ETV Bharat / bharat

‘ଟିଏମସିକୁ ଟାର୍ଗେଟ କରିବା ପାଇଁ ସୁରକ୍ଷାବଳର ବ୍ୟବହାର କରିଛି ବିଜେପି'

ବିଜେପି କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷାବଳ ମତଦାନ ସମୟରେ ରାଜ୍ୟରେ ଯେଉଁ ଭଳି ନିର୍ଯ୍ୟାତନା ଦେଇଛନ୍ତି ତାହା ପୂର୍ବରୁ କେବେ ହୋଇନଥିଲା । ମୁଁ ଅଗରୁ କେବେ ଏଭଳି ଘଟଣା ରାଜ୍ୟରେ ଦେଖିନଥିଲି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

author img

By

Published : May 19, 2019, 11:23 PM IST

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ମଧ୍ୟରେ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଏହି ହିଂସାକୁ ନେଇ ଏବେ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ଟଣାଓଟାରା ଚାଲିଛି । ଟିଏମ୍‌ସି ଏହି ହିଂସାତ୍ମକ କାର୍ଯ୍ୟକଳାପ କରିଥିବା ଅଭିଯୋଗ କରିଛନ୍ତି ବିଜେପି କର୍ଯ୍ୟକର୍ତ୍ତା । ଆଉ ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସବୁ ଦୋଷ ବିଜେପି ଉପରେ ଲଦି ଦେଇଛନ୍ତି ।

ରବିବାର ମତଦାନ ପରେ ମମତା କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷାବଳ ମତଦାନ ସମୟରେ ରାଜ୍ୟରେ ଯେଉଁ ଭଳି ନିର୍ଯ୍ୟାତନା ଦେଇଛନ୍ତି ତାହା ପୂର୍ବରୁ କେବେ ହୋଇନଥିଲା । ମୁଁ ଆଗରୁ କେବେ ଏଭଳି ଘଟଣା ରାଜ୍ୟରେ ଦେଖିନଥିଲି ବୋଲି କହିଛନ୍ତି ମମତା ।

ସୂଚନା ଯୋଗ୍ୟ ଯେ, ଚଳିତ ଲେକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସର୍ବାଧିକ ହିଂସା ଦେଖାଦେଇଛି । ଏହି ହିଂସା ପାଇଁ ଉଭୟ ଦଳ ପରସ୍ପରକୁ ଦାୟୀ କରିଆସୁଛନ୍ତି ।

ଭୁବନେଶ୍ୱର ମଧ୍ୟ ଆସନରେ ଅମୀୟ ଦାସଙ୍କୁ ଟିକେଟ ନ ମିଳିବା ଯୋଗୁଁ କର୍ମୀଂକ ମଧରେ ଅସନ୍ତୋଷ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶତାଧିକ କର୍ମୀ ଏକାଠି ହୋଇ ଧାରଣ ଦେଇଛନ୍ତି। ଆଜି ପ୍ରକାଶ ପାଇଥିବା ତାଲିକାରେ ଅମୀୟଙ୍କ ବଦଳରେ ନୂଆ ହୋଇ ଯୋଗ ଦେଇଥିବା ବାବୁ ସିଂଙ୍କ ନାଁ ରହିଛି। ଯାହାକୁ ନେଇ କର୍ମୀ ସିଧାସଳଖ ବିଜେପି ଅଫିସ ଆସି ପ୍ରତିବାଦ କରିଥିଲେ। ବିଜେପି ଉପ ସଭାପତି ସମୀର ମହାନ୍ତି ଆସି ସମସ୍ତଙ୍କୁ ବୁଝା ସୁଝା କରିଥିଲେ। ତେବେ କର୍ମୀମାନେ ଏଥିରେ ରାଜି ନ ହୋଇ ଅମୀୟ ଭାଇଙ୍କୁ ଟିକେଟ ଦରକାର ବୋଲି ଅଡ଼ି ବସିଥିଲେ। ଫଳରେ ବିଜେପି କାର୍ଯ୍ୟାଳୟରେ ପୋଲିଆ ଛାଉଣୀ ଦେଖିବାକୁ ମିଳିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.