ETV Bharat / bharat

ଜେଇଇ ଓ ନିଟ୍‌ ପରୀକ୍ଷା ବାତିଲ କରିବାକୁ ଆପ୍‌ର ଅପିଲ - ଜେଇଇ ଓ ନେଟ ପରୀକ୍ଷା ବାତିଲ

ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ପ୍ରବେଶିକା ପରୀକ୍ଷା (JEE) ଏବଂ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET) ବାତିଲ କରିବାକୁ ଅପିଲ କଲେ ଆପ୍‌ ସରକାର । ଚଳିତ ବର୍ଷ ଆଡମିଶନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଅଧିକ ପଢନ୍ତୁ...

ଜେଇଇ ଓ ନେଟ ପରୀକ୍ଷା ବାତିଲ କରିବାକୁ ଆପ୍‌ର ଅପିଲ

author img

By

Published : Aug 23, 2020, 12:07 PM IST

ନୂଆଦିଲ୍ଲୀ: ଜେଇଇ ଓ ନିଟ୍‌ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କଲା ଆପ ସରକାର । ଆମ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଶନିବାର କେନ୍ଦ୍ର ସରକାରଙ୍କୁ ମିଳିତ ପ୍ରବେଶିକା ପରୀକ୍ଷା(ଜେଇଇ) ଓ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା(ନିଟ) ପରୀକ୍ଷାକୁ ବାତିଲ କରିବାକୁ ନିବେଦନ କରିଛନ୍ତି । ଗତ କିଛି ପୂର୍ବରୁ ସେପ୍ଟେମ୍ବର ମାସରେ ଏହି ଦୁଇ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ ସିଗନାଲ ମିଳିସାରିଛି ।

  • ये सोच कि केवल NEET-JEE परीक्षा ही एडमिशन का एकमात्र विकल्प है, बेहद संकुचित और अव्यवहारिक सोच है.

    दुनिया भर में शिक्षण संस्थान एडमिशन के नए नए तरीक़े अपना रहे हैं. हम भारत में क्यों नहीं कर सकते? बच्चों की ज़िंदगी प्रवेश परीक्षा के नाम पर दांव पर लगाना कहाँ की समझदारी है?

    — Manish Sisodia (@msisodia) August 22, 2020 " class="align-text-top noRightClick twitterSection" data=" ">

ଆପ ନେତା କହିଛନ୍ତି, କେନ୍ଦ୍ର ସରକାର ଜେଇଇ-ନେଟ ପରୀକ୍ଷା ନାମରେ ପିଲାଙ୍କ ସହ ଖେଳୁଛନ୍ତି । ଚଳିତ ବର୍ଷ ଏହି ପରୀକ୍ଷା ବାତିଲ କରିବା ସହ ତୁରନ୍ତ ପିଲାଙ୍କ ଆଡମିଶନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛନ୍ତି । ଏହି ସଙ୍କଟ ସମୟରେ ଏକ ଅପ୍ରତ୍ୟାଶିତ ପଦକ୍ଷେପ ସମାଧାନର ବାଟ ବାହାର କରିବ ବୋଲି ସିସୋଦିଆ ଟ୍ବିଟ କରି କହିଛନ୍ତି ।

  • आज 21वीं सदी के भारत में हम एक प्रवेश परीक्षा का विकल्प नहीं सोच सकते! यह सम्भव नहीं है.

    केवल सरकार की नीयत छात्रों के हित में सोचने की होनी चाहिए NEET-JEEE की जगह सुरक्षित तरीक़े तो हज़ार हो सकते हैं.

ସେ କହିଛନ୍ତି ଯେ, କେବଳ ଜେଇଇ-ନେଟ ଆଡମିଶନ ପାଇଁ ଏକମାତ୍ର ବିକଳ୍ପ ହେଉଛି ସଂକୀର୍ଣ୍ଣ ଏବଂ ଅବାସ୍ତବ ଚିନ୍ତାଧାରା । "ସମଗ୍ର ବିଶ୍ବ ଶିକ୍ଷାନୁଷ୍ଠାନଗୁଡିକ ଆଡମିଶନର ନୂତନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଆମେ କାହିଁକି ଭାରତରେ ତାହା କରିପାରିବୁ ନାହିଁ ? ପ୍ରବେଶିକା ପରୀକ୍ଷା ନାମରେ ପିଲାମାନଙ୍କ ଜୀବନ ପ୍ରତି ବିପଦରେ ପକାଇବା କ’ଣ ବୁଦ୍ଧିମାନ?" ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ, ନେଟ ଏବଂ ଜେଇଇ ପରିବର୍ତ୍ତେ ହଜାର ହଜାର ସୁରକ୍ଷିତ ଉପାୟ ରହିଛି ’’ ଏକବିଂଶ ଶତାବ୍ଦୀରେ ଭାରତରେ ପ୍ରବେଶିକା ପରୀକ୍ଷା ବିକଳ୍ପ ବିଷୟରେ ଚିନ୍ତା କରିପାରିବୁ ନାହିଁ ! ଏହା ସମ୍ଭବ ନୁହେଁ। କେବଳ ସରକାରଙ୍କ ଉଦ୍ଦେଶ୍ୟରେ ଏହା ଚିନ୍ତା କରିବା ଉଚିତ । ଜେଇଇ-ନେଟ ପରିବର୍ତ୍ତେ ଛାତ୍ରମାନେ ହଜାର ହଜାର ସୁରକ୍ଷିତ ଉପାୟ ପାଇପାରିବେ ବୋଲି ସେ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର 1 ରୁ 6 ତାରିଖ ପର୍ଯ୍ୟନ୍ତ ମିଳିତ ପ୍ରବେଶିକା ପରୀକ୍ଷା (JEE) (ମେନ୍) ଏବଂ ସେପ୍ଟେମ୍ବର 13 ରେ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET) (UG) ଅନୁଷ୍ଠିତ ହେବ ବୋଲି ଜାତୀୟ ପରୀକ୍ଷା ଏଜେନ୍ସି ଘୋଷଣା କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.