ETV Bharat / bharat

ଭାରତ-ଚୀନ ସଂଘର୍ଷ ସତର୍କବାଣୀ, ଏଲଏସି ନିଶ୍ଚିତ କରିବା ସମୟ: ଅଶୋକ କାନ୍ଥା

ଭାରତ ଓ ଚୀନ ସୀମା ବିବାଦର ଆମେ ଆତ୍ମଚିନ୍ତନ କରି ତୁରନ୍ତ କିଛି ପଦକ୍ଷେପ ନେବା ଦରକାର । ସେଠାରେ ଆଉ ଉତ୍ତେଜନା ନ ବଢାଇବା ପାଇଁ ସ୍ପଷ୍ଟ ସନ୍ଦେଶ ଯିବା ଦରକାର । ଉତେଜନା ହ୍ରାସ ପ୍ରକ୍ରିୟା ଜାରି ରହିବା ଦରକାର । ଅଧିକ ପଢନ୍ତୁ...

author img

By

Published : Jun 17, 2020, 9:02 PM IST

ଭାରତ-ଚୀନ ସଂଘର୍ଷ ସତର୍କବାଣୀ, ଏଲଏସି ନିଶ୍ଚିତ କରିବା ସମୟ : ଅଶୋକ କାନ୍ଥା

ଭାରତ ଓ ଚୀନ ଯଦି ସୀମା ବିବାଦର ସମାଧାନ ନ କରନ୍ତି, ତାହା ହେଲେ ଗଲୱାନ ଉପତ୍ୟକା ଭଳି ଭୟାବହ ସଂଘର୍ଷ ଜାରି ରହିବ । ଏଭଳି କହିଛନ୍ତି ଚୀନରେ ଭାରତର ପୂବର୍ତନ ରାଷ୍ଟ୍ରଦୂତ ତଥା ବର୍ତମାନ ଇନଷ୍ଟିଚ୍ୟୁଟ ଅଫ୍ ଚାଇନିଜ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଅଶୋକ କାନ୍ଥା । ବରିଷ୍ଠ ସାମ୍ବାଦିକସ୍ମିତା ଶର୍ମାଙ୍କ ସହ ଏକ ଏକ୍ସକ୍ଲୁସିଭ ସାକ୍ଷାତକାରରେ ସେ କହିଛନ୍ତି ଯେ, ଉତେଜନା ପ୍ରଶମନ ଜାରି ରଖିବା ପ୍ରକ୍ରିୟାକୁ ଦୁଇ ଦେଶ ପ୍ରାଥମିକତା ଦେବା ଦରକାର । ଏଥିପାଇଁ ଉପରୁ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ରହିବା ଦରକାର ।

ବର୍ତମାନ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ସମ୍ଭବ ନ ଥିଲେ ମଧ୍ୟ ଉଚ୍ଚ ସ୍ତରରେ ରାଜନୈତିକ ଓ କୂଟନୈତିକ ବିଚାରବିମର୍ଶ ହେବା ଦରକାର । କାରଣ ସାମରିକ ସ୍ତରୀୟ କଥାବାର୍ତ୍ତା ଯଥେଷ୍ଟ ନୁହେଁ । ଅଶୋକ ଆହୁରି ମଧ୍ୟ କହିଛନ୍ତି ଯେ, ସୀମା ସମାଧାନ ପ୍ରକ୍ରିୟାକୁ

ଗତ ୧୮ ବର୍ଷ ହେଲା ଚୀନ୍ ଅଚଳ କରି ରଖିଛି । ଜାଣିଶୁଣି କୌଣସି ସ୍ପଷ୍ଟ ନୀତି ନ ଆପଣାଇ ଭାରତ ବିରୋଧୀ ଜଟିଳ ଅବସ୍ଥା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ପଢନ୍ତୁ ଅଶୋକ କାନ୍ଥାଙ୍କ ସହ ଏକ୍ସକ୍ଲୁସିଭ କଥାବାର୍ତ୍ତା ।

ପ୍ରଶ୍ନ- ଦଶକ ଦଶକ ଧରି ଭାରତ-ଚୀନ୍ ସୀମାରେ ଶାନ୍ତି ଓ ସ୍ଥିରତା ରହିଆସିଥିଲା । ହେଲେ ହିଂସାତ୍ମକ ସଂଘର୍ଷ ପରେ ଏବେ କଣ ଏଲଏସିର ସ୍ୱରୂପ ସ୍ଥାୟୀ ଭାବେ ବଦଳିଯାଇଛି କି ?

