ETV Bharat / bharat

ହସ୍ପିଟାଲରୁ ଚମ୍ପଟ ମାରିଲା କୋରୋନା ଆକ୍ରାନ୍ତ, SHO ସମେତ 4 ଗାର୍ଡ ନିଲମ୍ବିତ - SHO, 4 guards suspended

ଭୋପାଳ ହସ୍ପିଟାଲରୁ ଜଣେ ରୋଗୀ ଲୁଚି ପଳାଇବା ଘଟଣାରେ ଷ୍ଟେସନ ହାଉସ ଅଫିସର(ଏସଏଚଓ) ଓ 4ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି ।

COVID-19 patient flees hospital
ହସ୍ପିଟାଲରୁ ଚମ୍ପଟ ମାରିଲା କୋରୋନା ରୋଗୀ
author img

By

Published : Apr 20, 2020, 12:39 PM IST

ଭୋପାଳ: ଭୋପାଳ ହସ୍ପିଟାଲରୁ ଜଣେ ରୋଗୀ ଲୁଚି ପଳାଇବା ଘଟଣାରେ ଷ୍ଟେସନ ହାଉସ ଅଫିସର(ଏସଏଚଓ) ଓ 4ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ରବିବାର ଜଣେ କୋରୋନା ରୋଗୀ ହସ୍ପିଟାଲରୁ ଖସି ପଳାଇଛି ।

ଜବଲପୁର ଜିଲ୍ଲାପାଳଙ୍କ କହିବାନୁସାରେ, ‘ମାମଲାର ସମସ୍ତ ଦିଗ ଅନୁସନ୍ଧାନ କରାଯାଉଛି। ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଲୋକଙ୍କୁ ମଧ୍ୟ ସତର୍କ ରୁହନ୍ତୁ ’।

ହସ୍ପିଟାଲରୁ ପଳାୟନ କରିଥିବା କୋରୋନା ରୋଗୀଙ୍କ ସମ୍ପର୍କରେ ସୂଚନା ପାଇଁ ମଧ୍ୟପ୍ରଦେଶ ପୋଲିସ 50,000 ଟଙ୍କା ନଗଦ ପୁରସ୍କାର ଘୋଷଣା କରିଛି। କୋରୋନା ଭାଇରସ ପଜିଟିଭ୍ ରୋଗୀଙ୍କ ନାମ ଜାଭେଦ ଖାନ୍ ।

ତାଙ୍କୁ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ଇନ୍ଦୋରର ଚନ୍ଦନନଗର ପୋଲିସ ଦଳ ଉପରେ ଆକ୍ରମଣ କରିବା ପାଇଁ ସେ ଦାୟୀ ଥିଲେ ଏବଂ ଜବଲପୁର ମେଡିକାଲ କଲେଜରୁ ଖସି ପଳାଇବାରେ ସଫଳ ହୋଇଥିଲେ। ପୋଲିସ PRO ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ, ପଳାତକ COVID-19 ରୋଗୀକୁ ଗିରଫ କରିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଡିଜିପି ବିବେକ ଜୋହରୀ 50,000 ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.