ETV Bharat / bharat

ଆସନ୍ନ ବିପର୍ଯ୍ୟୟର ଆବରଣ ତଳେ - earthquake

ବିଶ୍ବ ତାପନ ଜନିତ ବିପର୍ଯ୍ୟୟର ତୀବ୍ରତା ମାନବ ଜାତିକୁ ଦିନକୁ ଦିନ ଅକର୍ମଣ୍ୟ କରିବାରେ ଲାଗିଛି । ଋତୁଚକ୍ର ପଥଚ୍ୟୁତ ହେବା ସହିତ ଅକାଳ ଦୁର୍ଭିକ୍ଷ ଏବଂ ବନ୍ୟା ଭଳି ବିତ୍ପାତର ସଂଖ୍ୟା ବଢୁଛି । କୌଣସି ଭେଦଭାବ ବିନା ସବୁଦେଶକୁ ପ୍ରକୃତିର ପ୍ରକୋପ ଗ୍ରାସ କରିବାରେ ଲାଗିଛି ।

natural disaster
ଆସନ୍ନ ବିପର୍ଯ୍ୟୟର ଆବରଣ ତଳେ
author img

By

Published : Jun 17, 2020, 7:51 PM IST

ବିଶ୍ବ ତାପନ ଜନିତ ବିପର୍ଯ୍ୟୟର ତୀବ୍ରତା ମାନବ ଜାତିକୁ ଦିନକୁ ଦିନ ଅକର୍ମଣ୍ୟ କରିଦେବାରେ ଲାଗିଛି । ଋତୁଚକ୍ର ପଥଚ୍ୟୁତ ହେବା ସହିତ ଅକାଳ ଦୁର୍ଭିକ୍ଷ ଏବଂ ବନ୍ୟା ଭଳି ବିତ୍ପାତର ସଂଖ୍ୟା ବଢୁଛି । କୌଣସି ଭେଦଭାବ ବିନା ସବୁଦେଶକୁ ପ୍ରକୃତିର ପ୍ରକୋପ ଗ୍ରାସ କରିବାରେ ଲାଗିଛି । ଭାରତ କଥା ବିଚାରକୁ ନେଲେ, ଜଳବାୟୁ ପରିବର୍ତ୍ତନ ସଂପର୍କିତ ପ୍ରଥମ ବିସ୍ତୃତ ରିପୋର୍ଟରେ, ଆସନ୍ତା 80 ବର୍ଷ ମଧ୍ୟରେ ସଂଘଟିତ ହେବାକୁ ଥିବା ପ୍ରଳୟଙ୍କରୀ ଅଘଟଣ ସମ୍ବନ୍ଧିତ ଅନେକ ତଥ୍ୟ ଉନ୍ମୋଚିତ ହୋଇଛି ।