ଉ- କିଛି ନା କିଛି ଅତି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡୁଛି । ଏଲଏସି ଓ ଆନ୍ତର୍ଜାତିକ ସୀମା ନିର୍ଧାରଣରେ ସମସ୍ୟା ଥିବା ସତ୍ୱେ ଗତ ୪୫ ବର୍ଷ ଧରି ଏଲଏସିରେ ଶାନ୍ତି ବଜାୟ ପାଇଁ ଭାରତ ଓ ଚୀନ ମିଳିତ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ପରଠାରୁ ଜୀବନହାନି ହେଲା ଭଳି କୌଣସି ଘଟଣା ଘଟି ନ ଥିଲା । ବର୍ତ୍ତମାନସେ ସ୍ଥିତି ଆଉ ନାହିଁ । ବର୍ତ୍ତମାନର ଗମ୍ଭୀର ପରିସ୍ଥିତିରୁ ଆଗକୁ କେମିତି ଯାଇହେବ, ସେନେଇ ଆମେ ଚିନ୍ତା କରିବା ଦରକାର । ଏବେକାର ସ୍ଥିତିର ଗମ୍ଭୀରତାକୁ ଆମେ ହାଲୁକା ଭାବେ ନେଇପାରିବା ନାହିଁ । ତେବେ, ସ୍ଥିତି ଯେମିତି ଅଧିକ ନ ବିଗିଡେ, ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଆମେ ତାହା ଅସ୍ୱୀକାର କରିପାରିବା ନାହିଁ । ଯେତେବଳେ ଉତେଜନା ଆରମ୍ଭ ହେଲା, ସେବେଠାରୁ ହିଁ ଏଭଳି ଏକ ଘଟଣା ଘଟିପାରେ ବୋଲି ଆଶଙ୍କା କରାଯାଉଥିଲା । ଦୀର୍ଘ ଦିନ ଧରି ସଶସ୍ତ୍ର ସେନା ଯବାନମାନେ ମୁହାଁମୁହିଁ ସ୍ଥିତିରେ ରହିଥିଲେ । ଆଉ ଯାହା ଆଶଙ୍କା କରାଯାଉଥିଲା, ତାହା ସୋମବାର ସଂଧ୍ୟାରେ ସଂଘଟିତ ହେଲା । ତେବେ, ଉତେଜନା ହ୍ରାସ ପାଇଁ ଉଭୟ ପକ୍ଷରୁ ରାଜନୈତିକ ଉଦ୍ୟମ ହେବା ଦରକାର । ସ୍ଥିତି ନିୟନ୍ତ୍ରଣ କରିବାକୁ ଏକାଧିକ ପଦକ୍ଷେବ ନେବାକୁ ପଡିବ ।

ପ୍ରଶ୍ନ- ତେବେ ଉତ୍ତେଜନା ହ୍ରାସ ପ୍ରକ୍ରିୟା ବେଶ୍ ଜଟିଳ ହେବ । କାରଣ ମୁତୟନ ହୋଇଥିବା ସେନା ଯବାନମାନେ ବେଶ ଭାବପ୍ରବଣ ଥିବେ । କ୍ଷୋଭ ଓ ଉଦବେଗ ପ୍ରକାଶ କରୁଥିବେ । ଏ ଦୃଷ୍ଟିରୁ ଅନ୍ୟ ସ୍ଥାନରେ ବି ପରିସ୍ଥିତି ସଂଗୀନ ହେବା ଆଶଙ୍କା

ରହିଛି କି ?

