ETV Bharat / bharat

ରାମ ମନ୍ଦିର ଟ୍ରଷ୍ଟରେ ସାମିଲ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ

author img

By

Published : Mar 6, 2020, 11:04 PM IST

ଶିବସେନା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବାଲ ଠାକରେଙ୍କ ନେତୃତ୍ବରେ ଦଳର ଅବଦାନକୁ ବିଚାର କରି ଜଣେ ଶିବସେନା ସଦସ୍ୟଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଭାବରେ ମନୋନୀତ କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

sivasena-mla-send-to-letter-pm-modi-for-including-sivasena-member-in-ram-mandir-trust
ରାମ ମନ୍ଦିର ଟ୍ରଷ୍ଟରେ ସାମିଲ ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ

ମୁମ୍ବାଇ: ଶିବସେନା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଲେ ଚିଠି । ବାଲ ଠାକରେଙ୍କ ନେତୃତ୍ବରେ ଦଳର ଅବଦାନକୁ ବିଚାର କରି ଜଣେ ଶିବସେନା ସଦସ୍ୟଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଭାବେ ମନୋନୀତ କରିବା ପାଇଁ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଟ୍ରଷ୍ଟ ଦ୍ବାରା ସମ୍ଫାଦନା କରାଯିବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବସେନା ବିଧାୟକ ପ୍ରତାପ ସାରନାକ ଚିଠି ଲେଖିଛନ୍ତି । ରାମ ମନ୍ଦିର ଆନ୍ଦୋଳନରେ ଶିବସେନାର ସଂସ୍ଥାପକ ତଥା ପ୍ରତିଷ୍ଠାତା ବାଲ ଠାକରେଙ୍କ ଅବଦାନ ଓ ନେତୃତ୍ବକୁ ସମ୍ମାନ ଜଣାଇ ଶିବସେନାର ଜଣେ ସଦସ୍ୟକୁ ରାମମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଭାବରେ ମନୋନୀତ କରାଯାଉ ବୋଲି ଚିଠି ଲେଖିଛନ୍ତି ।

ସୂଚନା ଥାଉକି ଗତ ବର୍ଷ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ସହିତ ଦୀର୍ଘଦିନର ସମ୍ପର୍କକୁ ଛିନ୍ନ କରିଥିଲା । ମହାରାଷ୍ଟ୍ରରେ ଶିବସେନ ନିଜର ଘୋରବିରୋଧୀ ଏନସିପି ଓ କଂଗ୍ରେସ ସହିତ ମିଶି ମହାବିକାଶ ଅଘାଡି ନାମକ ମେଣ୍ଟ ଗଠନ କରି ମହାରାଷ୍ଟ୍ରରେ ସରକାର ଗଢିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.