ETV Bharat / bharat

କୋରୋନା ଇଫେକ୍ଟ, ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ବୈଷ୍ଣୋଦେବୀ ମନ୍ଦିର

କୋରୋନା ଭାଇରସଠାରୁ ଦୂରେଇ ରହିବା ପାଇଁ ସାରା ଦେଶରେ ଜାରି ରହିଛି ସଚେତନା । ଏପରି କ୍ଷେତ୍ରରେ ବୈଷ୍ଣୋଦେବୀ ମନ୍ଦିର ଶାଇନ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ପାଇଁ ନ ଆସିବାକୁ ଅପିଲ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରନା ପ୍ରଭାବ: ବନ୍ଦ ରହିବ ଶ୍ରୀ ମାତା ବୈଷ୍ଣଦେବୀ ମନ୍ଦିର

author img

By

Published : Mar 17, 2020, 11:49 PM IST

ଶ୍ରୀନଗର: କୋରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ ଦେଶର ବିଭିନ୍ନ ମନ୍ଦିର, ସ୍ମାରକ, ପର୍ଯ୍ୟଟନସ୍ଥଳୀ ଏବଂ ଜନଗହଳୀପୂର୍ଣ୍ଣ ସ୍ଥାନକୁ ବନ୍ଦ ରଖାଯାଉଛି । ସର୍ବସାଧାରଣ ସ୍ଥାନରେ ଯେପରି ଭିଡ ନହୁଏ ସେଥିଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏପରି କ୍ଷେତ୍ରରେ ବୈଷ୍ଣୋଦେବୀ ଶାଇନ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ନ ଆସିବାକୁ ଅପିଲ କରାଯାଇଛି ।

କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଶ୍ରୀମାତା ବୈଷ୍ଣୋଦେବୀ ଦେବୀ ଶାଇନ ବୋର୍ଡର ମୁଖ୍ୟ ଅଧିକାରୀ ରମେଶ କୁମାର, ମଙ୍ଗଳବାର ଏହି ଯାତ୍ରା ସହ ଜଡିତ ସମସ୍ତ ଗାଇଡଲାଇନ ଏବଂ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ନେଇ ସମୀକ୍ଷା କରିଥିଲେ । ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଆସିଥିବା ସମସ୍ତ ତୀର୍ଥଯାତ୍ରୀଙ୍କ ପଞ୍ଜିକରଣ କାଉଣ୍ଟର, ହୋଟେଲ, ହେଲିପ୍ୟାଡ ଟର୍ମିନାଲରେ ଉପଲବ୍ଧ ସେଲ୍ଫ ରିପୋର୍ଟିଂ ଫର୍ମ ଭରିବାକୁ କୁହାଯାଇଛି । ତା’ଛଡା ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଆଗକୁ ବଢିବା ପୂର୍ବରୁ କଟରାରେ ଅନିବାର୍ଯ୍ୟ ପାଇଁ ଥର୍ମାଲ ସ୍କ୍ରିନିଂ ଦେଇ ଯିବାକୁ ପଡୁଛି ।

ସେପଟେ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରକୁ ମଧ୍ୟ ବନ୍ଦ ରଖାଯାଇଛି । ଆସନ୍ତା ଘୋଷଣା ଯାଏଁ ମନ୍ଦିର ବନ୍ଦ ରହିବ ବୋଲି ମହାରାଷ୍ଟ୍ରର ସିଦ୍ଧ ବିନାୟକ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । କୋରୋନା ଭାଇରସକୁ ନଜରରେ ରଖି ମହାରାଷ୍ଟ୍ର ସରକାର ମଧ୍ୟ ସମସ୍ତ ଅନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପର୍ଯ୍ୟଟକଙ୍କ ପାଇଁ ଆଗ୍ରାର ତାଜମହଲ ମଧ୍ୟ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.