ETV Bharat / bharat

ଗୋଟିଏ ଦିନରେ ଦେଶରେ ସର୍ବାଧିକ 52123 ପଜିଟିଭ ରିପୋର୍ଟ, 775 ମୃତ

କୋରୋନାରେ ବିଶ୍ବର ସବୁଠୁ ପ୍ରଭାବିତ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ଭାରତ ରହିଛି । ଯେଉଁଠି ବର୍ତ୍ତମାନ ସମୟରେ ଦିନକରେ 40 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ ଦେଶରେ  52,123 ପଜିଟିଭ ରିପୋର୍ଟ, 775 ମୃତ

author img

By

Published : Jul 30, 2020, 11:00 AM IST

ନୂଆଦିଲ୍ଲୀ: ଆଜକୁ ଦୀର୍ଘ 6 ମାସ ହେବ ଭାରତରେ କୋରୋନା ତାର କାୟାବିସ୍ତାର କରିଚାଲିଛି । ଏତେ ଦିନ ପରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇବା ବଦଳରେ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା 16 ଲକ୍ଷ ଅଭିମୁଖେ ସଂକ୍ରମଣ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତବକ, ଗତ 24 ଘଣ୍ଟା ଦେଶରେ ସର୍ବାଧିକ 52 ହଜାର 123ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 775 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ତେବେ ଏହା ପୂର୍ବରୁ ସବୁଠୁ ଅଧିକ ଜୁଲାଇ 27ରେ 49 ହଜାର 931ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିଲା । ଆଉ ସମାନ ସଂଖ୍ୟକ ମୃତ୍ୟୁ ସଂଖ୍ୟା ରିପୋର୍ଟ ହୋଇଥିଲା ।

ତେବେ ଆଜିର ପଜିଟିଭ ସଂଖ୍ୟାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା 15 ଲକ୍ଷ 83 ହଜାର 792 ଜଣ ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିରେ 34 ହଜାର 968 ଜଣଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ 10 ଲକ୍ଷ 20 ହଜାର 582 ଜଣ ସୁସ୍ଥ ହୋଇ ଥିବାବେଳେ, ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 28 ହଜାର 242ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.