ETV Bharat / bharat

1984 ଦଙ୍ଗା ମାମଲା: କମଳନାଥଙ୍କ ପାଇଁ ବଢୁଛି ଅଡ଼ୁଆ, ପୁନର୍ବାର ଯାଞ୍ଚ କରିବ ଏସଆଇଟି - 1984 ଦଙ୍ଗା

ପୁଣି ଖୋଲିବ ପୁରୁଣା ଫାଇଲ । 1984 ମସିହାରେ ହୋଇଥିବା ଶିଖ ବିରୋଧି ଦଙ୍ଗା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) । ଏହା ସହିତ ସେହି ବର୍ଷ ହୋଇଥିବା ଅନ୍ୟ 6ଟି ଗୁରୁତର ମାମଲାର ମଧ୍ୟ ଏସଆଇଟି ତଦନ୍ତ କରିବ ବୋଲି ଜଣାପଡ଼ିଛି । ଏ ଘଟଣାରେ ସାମିଲ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପାଇଁ ବଢିପାରେ ଅଡୁଆ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 9, 2019, 7:34 PM IST

ନୂଆଦିଲ୍ଲୀ: 1984 ମସିହାରେ ହୋଇଥିବା ଶିଖ ବିରୋଧି ଦଙ୍ଗା ମାମଲାର ପୁନର୍ବାର ତଦନ୍ତ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) । ଏ ଘଟଣାରେ ତଦନ୍ତ ପରିସରଭୂକ୍ତ ହୋଇପାରନ୍ତି ବର୍ତ୍ତମାନର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଏହା ଯୋଗୁଁ ବଢିପାରେ ତାଙ୍କର ଅଡୁଆ । ତେବେ ତଦନ୍ତ ସମୟରେ ପ୍ରମାଣ ଏବଂ ସାକ୍ଷୀ ସହଯୋଗ କରିବା ପାଇଁ ଏସଆଇଟି ଖବର କାଗଜରେ ବିଜ୍ଞାପନ ଦେଇଛି ।

ତେବେ ଏସଆଇଟିର ତଦନ୍ତ କରିବାକୁ ନେଇ ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟିର(ଡିଏସଜିଏମସି) ଅଧ୍ୟକ୍ଷ ତଥା ବିଧାୟକ ମନଜିନ୍ଦର ସିଂ ସିରସା ଆଜି ସାମ୍ବାଦିକ ସମ୍ମିଳନୀରେ ମତ ରଖି କହିଛନ୍ତି ଯେ, 1984 ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ ବିରୋଧି ଦଙ୍ଗାରେ ଜଡିତ ଥିବା ଅନେକ ବଡ଼ ବଡ଼ ଲୋକଙ୍କ ନାମ ସାମ୍ନାକୁ ଅଣା ଯାଇ ପାରିନଥିଲା । ଏହି ତଦନ୍ତ ଫଳରେ ସେମାନଙ୍କ ନାମ ସାମ୍ନାକୁ ଆସିପାରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦଙ୍ଗା ମାମଲାକୁ ତଦନ୍ତକାରୀ ଦଳ ବନ୍ଦ କରି ଦେଇଥିଲା । ଏହାକୁ ନେଇ ଆମେ ଗୃହମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲୁ। ତେବେ ଆମର ଅଭିଯୋଗକୁ ଗୁରୁତର ନେବା ସହ ଏହାର ପୁନର୍ବାର ଯାଞ୍ଚ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଫଳରେ 601/84 ମାମଲାର ପୁନର୍ବାର ତଦନ୍ତ ହେବା ନେଇ ସେ ଜଣାଇଛନ୍ତି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କମଳନାଥଙ୍କ ବିରୋଧରେ ଅନେକ ସାକ୍ଷୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟ ତାର ସିଂ ଏବଂ ସଞ୍ଜୟ ସୁରୀ ପ୍ରମୁଖ ଅଛନ୍ତି। ଅଧିକରୁ ଅଧିକ ପ୍ରମାଣ ଓ ସାକ୍ଷୀଙ୍କୁ ଏ ମାମଲାରେ ସହଯୋଗ କରିବା ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଆହ୍ବାନ କରିଛି । ଏନେଇ ଖବରକାଗଜରେ ବିଜ୍ଞାପନ ଦେଇଛି ଏସଆଇଟି। ସେପଟେ ଜଣେ ସାକ୍ଷୀ ଏହି ଦଙ୍ଗା ପାଇଁ ବର୍ତ୍ତମାନର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଉସୁକାଉଥିବା କହିଛନ୍ତି।

ସେତେବେଳେ ସେ ତାଙ୍କ ବାସଭବନରେ ବସି ଏହି ଦଙ୍ଗାକୁ ଭିଆଇବା ପାଇଁ ଅଭିଯୁକ୍ତଙ୍କୁ ଉସକାଉଥିଲେ ବୋଲି ସାକ୍ଷୀ ଜଣକ କହିଛନ୍ତି। ଶିଖ ବିରୋଧ ଦଙ୍ଗାର ତଦନ୍ତ ଦାୟିତ୍ୱରେ ଥିବା ଏସଆଇଟି ପବ୍ଲିକ ନୋଟିସ ଜାରି କରିଛି। ତେବେ 1984 ମସିହାରେ ହୋଇଥିବା ଅନ୍ୟ କିଛି ଗୁରୁତର ମାମଲା ମଧ୍ୟରୁ 7ଟିର ପୁନର୍ବାର ତଦନ୍ତ କରିବ ଏସଆଇଟି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.