ଉ- ଏଲଏସିର ଅନ୍ୟ କିଛି ପଏଣ୍ଟରେ ଉତ୍ତେଜନା ଆଶଙ୍କାକୁ ମୁଁ ଅସ୍ୱୀକାର କରୁନାହିଁ । ତେବେ ଉତ୍ତେଜନା ସୀମା ସଂଘର୍ଷରେ ପରିଣତ ହେବ ନାହିଁ ବୋଲି ମୁଁ ଆଶାବାଦୀ । ଉଭୟ ପକ୍ଷ ଏହା ଚାହିଁବେ ନାହିଁ । ସୀମାବର୍ତ୍ତି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ ଉଭୟ ଭାରତ ଓ ଚୀନ୍ ଯଥେଷ୍ଟ ପରିଶ୍ରମ କରିଛନ୍ତି । ଏଥିପାଇଁ ଆସ୍ଥାଭାଜନ ପଦକ୍ଷେପ-ସିବିଏମ୍‌, ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର –ଏସଓପି ସବୁ ରହିଛି ,ଯାହା ଫଳରେ ସୀମାରେ ଶାନ୍ତି ବଜାୟ ରହିପାରିବ । ଏହି ମାମଲାରେ ଏସବୁ କାମ ଦେଇ ନ ଥିବା ସ୍ପଷ୍ଟ ହୋଇଯାଇଛି । ତେଣୁ ଆମେ ଆତ୍ମଚିନ୍ତନ କରି ତୁରନ୍ତ କିଛି ପଦକ୍ଷେପ ନେବା ଦରକାର । ସେଠାରେ ଆଉ ଉତ୍ତେଜନା ନ ବଢାଇବା ପାଇଁ ସ୍ପଷ୍ଟ ସନ୍ଦେଶ ଯିବା ଦରକାର । ଉତେଜନା ହ୍ରାସ ପ୍ରକ୍ରିୟା ଜାରି ରହିବା ଦରକାର । ଆଉ ଯଥାସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଚୀନର ଏକପାଖିଆ ପଦକ୍ଷେପକୁ ଆମେ ଗ୍ରହଣ କରିପାରିବା ନାହିଁ, ଯାହା ଦ୍ୱାରା କି ସେ ସୁବିଧାଜନକ ସ୍ଥିତିରେ ରହିବ । ଏ ବର୍ଷ ଏପ୍ରିଲରୁ ଚୀନ୍ ଏକତରଫା ଭାବେ ଏଭଳି ପରିସ୍ଥିତି ସୃଷ୍ଟି କରିଛି । ଏପ୍ରିଲର ସ୍ଥିତି ଫେରାଇଆଣିବା ଉପରେ ଆମେ ଗୁରୁତ୍ୱ ଦେବା ଦରକାର । ତାପରେ ଆମେ କଣ ଭୁଲ ରହିଲା, ତାହାର ସମୀକ୍ଷା କରିବାକୁ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂଶୋଧିତ ପଦକ୍ଷେପ ନେବାକୁ ହେବ । ଏଲଏସି ନିର୍ଦ୍ଧାରଣରେ ଥିବା ଅସ୍ପଷ୍ଟତା ପରିପ୍ରେକ୍ଷୀରେ ଆମେ ବର୍ତ୍ତମାନର ସ୍ଥିତିକୁ ଗ୍ରହଣ କରିପାରିବା ନାହିଁ । ଆମକୁ ଏଲଏସି ବାବଦରେ ନିଶ୍ଚିତ ହେବା ଜରୁରୀ । ଏ ବାବଦରେ ଆମର ଆନୁଷ୍ଠାନିକ ବୁଝାମଣା ରହିଛି । ଏଲଏସି ନେଇ ମାନଚିତ୍ର ଆଦାନପ୍ରଦାନ ସହ ସମସ୍ତଙ୍କୁ ସୁହାଇଲା ଭଳି ସାଧାରଣ ବୁଝାମଣା କରିବାକୁ ଆମେ ସହମତ ହୋଇଥିଲୁ । କିନ୍ତ ଗତ ୧୮ ବର୍ଷରୁ ଅଧିକ ସମୟ ଧରି ଚୀନ୍ ଏହି ପ୍ରକ୍ରିୟାରେ ଅଚଳାବସ୍ଥା ସୃଷ୍ଟି କରିଛି । ଏହାକୁ ଏକ ୱେକ୍ ଅପ୍ କଲ୍ । ଏହି ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ ହେବ । ସୀମା ବିବାଦର ରାଜନୈତିକ ସମାଧାନ ପାଇଁ ୨୦୦୩ ମସିହାରୁ ଦୁଇ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସୀମା ବିବାଦର ସମାଧାନ ରାଜନୈତିକ ସ୍ତରରେ କରିବାକୁ ଦୁଇ ଦେଶ ୨୦୦୫ରେ ସମ୍ମତ ହୋଇଥିଲେ । କିନ୍ତୁ ଏହାପରଠାରୁ କଥାବାର୍ତ୍ତାରେ କୌଣସି ଆଖିଦୃଶିଆ ଫଳାଫଳ ମିଳିନାହିଁ । ଏଭଳି ଏକ ସମସ୍ୟାକୁ ଆମେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ପକାଇ ରଖିପାରିବା ନାହିଁ । ଏମିତି ଯଦି ହୁଏ, ତାହା ହେଲେ ଆମକୁ ଗଲୱାନ ଭଳି ଭୟଙ୍କର ପରିସ୍ଥିତିର ସାମନା କରି ବହୂମୂଲ୍ୟ ଦେବାକୁ ପଡିବ ।

