ETV Bharat / bharat

ହାଥରସ ଘଟଣା: ଅନ୍ତିମ ପର୍ଯ୍ୟାୟରେ SIT ଯାଞ୍ଚ, ବୁଧବାର ରିପୋର୍ଟ ଦାଖଲ କରିବେ ସରକାର !

author img

By

Published : Oct 6, 2020, 7:43 PM IST

ହାଥରସ ଘଟଣାରେ ଗଠିତ ଏସଆଇଟିର ଯାଞ୍ଚ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି । ବୁଧିବାର ସୁପ୍ରିମକୋର୍ଟଙ୍କୁ ଏହି ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିପାରନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

ହାଥରସ ଘଟଣା: ଅନ୍ତିମ ପର୍ଯ୍ୟାୟରେ SIT ଯାଞ୍ଚ, ବୁଧବାର ରିପୋର୍ଟ ଦାଖଲ କରିପାରନ୍ତି ସରକାର

ଲକ୍ଷ୍ନୌ: ହାଥରସ ଘଟଣାରେ ଗଠିତ ଏସଆଇଟିର ଯାଞ୍ଚ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି । ତେବେ ଏହି ବୁଧିବାର ସୁପ୍ରିମକୋର୍ଟଙ୍କୁ ଏହି ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିପାରନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗୃହ ସଚିବ ଭଗବାନ ସ୍ବରୂପଙ୍କ ନେତୃତ୍ବରେ ଡିଜି ଚନ୍ଦ୍ର ପ୍ରକାଶ ଏବଂ ଏସପି ପୁନମ ଏହି ଘଟଣାର ତଦନ୍ତ କରିଛନ୍ତି।

ଏସଆଇଟି ଗତ ସପ୍ତାହରେ ତଦନ୍ତ ଆରମ୍ଭ କରିଥିଲା ​​। ତେବେ ଏହି ଟିମକୁ 7 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୀଡିତାଙ୍କ ଗାଁରେ ମଧ୍ୟ ଏସଆଇଟିର ଟିମ ପହଞ୍ଚିବା ସହ ପରିବାରର ବୟାନ ରେକର୍ଡ ହୋଇଛି ।

ଅନ୍ୟପକ୍ଷେ ହାଥରସ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ମଙ୍ଗଳବାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଏସଏ ବୋବଡେ କହିଥିଲେ ଯେ ଆମେ ପୀଡିତ ଏବଂ ସାକ୍ଷୀଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାର ଦସ୍ତାବିଜ ଦାଖଲ କରନ୍ତୁ । ଏହି ଘଟଣା ଭୟାବହ ବୋଲି କହିଥିଲେ ସିଜେଆଇ । ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବୁଧବାର ସୁଦ୍ଧା ଆମେ ଏକ ଆଫିଡେଭିଟ ଦାଖଲ କରିବୁ।

ଏହି ମଧ୍ୟରେ ହାଥରସ ଘଟଣାରେ ଜାତିଆଣ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ମଥୁରା ନିକଟ ଏକ ଟୋଲ ପ୍ଲାଜାରୁ ଗିରଫ କରାଯାଇଥିଲା। 4 ଜଣ ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିଲେ। ସେମାନଙ୍କ ମଧ୍ୟରେ ଜାମିଆର ଜଣେ ଛାତ୍ର ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.