ETV Bharat / bharat

ସପିଂ ମଲରେ ବୋମା ବିସ୍ଫୋରଣ ଧମକ, ଲୋକେ ଆତଙ୍କିତ - ସପିଂ ମଲରେ ବୋମା ବିସ୍ଫୋରଣ ଧମକ

ଚଣ୍ଡିଗଡ଼ ଏଲାଣ୍ଟ ସପିଂ ମଲରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବା ପରେ ଚଣ୍ଡିଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଖବର ମିଳିବା ପରେ କିଛି ମିନିଟରେ ଖାଲି ହୋଇଯାଇଥିଲା ମଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 12, 2019, 5:13 PM IST

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଏକ ଜନଗହଳି ସ୍ଥାନ ତଥା ଏଲାଣ୍ଟ ସପିଂ ମଲରେ ବୋମା ଖଞ୍ଜାଯାଇଥିବା ନେଇ ପୋଲିସକୁ ସୂଚନା ମିଳିଛି । ସୂଚନା ମିଳିବା ମାତ୍ରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ମଲକୁ ଖାଲି କରିଦେଇଛି । ବକରି ଇଦ୍‌ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଦୋକାନ ବଜାରଠାରୁ ଆରମ୍ଭ କରି ମସଜିଦ ପରିସର । ତେବେ ଏହି ଜନଗହଳି ସ୍ଥାନରେ ବୋମା ବିସ୍ଫୋରଣ ହେବାର ଧମକ ମିଳିବା ପରେ ଆତଙ୍କିତ ସହରବାସୀ ।

ପୋଲିସ ଉକ୍ତ ମଲକୁ ଖାଲି କରିବା ପରେ ତଲାସି କରିଥିଲା । କିନ୍ତୁ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଏହା ମିଥ୍ୟା ଖବର ହୋଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଇଦ ଉପଲକ୍ଷେ ଉକ୍ତ ମଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ଏହି ଭୁଲ ତଥ୍ୟ ଆଧାରରେ ଛାନଭିନ ଆରମ୍ଭ କରିଥିଲା । ବର୍ତ୍ତମାନ ସେଠାରେ ପରିସ୍ଥିତି ଶାନ୍ତ ରହିଛି ।

ସୂଚନା ଅନୁସାରେ ଆସନ୍ତା ସ୍ବାଧୀନତା ଦିବସରେ ଦିଲ୍ଲୀର ଲାଲକିଲାରେ ଆତଙ୍କବାଦ ଆକ୍ରମଣ ହେବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାକୁ ନଜରରେ ରଖି ସଜାଗ ରହିଛି ପୋଲିସ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.