ପ୍ରଶ୍ନ- ବର୍ତ୍ତମାନର ମେକାନିଜିମ ଓ ସୀମ ପ୍ରୋଟକଲ ପ୍ରାସଙ୍ଗିକତା ହରାଇ ବସିଛି କି ?

ଉ- ଏସଓପି ଓ ସିବିଏମ ପ୍ରାସଙ୍ଗିକତା ହରାଇଥିବା ମୁଁ ଭାବୁନାହିଁ । ମୁଁ ନିଜେ ଏସବୁ ଥିରେ ସଂପୃକ୍ତ ରହିଛି । ଏସବୁ ଏବେ ବି ଶ୍ରେଷ୍ଠ ଉପାୟ ବୋଲି ମୁଁ କହିବି । ସିବିଏମ ଗୁଡିକର ସଠିକ କାର୍ଯ୍ୟକାରିତାର ଅଭାବ ଦେଖାଦେଇଛି । ନୂଆ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ସହ ଦୁଇ ପକ୍ଷ ସିବିଏମକୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ । ଏଥିସହ ଏଲଏସିକୁ ବି ନିଷ୍ଠାର ସହ ସମ୍ମାନ ଦେବା ଦରକାର ।

ପ୍ରଶ୍ନ- ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ସିଧାସଳଖ

ଆଲୋଚନା ହେବା ଦରକାର କି ? ନା ମୃତାହତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ତ୍ତମାନ କଥାବାର୍ତ୍ତାର ଉଚିତ ସମୟ ନୁହେଁ ?

ଉ- ପୁରା ଘଟଣା ବାବଦରେ ନ ଜାଣି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୀନ ରାଷ୍ଟ୍ରପତିଙ୍କ ସହ

କଥାବାର୍ତା ହେବା ସପକ୍ଷରେ କହିପାରିବି ନାହିଁ । କିନ୍ତୁ କୂଟନୈତିକ ଚ୍ୟାନେଲ ଜରିଆରେ ଉଚ୍ଚସ୍ତରରେ ଯୋଗାଯୋଗ ରହିବା ଦରକାର । ବର୍ଡର କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ବି ଉପଯୋଗୀ ହୋଇପାରେ । ତେବେ, କୂଟନୈତିକ ଓ

ରାଜନୈତିକ ସ୍ତରରେ ଯୋଗାଯୋଗ ରହିବା ଦରକାର । ସୀମା ବିବାଦର ସମାଧାନ ପାଇଁ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେଲେ ଆହୁରି ଭଲ ।

ପ୍ରଶ୍ନ- ରାଜନୈତିକ ନିର୍ଦ୍ଦେଶ କେବଳ ଲୋକାଲ କମାଣ୍ଡରଙ୍କ ମଧ୍ୟରେ ସୀମିତ ହେବା ଦରକାର କି ? ବିଶେଷଜ୍ଞଙ୍କ ବିଶ୍ୱାସ ଯେ, ଏସବୁ ଅନୁପ୍ରବେଶ ବେଶ୍ ସୁନିୟୋଜିତ ଢଙ୍ଗରେ ହୋଇଥିଲା । ଆଉ ଏଥିପାଇଁ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି-ପିଏଲଏର ୱେଷ୍ଟଣ୍ଣର କମାଣ୍ଡର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ଦୃଷ୍ଟିରୁ ପଲିଟିକାଲ

ମେସେଜିଂ ସହାୟକ ହୋଇପାରିବ କି ?

