ETV Bharat / bharat

କରତାରପୁର କରିଡର ଉଦଘାଟନ: ପାକିସ୍ତାନ ଗଲେ ସିଦ୍ଧୁ - ପାକିସ୍ତାନ ଗଲେ ସିଦ୍ଧୁ

କରତାରପୁର କରିଡରକୁ ଶନିବାର ଉଦଘାଟନ କରାଯିବ। ଏଥିପାଇଁ ପାକିସ୍ତାନ ଯାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 9, 2019, 11:12 AM IST

ଚଣ୍ଡୀଗଡ: ଭାରତ-ପାକିସ୍ତାକୁ ଯୋଡୁଥିବା କରତାରପୁର କରିଡରର ଶନିବାର ଉଦଘାଟନ କରାଯିବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ 1ଟାରେ ଏହାର ଉଦଘାଟନ କରାଯିବ। ଅନ୍ୟପକ୍ଷେ ପାକିସ୍ତାନ ସହ ସୁସମ୍ପର୍କ ରଖି ସର୍ବଦା ବିବାଦରେ ରହୁଥିବା ନବଜ୍ୟୋତ ସିଂହ ସିଦ୍ଧୁ କରିଡରର ଉଦଘାଟନ ପାଇଁ ପାକିସ୍ତାନ ଯାଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ନିମନ୍ତ୍ରଣ ରକ୍ଷା କରି ସକାଳ 9ଟାରେ ପାକିସ୍ତାନ ପାଇଁ ଯାଇଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ, ସିଦ୍ଧୁଙ୍କୁ କରିଡର ଉଦଘାଟନ ପାଇଁ ପ୍ରଥମେ ନିମନ୍ତ୍ରଣ କରିଥିଲେ। ପରେ ପାକିସ୍ତାନ ସିଦ୍ଧୁଙ୍କୁ ଏଥିପାଇଁ ଭିସା ପ୍ରଦାନ କରିଥିଲା । ଏପରିକି ନିଜେ ସିଦ୍ଧୁ ଯିବା ପାଇଁ ବୈଦିଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପରେ ପଞ୍ଜାବ ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପାକିସ୍ତାନରୁ ନିମନ୍ତ୍ରଣ ଆସିବା ପରେ ବିରୋଧଙ୍କ ଟାର୍ଗେଟ ହୋଇଥିଲେ ସିଦ୍ଧୁ । ପୂର୍ବରୁ ପାକିସ୍ତାନ ଆର୍ମୀ ମୁଖ୍ୟ ଜେନ୍ କମାର ଜାଭେଦ ବଜୱାଙ୍କୁ ଆଲିଙ୍ଗନ କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସିଦ୍ଧୁ । ତେବେ ଶନିବାର ୱାଘା ବର୍ଡର ପାର କରି କରତାରପୁର କରିଡରର ଉଦଘାଟନରେ ଯୋଗ ଦେବେ।

Intro:Body:

sd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.