନେ କରି ନିଦ୍ରା ଯାଆନ୍ତୁ ।

  • ଲଗାତର ଟିଭି ନ୍ୟୁଜ ଦେଖିବାରୁ ବିରତ ରହନ୍ତୁ

ଆଜିକାଲି ସବୁ ନ୍ୟୁଜ ଚ୍ୟାନେଲରେ କେବଳ କୋରୋନା ସଂପର୍କିତ ଖବର । ଲଗାତର ଭାବେ ଟିଭି ଦେଖିଲେ ଚିନ୍ତା ମାଡି ବସିବା ସହ ମାନସିକ ଅବସାଦ ସୃଷ୍ଟି ହେବ । ଡିଜିଟାଲ ହେଉ କି ପ୍ରିଂଟ୍ ମିଡିଆ, ସବୁଥିରେ ନିର୍ଭରଯୋଗ୍ୟ ନ୍ୟୁଜ ହିଁ ଖୋଜିବା ଦରକାର । ସଠିକ ଓ ଅଧିକ ଖବର ଜାଣିବା ପାଇଁ ଅଗ୍ରଣୀ ଖବରକାଗଜ ପଢିବା ଦରକାର । ମୋବାଇଲ୍ ଫୋନ୍ କମ୍ ଦେଖିବା ଦରକାର । ବିଛଣାକୁ ଯିବା ପୂର୍ବରୁ କୌଣସି ମିଡିଆରୁ କୋରୋନା ସଂପର୍କିତ ଖବର ନ ଦେଖବା ଭଲ ।

  • ଶୋଇବା ପୂର୍ବରୁ ଇଣ୍ଟରନେଟ୍ ବ୍ରାଉଜିଂରୁ ବିରତ ରୁହନ୍ତୁ

ଯଦି ଘରେ ଆମେ ସମୟ ଅତିବାହିତ କରୁଛେ,ତାହେଲେ ନିଃସନ୍ଦେହରେ ଇଣ୍ଟରନେଟ୍ ହିଁ ଆମ ପାଇଁ ସୂଚନା ଓ ମନୋରଞ୍ଜନର ବଡ ସୂତ୍ର ହୋଇଥାଏ । ତେବେ, ଦିନତମାମ ଇଣ୍ଟରନେଟରେ ଲାଗି ରହିବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ରାତିରେ ନିଦ୍ରା ବେଳେ ବି ଏହା ଅନ୍ତରାୟ ସୃଷ୍ଟି କରିଥାଏ । ବିଛଣାକୁ ଧରିବାର ଘଣ୍ଟାଏ ପୂର୍ବରୁ ଆପଣ ନିଜର ମୋବାଇଲ୍ ଫୋନ୍ ଓ ଟିଭି ସ୍ବିଚ୍ ଅଫ କରିବା ଜରୁରୀ । ବହିଟିଏ ପଢିବା ଓ ଗୀତ ଶୁଣିବା ଦ୍ବାରା ଭଲ ନିଦ ଆସେ ।

  • ସ୍ବାସ୍ଥ୍ୟ ଓ ନିଦ ପାଇଁ ମଦ ବିପଜ୍ଜନକ

କେତେକଙ୍କ ଧାରଣା ଯେ, ମଦ ପିଇଲେ ଭଲ ନିଦ ଆସେ । କିନ୍ତୁ ଏହି ଧାରଣା ଭୁଲ୍ । ମଦ ପିଇଲେ ପ୍ରଥମେ ପ୍ରଥମେ ତ ଭଲ ନିଦ ହୁଏ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କୁ ଠିକ୍ ନିଦ ହୁଏନାହିଁ । ଅତ୍ୟଧିକ ଚିନ୍ତା ଓ ମାନସିକ ଅବସାଦରେ ରହି ମଦ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ । ତେଣୁ ଯଥାସମ୍ଭବ ମଦରୁ ଦୂରେଇ ରହିବା ହିଁ ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.