ପ୍ରକୃତରେ, ଗତ ଦେଢ଼ ବର୍ଷ ଧରି ଭାରତୀୟ କୃଷି ଗବେଷଣା ପରିଷଦ (ICAR)ପକ୍ଷରୁ ଦେଶର 20 ପ୍ରତିଶତ ଜିଲ୍ଲାରେ ଜଳସେଚନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆକଳନ କରାଯାଇଛି । ଏଥିରେ ଦେଶର 150ରୁ ଅଧିକ ଜିଲ୍ଲାରେ ଫସଲ, ବଗିଚା ଏବଂ ପଶୁସମ୍ପଦ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତିଫଳିତ ହୋଇଛି । ଗତ 10 ବର୍ଷ ଧରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଦ୍ବାରା ପ୍ରଦତ୍ତ ରିପୋର୍ଟରେ ଭବିଷ୍ୟତରେ ଭାରତ ସହିତ ଅନ୍ୟାନ୍ୟ ଦେଶର କ୍ଷୟକ୍ଷତି ଆକଳନକୁ ସ୍ଥାନିତ କରାଯାଇଛି । ଦେଶର ଭୌଗୋଳିକ ଅବସ୍ଥା ଉପରେ ଗଭୀର ଦୃଷ୍ଟିପାତ ପୂର୍ବକ ପ୍ରକାଶିତ ସଦ୍ୟତମ ଅନୁଶୀଳନ ରିପୋର୍ଟରେ 2100 ମସିହା ସୁଦ୍ଧା ହାରାହାରି ତାପମାତ୍ରା 4.4 ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ସେତେବେଳକୁ ଗ୍ରୀଷ୍ମ ପ୍ରବାହର ତୀବ୍ରତା ତିନିରୁ ଚାରି ଗୁଣ ବୃଦ୍ଧି ପାଇବ ଏବଂ ଝଡ଼ତୋଫାନର ପ୍ରାଦୁର୍ଭାବ ବୃଦ୍ଧି ସହିତ ସମୁଦ୍ରର ଜଳସ୍ତର 30 ସେଣ୍ଟିମିଟର ଯାଏଁ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି । ଚାରି ଦଶନ୍ଧି ମଧ୍ୟରେ ହିମାଳୟରୁ ପ୍ରବାହିତ ତୁଷାର ସ୍ରୋତର ଲହରି ତିରିଶ ପ୍ରତିଶତ ହ୍ରାସ ପାଇଛି ବୋଲି ଛଅ ବର୍ଷ ତଳେ ପ୍ରକାଶିତ ଏକ ଖବରରୁ ଜଳବାୟୁ ଉପରେ ଏହାର କୁପ୍ରଭାବକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଯଦି ପରିବେଶ ସୁରକ୍ଷା ଦିଗରେ ତୁରନ୍ତ ପଦକ୍ଷେପ ନିଆ ନଯାଏ, ତେବେ ଦେଶ ପ୍ରଭୂତ କ୍ଷୟକ୍ଷତିର ସମ୍ମୁଖୀନ ହେବ ବୋଲି ଦିଆଯାଇଥିଲା ସତର୍କ ସୂଚନା ।

ସମ୍ମିଳିତ ଭାବରେ ଠୋସ୍‌ ପଦକ୍ଷେପ ନେବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ପ୍ରେରିତ କରିବା ଆବଶ୍ୟକ । କାର୍ବନ ବା ଅଙ୍ଗାରକ ନିର୍ଗମନରେ ଅତ୍ୟଧିକ ବୃଦ୍ଧି ଏବଂ ତଜ୍ଜନିତ ବିଶ୍ବ ତାପନ କାରଣରୁ ତୁଷାରସ୍ରୋତ ତରଳିବା ସହିତ ସମୁଦ୍ରର ଜଳସ୍ତର ବୃଦ୍ଧି ଫଳରେ ଅନେକ ସମସ୍ୟା ଉପୁଜିବ – ସମସ୍ତ ସମୁଦ୍ର ଉପକୂଳବର୍ତ୍ତୀ ସହର ଓ ନଗର ଜଳମଗ୍ନ ହେବ, ସ୍ବାଭାବିକ ଜଳବାୟୁ ଚକ୍ରରେ ବ୍ୟାଘାତ କାରଣରୁ ବନ୍ୟା ଓ ଦୁର୍ଭିକ୍ଷ ଭଳି ବିତ୍ପାତ ଏବଂ ଫସଲହାନି ଯୋଗୁଁ ସାମଗ୍ରିକ ଭାବେ ମାନବ ଜୀବନ ବିପଦଗ୍ରସ୍ତ ହୋଇପଡ଼ିବ ! ସରକାରୀ ପରିସଂଖ୍ୟାନରୁ ଯାହା ଉପଲବ୍ଧ, ତାହା ହେଲା, ଭାରତୀୟ ଉପ ମହାଦେଶର 4 କୋଟି ହେକ୍ଟର ଜମିରେ ବନ୍ୟାପାଣି ମାଡ଼ିଯିବା ଆଶଙ୍କା ରହିଛି ଏବଂ 68 ପ୍ରତିଶତ ଅଞ୍ଚଳ ମରୁଡ଼ି ପ୍ରବଣ ।

