ETV Bharat / bharat

ମୋଦିଙ୍କ ରାଲିରେ ମାଠିଆ ପାଣି ପିଇବେ ଜନତା - modi haryana rally

ମୋଦିଙ୍କ ରାଲିରେ ଉପସ୍ଥିତ ଲୋକେ ପିଇବେ ମାଠିଆ ପାଣି। ଏଥିପାଇଁ ପ୍ରସ୍ତୁତ ରହିଛି 4000 ପାତ୍ର। ତେବେ ସେପ୍ଟେମ୍ବର 8ରେ ହରିୟାଣାରେ ହେବାକୁ ଥିବା ଏକ ମେଗା ରାଲିରେ ପ୍ଲାଷ୍ଟିକ ବୋତଲକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି।

ଫଟୋ ସୌଜନ୍ୟ: ANI
author img

By

Published : Sep 6, 2019, 2:30 PM IST

ଚଣ୍ଡୀଗଡ: ପ୍ଲାଷ୍ଟିକର ସ୍ଥାନ ନେବ ହାଣ୍ଡି ମାଠିଆ। ମୋଦିଙ୍କ ରାଲିରେ ଉପସ୍ଥିତ ଲୋକେ ପିଇବେ ମାଠିଆ ପାଣି। ଏଥିପାଇଁ ପ୍ରସ୍ତୁତ ରହିଛି 4000 ପାତ୍ର। ଏନେଇ ସେପ୍ଟେମ୍ବର 8ରେ ହରିୟାଣାରେ ହେବାକୁ ଥିବା ଏକ ମେଗା ରାଲିରେ ପ୍ଲାଷ୍ଟିକ ବୋତଲକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି।

ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି। ସେଥିମଧ୍ୟରୁ ପ୍ଲାଷ୍ଟିକ ଏକ ମୁଖ୍ୟ ସମସ୍ୟା । ତେଣୁ ପିରବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର କହିଛନ୍ତି।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଏହି ରାଲିରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ରହିବେ। ତେଣୁ ଏହି ସମସ୍ତ ମାଟି ପାତ୍ର ସେମାନଙ୍କ ପିଇବା ପାଇଁ ରଖାଯାଇଛି। ରାତ୍ରିରେ ଏହିସବୁ ପାତ୍ରରେ ପାଣି ଭର୍ତ୍ତି କରାଯାଇ ଏକ କପଡାରେ ଘୋଡାଇ ରଖାଯିବ। ଯାହାଫଳରେ ସକାଳ ସମୟରେ ପାଣି ଥଣ୍ଡା ରହିବ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ କେହି ବି ରାଲିକୁ ପ୍ଲାଷ୍ଟିକ ବୋତଲ ଆଣନ୍ତୁ ନାହିଁ ''ବୋଲି ଡେପୁଟି କମିଶନର ଆରଏସ ବର୍ମା କହିଛନ୍ତି।

ସରକାରଙ୍କ ଏହି ସ୍ବାଗତ ଯୋଗ୍ୟ ପଦକ୍ଷେପର ପ୍ରଶଂସା କରିଛନ୍ତି ମାଠିଆ ନିର୍ମାତା ରମନ। ସେ କହିଛନ୍ତି କି ଏହି ପଦକ୍ଷେପ ଅନେକ ଲୋକଙ୍କୁ ଜୀବିକା ଦେବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବ। ତେବେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ପ୍ରଧାନମନ୍ତ୍ରୀ ଏକ ବିରାଟ ରାଲିର ଆୟୋଜନ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.