ETV Bharat / bharat

ବିହାରକୁ ବଜ୍ରପାତ ଭୟ, ନେଲାଣି 30 ମୁଣ୍ଡ - injured

ବିହାରରେ ଭୟଙ୍କର ବର୍ଷା ଓ ବଜ୍ରପାତରେ ରାଜ୍ୟର 14 ଜିଲ୍ଲାର 30ଜଣ ପ୍ରାଣ ହରାଇ ସାରିଲେଣି ।

ଡିଜାଇନ ଫଟୋ
author img

By

Published : Jun 27, 2019, 3:36 PM IST

Updated : Jun 27, 2019, 3:49 PM IST

ପାଟନା: ମୌସୁମୀ ପ୍ରଭାବରେ ବିହାରର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ଏହି ଭୟଙ୍କର ବର୍ଷା ଓ ବଜ୍ରପାତରେ ରାଜ୍ୟର 14 ଜିଲ୍ଲାର 30ଜଣ ପ୍ରାଣ ହରାଇ ସାରିଲେଣି । ଏହାସହ 27ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ ସର୍ବାଧିକ ଲୋକ ବେଗୁସରାଇ ଓ ଭାଗଲପୁର ଜିଲ୍ଲାର ହୋଇଥିବା ଜଣାପଡିଛି |

ସୂଚନା ଅନୁସାରେ ରାଜ୍ୟର ଭାଗଲପୁର ଓ ବେଗୁସରାଇରେ ୫ ଜଣ, ସହରାସ ଓ ପୂର୍ଣ୍ଣିଆରେ ତିନି ଜଣଙ୍କ ମୃତ୍ୟୁ ହୋଇଛି | ସେହିପରି ଅରାରିଆ, ଯମୁଇ, କଟିହାରରେ ଦୁଇଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଖଗଡିଆ, ମଧେପୁରା, ଦରଭଙ୍ଗା, ମଧୁବନି, ସୀତାମାଢୀ, ମୋତିହାରୀ ଓ ଗୟାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ପୂର୍ଣ୍ଣିଆରେ ଗୋଟିଏ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ମହିଳା ରହିଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି | ଏହାସହ ମୃତକଙ୍କ ପରିବାର ପିଛା ରାଜ୍ୟ ବିପର୍ଯ୍ୟ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି | ଗତ ମଙ୍ଗଳବାର ଦିନ ବଜ୍ରାଘାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

Intro:Body:

blank

Conclusion:
Last Updated : Jun 27, 2019, 3:49 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.