ଉ- ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏସବୁ ଘଟଣା ସ୍ଥାନୀୟ ନୁହେଁ । ମେ ୫ରୁ ଅନେକ ଅନୁପ୍ରବେଶ ଘଟଣା ସିକିମରୁ ୱେଷ୍ଟର୍ନ ସେକ୍ଟର ଯାଏଁ ସଂଘଟିତ ହୋଇଛି । ତେଣୁ ଉଚ୍ଚସ୍ତରରେ ନିଷ୍ପତି ବିନା ଏସବୁ ଅନୁପ୍ରବେଶ ଘଟଣା ଘଟିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ଜଣାପଡୁଛି । ଚୀନର ଉଚ୍ଚସ୍ତରରେ ଏଥିପାଇଁ ନିଷ୍ପତି ନିଆଯାଇଥିବା

ଅର୍ଥ ଏହା ନୁହେଁ ଯେ, ଚୀନ ସରକାର ମଧ୍ୟ ସୀମାର ଶାନ୍ତି ଓ ସ୍ଥିରତା ଚାହୁଁ ନ ଥିବେ । ଭାରତ ଭଳ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପାଇଁ ଚୀନ ମଧ୍ୟ ଉଦ୍ୟମ କରିଛି । ଏବେ ଏକ କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ସମୟ ଆସିଛି । ଚୀନ ସହ ଆମର ସଂପର୍କ ବେଶ ଜଟିଳ ।

ପ୍ରଶ୍ନ- କିନ୍ତୁ ଏଲଏସି ନେଇ ସ୍ପଷ୍ଟତା ଚୀନର ସ୍ୱାର୍ଥକୁ ଅଧିକ ସୁହାଇବ ନାହିଁ କି ? ଭାରତକୁ ସବୁବେଳେ ଚାପରେ ପକାଇବା ପାଇଁ ଏକ ଅଶାନ୍ତ ସୀମା ଚୀନକୁ ଖୋରାକ ଯୋଗାଇବ କି ?

ଉ- ଚୀନ ଜାଣିଶୁଣି ଏଲଏସିର ଜଟିଳ ସ୍ଥିତି ବଜାୟ ରଖିବାକୁ ଚାହୁଁଛି । କାରଣ ଏହା

ତାକୁ ସୁହାଉଛି । ଏଥିରେ ମୁଁ ଏକମତ । ସେଥିପାଇଁ ତ ଏଲଏସି ବାବଦରେ ସାଧାରଣ

ବୁଝାମଣା ପାଇଁ ରାଜିନାମା ସ୍ୱାକ୍ଷର ହୋଇଥିଲେ ମଧ୍ୟ ଚୀନ ଏହାକୁ ନେଇ ଗତ ୧୮ ବର୍ଷ ହେଲା ଚୁପ୍‌ ବସିଛି । ତେବେ, ଭାରତ-ଚୀନ ସଂପର୍କ ସକାରାତ୍ମକ ଦିଗରେ ଗତି କରିବାକୁ ହେଲେ କଥାବାର୍ତ୍ତା ଜରୁରୀ ବୋଲି ସ୍ପଷ୍ଟ ସନ୍ଦେଶ ପୁଣି ଥରେ ଦେବାକୁ ପଡିବ ।

ପ୍ରଶ୍ନ – ଯଥାସ୍ଥିତି ଫେରାଇ ଆଣିବା ପାଇଁ ଚୀନ ରାଜି ହେବ କି ?

ଉ- ସମଗ୍ର ଗଲଓା୍ୱନ ଉପତ୍ୟକାରେ ଚୀନର ସାବ ର୍ଭୌମତ୍ୱ ଘୋଷଣା କରିଛି ପିଏଲଏ । ପିଏଲ ୱେଷ୍ଟର୍ନ କମାଣ୍ଡ ଥିଏଟର ମୁଖପାତ୍ର ଏକ ବିବୃତିରେ ଏହା ଘୋଷଣା କରିଛନ୍ତି । ଚୀନ ଏକପାଖିଆ ଭାବେ ଯଥାସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । କିନ୍ତୁ ଏଲଏସି ବାବଦରେ ସାବ

ର୍ଭୌମତ୍ୱ କଥା କୁହାଯାଇପାରିବ ନାହିଁ । ଏହାର ଯଥାସ୍ଥିତି ବଜାୟ ରହିବା ଦରକାର । ଏଥିପାଇଁ ଦୁଇ ଦେଶ ରାଜି ହୋଇଥିଲେ । ଗତ କିଛି ସପ୍ତାହ ଧରି ଚୀନ ସୈନ୍ୟ ଏଲଏସି ନିକଟବର୍ତୀ ଗଲୱାନ ନଦୀ ଉପତ୍ୟକାର ଯଥାସ୍ଥିତି ପରିବର୍ତନ ପାଇଁ

