ETV Bharat / bharat

ଲାଭ କମ ସତ୍ତ୍ବେ ଲକଡାଉନକୁ ବେପାରୀଙ୍କ ସମର୍ଥନ - ଦିଲ୍ଲୀ ଦୋକାନୀ

କୋରୋନା ପାଇଁ ଭୟର ବାତାବରଣ । ଏହା ଭିତରେ ଲୋକେ ମଧ୍ୟ ଅଧିକ ସଂଖ୍ୟାରେ ଫଳ କିଣୁନାହାନ୍ତି । ସଂକ୍ରମଣ ଡରରେ ଦୋକାନରେ ଭିଡ କମିବାରେ ଲାଗିଛି । ଅଧିକ ପଢନ୍ତୁ...

ଲାଭ କମ ସତ୍ତ୍ବେ ଲକଡାଉନକୁ ବେପାରୀଙ୍କ ସମର୍ଥନ

author img

By

Published : Apr 14, 2020, 7:42 AM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ଅନେକ ସ୍ଥାନରେ ବେପାରୀ ସମସ୍ୟାରେ ପଡିଛନ୍ତି । ଉତ୍ପାଦନ ଆସିବାରେ କମ ହେଉଛି । କଟକଣା ଯୋଗୁଁ ବିଭିନ୍ନ ସ୍ଥାନରୁ ସାମଗ୍ରୀ ଆସିପାରୁନାହିଁ । ଲୋକ କମ ହେଉଛନ୍ତି । ତଥାପି ଦିଲ୍ଲୀରେ ଲକଡାଉନକୁ ସମର୍ଥନ ଦେଇଛନ୍ତି ବେପାରୀ ।

ଦକ୍ଷିଣ ଦିଲ୍ଲୀର ୟୁସୁଫ ସରାଇ ଅଞ୍ଚଳରେ ଏପରି ପରିସ୍ଥିତି ଦେଖାଦେଇଛି । ଏଠାରେ ଦୋକାନୀମାନଙ୍କ ପାଖରେ ଅଳ୍ପ ସାମଗ୍ରୀ ରହିଛି । ଷ୍ଟକ ସରି ଆସିଥିବାରୁ ନୂଆ ଉତ୍ପାଦ ଆଣିବା ସମ୍ଭବ ହେଉନାହିଁ । ବିଶେଷ କରି ଫଳ ବେପାରୀଙ୍କୁ ଲକଡାଉନ ଅସୁବିଧାରେ ପକାଇଛି । ଅନେକ ଫଳ ଓ ପନିପରିବାର ଯୋଗାଣ ହୋଇପାରୁନାହିଁ ।

ଏହାସହ ଲୋକେ ମଧ୍ୟ ଅଧିକ ସଂଖ୍ୟାରେ ଫଳ କିଣୁନାହାନ୍ତି । ସଂକ୍ରମଣ ଡରରେ ଦୋକାନରେ ଭିଡ କମ ଲାଗିଛି । ଫଳରେ ଆୟ କମୁଥିବା ଅନେକ ଦୋକାନୀ ନିରାଶ ହୋଇ କହିଛନ୍ତି । ଏପରିକି ରାଜସ୍ବରେ ଏହାର ବଡ ପ୍ରଭାବ ପଡୁଥିବା ବେପାରୀ ମାନିଛନ୍ତି । କିନ୍ତୁ ସେମାନେ ଏହି ବାଧା ସହିବାକୁ ରାଜିଥିବା କହିଛନ୍ତି । କାରଣ କୋରୋନା ପ୍ରଭାବରୁ ବଞ୍ଚିବା ଏବେ ସମସ୍ତଙ୍କ ଲକ୍ଷ୍ୟ । ଆଗେ ଜୀବନ ବଞ୍ଚୁ ପରେ ବେପାର ବୋଲି କିଛି ଦୋକାନୀ କହିଛନ୍ତି । ତେଣୁ ସେମାନେ ରାଜସ୍ବ କମ ସତ୍ତ୍ବେ ଲକଡାଉନକୁ ସମର୍ଥନ କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.