ନୂଆଦିଲ୍ଲୀ: ବାଚସ୍ପତି କେ.ଆର ରମେଶଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା । ଗତ ରବିବାର ବାଚସ୍ପତି କେ.ଆର ରମେଶ କଂଗ୍ରେସର 11 ଏବଂ ଜେଡ଼ିଏସର 3 ଜଣଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନେଇ ସିଦ୍ଧାରମୈୟା ଏକ ଟ୍ବିଟ୍ ଜରିଆରେ କହିଛନ୍ତି ।
ଏହା ସେହି ଜନ ପ୍ରତିନିଧିଙ୍କ ପାଇଁ ମଜବୁତ ସଙ୍କେତ ଦେବ । ଯେଉଁମାନେ ବିଜେପି ଜାଲରେ ପଡିବାର ଆଶଙ୍କା ଅଛି । ଏଥିସହ ସେ କହିଛନ୍ତି ବାଚସ୍ପତିଙ୍କ ଏହି ନିଷ୍ପତ୍ତି ତାଙ୍କର ସଚ୍ଚୋଟତାର ପରିଚୟ ଦେଇଛି ।
ପ୍ରକାଶ ଥାଉକି, ସୋମବାର ବିଜେପିକୁ ବହୁମତ ସାବସ୍ତ୍ୟ କରିବାକୁ ଥିବାବେଳେ ଶପଥ ଗ୍ରହଣ ପରେ ୟେଦୁରପ୍ପା ଜୁଲାଇ 29ରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବାଚସ୍ପତି କେ.ଆର ରମେଶ କଂଗ୍ରେସର 11 ଏବଂ ଜେଡ଼ିଏସର 3 ଜଣଙ୍କୁ ଆଜି ଅଯୋଗ୍ୟ ଘୋଣଷା କରିବା ପରେ ୟେଦୁରପ୍ପାଙ୍କ ରାସ୍ତା ସଫା ହୋଇଯାଇଛି ।