ETV Bharat / bharat

ଭାଇଭଉଣୀଙ୍କ ପାଇଁ ଧୈର୍ଯ୍ୟର ମିଶାଲ ଗୁଜୁରାଟର ‘ବିବେକ ଦାସ’ - ବସ୍ତିରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାତ୍ରା

ଅହମ୍ମଦାବାଦଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ଚାଲି ଚାଲି ସେ ନିଜ ଭାଇଭଉଣୀଙ୍କ ପଢା ପାଇଁ ଗୁହାରୀ କରିଥିଲେ । ହେଲେ ସମସ୍ତ ଜାଗାରେ ନିରାଶା ମିଳିବା ସତ୍ତ୍ବେ ବି ହାର ମାନିନଥିଲା ବିବେକ । ଏନେଇ ବାରମ୍ବାର ଚିଠି ଲେଖିଥିଲେ ବି କିଛି ସୁଫଳ ମିଳିପାରିନଥିଲା । ଏଧିକ ପଢନ୍ତୁ ...

gujurat's vivek das, slum dweller rush to minister, gujarat news, ଗୁଜୁରାଟ ଖବର, ବସ୍ତିରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାତ୍ରା, ଗୁଜୁରାଟର ବିବେକ ଦାସ
ଭାଇଭଉଣୀଙ୍କ ପାଇଁ ଧୈର୍ଯ୍ୟର ମିଶାଲ ଗୁଜୁରାଟର ‘ବିବେକ ଦାସ’
author img

By

Published : Mar 6, 2020, 1:31 AM IST

ଗାନ୍ଧୀନଗର: ସାନ ଭାଇ ଭଉଣୀଙ୍କୁ ପଢାଇବା ପାଇଁ ବଡ ଭାଇର ଆପ୍ରାଣ ଉଦ୍ୟମ । ନେତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସଭିଙ୍କ ପାଖକୁ ଧାଇଁ ଧାଇଁ ଭାଇ ଭଉଣୀଙ୍କ ପଢା ପାଇଁ ଗୁହାରୀ କରିଥିଲା ଅହମ୍ମଦାବାଦର ଶାହିବୌଗସ୍ଥିତ ବସ୍ତିର 15 ବର୍ଷୀୟ ବିବେକ ଦାସ । କୁନି ବୟସରେ ଇଚ୍ଛା ଆଇଏଏସ ଅଫିସର ହେବା । ସାଥୀରେ ସ୍ବପ୍ନ ସାନ ଭାଇଭଉଣୀଙ୍କ ସରକାରୀ ସ୍କୁଲରେ ପାଠପଢା । ଏନେଇ ସରକାରୀ ବିଧି ବ୍ୟବସ୍ଥା ପଛରେ ଦୀର୍ଘ 6 ମାସ ଧାଇଁବା ପରେ ଶେଷରେ ବିବେକଙ୍କୁ ମିଳିଛି ସଂଘର୍ଷର ଫଳ ।

ଭାଇଭଉଣୀଙ୍କ ପାଇଁ ଧୈର୍ଯ୍ୟର ମିଶାଲ ଗୁଜୁରାଟର ‘ବିବେକ ଦାସ’

ଅହମ୍ମଦାବାଦଠାରୁ ଗାନ୍ଧୀନଗର ପର୍ଯ୍ୟନ୍ତ ଚାଲି ଚାଲି ସେ ନିଜ ଭାଇଭଉଣୀଙ୍କ ପଢା ପାଇଁ ଗୁହାରୀ କରିଥିଲେ । ହେଲେ ସମସ୍ତ ଜାଗାରେ ନିରାଶା ମିଳିବା ସତ୍ତ୍ବେ ବି ହାର ମାନିନଥିଲା ବିବେକ । ଏନେଇ ବାରମ୍ବାର ଚିଠି ଲେଖିଥିଲେ ବି କିଛି ସୁଫଳ ମିଳିପାରିନଥିଲା । ହେଲେ ଆଶାର କିରଣ ପରି ହଠାତ ଦିନେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ପାଖରୁ ବଢିଥିଲା ସହାୟତାର ହାତ ।

ସେ ବିବେକକୁ ସାହାଯ୍ୟ ସ୍ବରୂପ ତାଙ୍କ ଆବେଦନକୁ ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ପାଖକୁ ନେଇଥିଲେ । ଫଳରେ ବିବେକ ନିଜ 12 ବର୍ଷୀୟ ସାନ ଭାଇ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ସିଟଟିଏ ପାଇପାରିଥିଲା । ବିବେକର ଏହି ସଂଘର୍ଷ ପ୍ରମାଣ କରୁଛି କି ଧୈର୍ଯ୍ୟ ବଳରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.