ଜମ୍ମୁ ଓ କାଶ୍ମୀର: ରଜୌରୀ ଦିବ୍ୟାଙ୍ଗଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର, ପାଇବେ ମାସିକ ବେତନ । ଦିବ୍ୟାଙ୍ଗ ମାନଙ୍କ ପାଇଁ ରଜୌରୀରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରାଯାଇଛି । ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ନିଯୁକ୍ତିର ଉତ୍ତମ ସୁଯୋଗ ସୃଷ୍ଟି କରିପାରିବ ।
ଜିଲ୍ଲା ଉନ୍ନୟନ କମିଶନର ମହମ୍ମଦ ଅଜିଜ କହିଛନ୍ତି ଦିବ୍ୟାଙ୍ଗ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ରୋଜଗାରକ୍ଷମ କରାଯାଇପାରିବ ଓ ସେମାନେ କାହା ଉପରେ ନିର୍ଭରଶୀଳ ହୋଇପାରିବେନାହିଁ । ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି ନିଜର ଜ୍ଞାନକୁ ଉଚିତ ଭାବରେ ଉପଯୋଗ କରି କାର୍ଯ୍ୟରେ ଲଗାଇପାରିବେ । ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କ ଆତ୍ମନିର୍ଭରଶୀଳ ପାଇଁ ଏକ ଉପଯୁକ୍ତ ପରିବେଶ ପ୍ରଦାନ କରାଯାଉଛି । ଏହା ଦ୍ବାରା ସେମାନଙ୍କ ପରିବାରକୁ ଭରସା ଦେଇ ପାରିବ ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରତି ସମାଜରେ ଥିବା ଭାବନାରେ ପରିବର୍ତନ ଆସିପାରିବ ।
ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ବାଣିଜ୍ୟକ ସଂସ୍ଥା ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଦିବ୍ୟାଙ୍କମାନଙ୍କୁ ଦିଆଯାଇଥିବା ଧନ୍ଦାମୂଳକ ଶିକ୍ଷା ଗୁଡିକ ହେଲା ଏଲ ଇଡି ଲାଇଟ ରିପେୟାରିଂ ଟେକ୍ନିସିଆନ, ଘରୋଇ ଡାଟା ଏଣ୍ଟ୍ରି ଅପରେଟର, ମୋବାଇଲ ଫୋନ ହାର୍ଡୱେର ରିପ୍ୟାରିଂ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କୋର୍ସର ଶେଷରେ ଏକ ପରୀକ୍ଷା କରାଯାଏ ଯିଏ ସଫଳ ଭାବରେ ଶେଷ କରିବ ତାଙ୍କୁ ମାସିକ ଷ୍ଟାଇପେଣ୍ଡ 4600 ପ୍ରଦାନ କରାଯିବ ବ୍ୟବସ୍ଥା ରହିଛି ।