ETV Bharat / bharat

ହାଥରସ ଗଣଦୁଷ୍କର୍ମ: ପୀଡିତାଙ୍କ ପରିବାରର ବୟାନ ରେକର୍ଡ କଲା SIT - ପୀଡିତାଙ୍କ ପରିବାରର ବୟାନ ରେକର୍ଡ କଲା SIT

ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହାଥରସ ଘଟଣାର ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ରବିବାର ସକାଳେ ପୀଡିତାଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ
ହାଥରସ ଗଣଦୁଷ୍କର୍ମ
author img

By

Published : Oct 4, 2020, 1:35 PM IST

ଲକ୍ଷ୍ନୌ: ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହାଥରସ ଘଟଣାର ଅନୁସନ୍ଧାନ କରିଛନ୍ତି । ଏଥିପାଇଁ ରବିବାର ସକାଳେ ପୀଡିତାଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କ ବିବୃତ୍ତି ରେକର୍ଡ କରିଛନ୍ତି । ଏହାର ପ୍ରଥମ ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ପୋଲିସ ଅଧୀକ୍ଷକ, ଡିଏସପି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିସାରିଛନ୍ତି। ସେମାନଙ୍କର ପଲିଗ୍ରାଫ୍ ଏବଂ ନାର୍କୋ ପରୀକ୍ଷା ପାଇଁ ସୁପାରିଶ କରାଯାଇଛି ।

ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦ୍ବାରା ଯାଞ୍ଚ କରିବାକୁ ସୁପାରିଶ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଶନିବାର ପରିବାରକୁ ଭେଟିଥିଲେ। ପ୍ରକାଶଥାଉକି, ସେପ୍ଟେମ୍ବର 29 ରେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ 19 ବର୍ଷୀୟ ହାଥରସ ପୀଡିତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହି ଗଣଦୁଷ୍କର୍ମ ଘଟଣାର ଅନୁସନ୍ଧାନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କରୁଛି। ଏହାପୂର୍ବରୁ ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର ଦାବି କରିଛନ୍ତି ଯେ ହାଥରସ ପୀଡିତାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ। ଆଇନ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.