ଚେଷ୍ଟା କରିଥିଲେ । ସୋମବାର ଯାହା ଘଟିଲା, ତାହା ଚୀନର ଏଭଳି କାଯ୍ୟ ର୍କଳାପର ପରିଣତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ବିବୃତ୍ତିରୁ ସ୍ପଷ୍ଟ ହେଉଛି । ଯଥାସ୍ଥିତି ବଜାୟ ରଖିବା ପାଇଁ ଜୁନ ୬ରେ ବର୍ଡର କମାଣ୍ଡରଙ୍କ ଆଲୋଚନାରେ ସ୍ଥିର ହୋଇଥିଲା । ତେଣୁ ଯଥାସ୍ଥିତିକୁ ସମ୍ମାନ ଦେବା ଜରୁରୀ ଥିଲା ।

ପ୍ରଶ୍ନ- ଭାରତ ଓ ଚୀନ ମଧ୍ୟରେ ଆଲୋଚନା ମିଡିଆ ଜରିଆରେ ସାବ ର୍ଜନୀନ କରିବା

କଥା ନୁହେଁ ବୋଲି ପୂବ ର୍ତନ ସୁରକ୍ଷା ପରାମର୍ଶଦାତା ଏସ.ଏସ ମେନନ ଏକ ସାକ୍ଷାତକାରରେ କହିଛନ୍ତି । କିନ୍ତୁ ନୀରବ ରହିଲେ ସାଲିସବିହୀନ ଘଟଣାକୁ ଭାରତ ଗ୍ରହଣ କରିଛି ବୋଲି ଚୀନ ମନେ କରିବ । ବର୍ତମାନ ପବ୍ଲିକ ମେସେଜିଂ କିଭଳି ହେବା ଦରକାର ?

ଉ- ଏସବୁ ଆଲୋଚନା ଓ ବିଚାରବିମର୍ଶ ସ୍ୱଭାବରେ ବେଶ ସମ୍ବେଦନଶୀଳ । ମିଡିଆ ଜରିଆରେ ଏସବୁ ଆଲୋଚନା କରିହେବ ନାହିଁ । କିନ୍ତୁ ଅଧିକ ସ୍ୱଚ୍ଛତାର ଆବଶ୍ୟକତା ରହିଛି । ଆମକୁ ଆମ ପକ୍ଷର କଥା ବି କହିବାକୁ ପଡିବ । କିଛି ନିର୍ଦ୍ଦିଷ୍ଟ ତଥ୍ୟ ସାବ ର୍ଜନୀନ କରାଯାଇପାରିବ ନାହିଁ । ଅଭିଜ୍ଞତା ଦୃଷ୍ଟିରୁ ମୁଁ ଏ ନେଇ ଅବଗତ ଅଛି । ଏହାଛଡା ଆମକୁ ବିଭିନ୍ନ କଳ୍ପନାଜଳ୍ପନା ରୋକିବାକୁ ହେବ ।

ପ୍ରଶ୍ନ- ଗତ ୬ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ୧୪ ଥର ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ୫ଥର ଚୀନ ଗସ୍ତରେ ଯାଇଛନ୍ତି । ତେବେ ଚୀନ କୂଟନୀତି ବିଫଳ ହୋଇଛି ବୋଲି ଆମେ କହିପାରିବା କି ?

ଉ- ପିଏମ ମୋଦି ଓ ରାଷ୍ଟ୍ରପତି ସିଙ୍କ ସ୍ତରରେ ଯୋଗାଯୋଗ ବେଶ୍ ଉପଯୋଗୀ

ହୋଇଆସିଛି । ଏଥିଯୋଗୁଁ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଜଟିଳ ସଂପର୍କରେ ଅଗ୍ରଗତି ହୋଇପରିଛି । ବର୍ତମାନ ଦୁଇ ଦେଶର ସଂପର୍କରେ ଭଟ୍ଟା ପଡିଛି । କିନ୍ତୁ ରାଜନୈତିକ ବିଚାରବିମର୍ଶ ଏ ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୋର ବିଶ୍ୱାସ । ଆମେ ଏହାକୁ ପ୍ରଶ୍ନ କରିବା ଉଚିତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.