ଠିକ୍‌ ତିନି ମାସ ତଳେ ପ୍ରକାଶିତ ମିଳିତ ଜାତିସଂଘର ଏକ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, ଦଶନ୍ଧି ଦଶନ୍ଧି ଧରି ବେପରୁଆ ଭାବରେ ଜଳବାୟୁ ସନ୍ତୁଳନର କ୍ଷତିସାଧନ କରାଯାଉଥିବା ଫଳରେ 100 ପ୍ରତିଶତ ଧାନ ଚାଷ, ପ୍ରାୟ 90 ପ୍ରତିଶତ ମକା ଚାଷ ଏବଂ 80 ପ୍ରତିଶତ ସୋୟାବିନ ଚାଷ ପ୍ରଭାବିତ ହେବ । ବିଶେଷଜ୍ଞମାନଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତରେ କଦଳୀ ଉତ୍ପାଦନ ହ୍ରାସ ପାଇବ । ଅବାଧ ଜଙ୍ଗଲ ନଷ୍ଟ ଏବଂ କଂକ୍ରିଟ କୋଠା ନିର୍ମାଣ ଯୋଗୁଁ କିଭଳି ପଶ୍ଚିମଘାଟ ପର୍ବତମାଳା ଏବଂ ଉତ୍ତର ପୂର୍ବାଞ୍ଚଳ ସମେତ ହିମାଳୟ ଅଞ୍ଚଳରେ ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ ହେଉଛି ଏବଂ ଉଦ୍ଭିଦ ଓ ପ୍ରାଣୀ ଜଗତ ଉପରେ କୁପ୍ରଭାବ ପଡୁଛି ସେ ସଂପର୍କରେ ଅନେକ ରିପୋର୍ଟ ଓ ବିଶ୍ଲେଷଣାତ୍ମକ ଲେଖାରେ ଦର୍ଶାଯାଇଛି ।

ଗତ ବର୍ଷ ବିଶ୍ବ ବ୍ୟାଙ୍କ ସତର୍କ କରାଇ ଦେଇଥିଲା ଯେ, ଯଦି ଭାରତ ସୁଧାରଧର୍ମୀ ପଦକ୍ଷେପ ନନିଏ ତେବେ 2050 ସୁଦ୍ଧା ଏହା ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରିବା ଭଳି ବିପଜ୍ଜନକ ସ୍ଥିତିରେ ପହଞ୍ଚିବ । । ଝିଣ୍ଟିକାମାନେ ବି ସରକାରଙ୍କ ପ୍ରତି ଆହ୍ବାନ ରୂପେ ଉଭା ହୋଇପାରନ୍ତି ବୋଲି ଜଳବାୟୁ ପରିବର୍ତ୍ତନରୁ ପ୍ରମାଣ ମିଳୁଥିବା ବେଳେ ସଂଭ୍ରାନ୍ତ ଶାସକ ବର୍ଗ ପକ୍ଷରୁ କୌଣସି ପ୍ରକାର ଅବହେଳା, ଏହି ସମସ୍ୟାଗୁଡ଼ିକୁ ଅଧିକ ଜଟିଳ କରିବ । ଭୂଭାଗରେ ତାପମାନ ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ବନୀକରଣ; ଶକ୍ତି ସଂରକ୍ଷଣ, ଜମି ଉପଯୋଗ, ପରିବହନ,ନିର୍ମାଣ ଏବଂ ଶିଳ୍ପ କ୍ଷେତ୍ରରେ ସକାରାତ୍ମକ ସଂସ୍କାରଧର୍ମୀ ବ୍ୟବସ୍ଥା ପ୍ରଚଳନ; ଏବଂ ଫସଲ ଅମଳ ପଦ୍ଧତିରେ ପରିବର୍ତ୍ତନ ବିଭିନ୍ନ ସରକାରଙ୍କ କାର୍ଯ୍ୟସୂଚୀର ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ । ଯଦି ଠିକ୍‌ ସମୟରେ ଶାସକ ବର୍ଗର ନିଦ୍ରାଭଙ୍ଗ ନହୁଏ, ତେବେ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଆମ ଜୀବନରେ ଧ୍ବଂସଲୀଳା ରଚିବ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.