ETV Bharat / bharat

କୋରୋନା ଲକଡାଉନ: ଭିଡିଓ କଲରେ ବିବାହ କଲେ ଦମ୍ପତି

ସମଗ୍ର ଦେଶ ବର୍ତ୍ତମାନ କୋରୋନା ଯୁଦ୍ଧ ଲଢୁଛି । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ କେରଳରେ ଏକ ଦମ୍ପତି ଭିଡିଓ କଲ ମାଧ୍ୟମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

od_ker_videocall marriage
କୋରୋନା ଲକଡାଉନ: ଭିଡିଓ କଲରେ ବିବାହ କଲେ ଦମ୍ପତି
author img

By

Published : Apr 30, 2020, 7:08 PM IST

ଥିରୁଅନନ୍ତପୁରମ୍: ସମଗ୍ର ଦେଶ ବର୍ତ୍ତମାନ କୋରୋନା ଯୁଦ୍ଧ ଲଢୁଛି । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ମେ 3 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ କେରଳରେ ଏକ ଦମ୍ପତି ଭିଡିଓ କଲ ମାଧ୍ୟମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସୂଚନା ଅନୁଯାୟୀ, କେରଳର କୋଟାୟାନ ଶ୍ରୀଜିତ୍ ନାଦେଶାନଙ୍କ ଅଞ୍ଜନା ନାମକ ଯୁବତୀଙ୍କ ସହ ବିବାହ ଠିକ୍ ହୋଇଥିଲା । ତେବେ ଶ୍ରୀଜିତ୍ ବ୍ୟାଙ୍କ କର୍ମଚାରୀ ଥିବାବେଳେ ଅଞ୍ଜନା ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରନ୍ତି । ମାତ୍ର ଯେତେବେଳେ କୋରୋନା ଭାଇରସକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଥିଲା ସେତେବେଳେ ଅଞ୍ଜନା ନିଜ ମା' ଓ ଭାଇଙ୍କ ସହ ଲକ୍ଷ୍ନୌରେ ରହୁଥିଲେ । ଏପଟେ ଲକଡାଉନ ସମୟରେ କୌଣସି ସାର୍ବଜନୀନ ବିବାହ, ବୈଠକ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏପଟେ ପଣ୍ଡିତ କହିଥିଲେ ଯେ ଯଦି ଏବେ ବିବାହ ନହୁଏ ତେବେ ଆଉ 2 ବର୍ଷ ପର୍ଯ୍ୟନ୍ତ ବିବାହ ପାଇଁ ସଠିକ୍‌ ତାରିଖ ନାହିଁ । ଏଣୁ ଏହି ବିବାହ ବନ୍ଦ କରାଯାଇପାରିବ ନାହିଁ ।

ଏଥିପାଇଁ ଅଞ୍ଜନା‌ ଏପ୍ରିଲ 18ରେ କେରଳ ଯିବା ପାଇଁ ଟିକେଟ୍ କରିଥିଲେ । ମାତ୍ର ରେଳ ଏବଂ ବିମାନ ଚଳାଚଳ ବନ୍ଦ ନେଇ ଟିକେଟ୍ କ୍ୟାନସେଲ ହୋଇଥିଲା । ଶେଷରେ ଅନଲାଇନ ବିବାହ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଅଞ୍ଜନା କହିଛନ୍ତି । ଏହାପରେ ଭିଡିଓ କଲ ଜରିଆରେ ଶ୍ରୀଜିତ୍ ଅଞ୍ଜନାଙ୍କୁ ମଙ୍ଗଳସୁତ୍ର ପିନ୍ଧାଇ ବିବାହ କରିଛନ୍ତି ।

ପ୍ରକାଶ ଥାଉକି, ଏହା ପ୍ରଥମ ଥର ନୁହେଁ ଯେ ଦେଶରେ ଭିଡିଓ କଲ ଜରିଆରେ ବିବାହ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ବିହାର ପାଟନାରେ ସଦିୟା ନସରିନ୍ ୟୁପିର ଡାନିସ ରାଜାଙ୍କୁ ଭିଡିଓ କଲ ମାଧ୍ୟମରେ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.