ETV Bharat / bharat

ମହାରାଷ୍ଟ୍ର ରାଜନୀତି, କଠୋର ହେଲା ଶିବସେନା

author img

By

Published : Nov 3, 2019, 3:01 PM IST

କାହା ହାତରେ ରହିବ ମହାରାଷ୍ଟ୍ର କ୍ଷମତା । କ୍ଷମତା ପାଇଁ ଏବେ ଶେଷ ଲଢେଇରେ ବିଜେପି-ଶିବସେନା । ଆସନ୍ତା 2ଦିନ ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର କିଏ ଗଢିବ ସରକାର ।

ଫାଇଲ ଫଟୋ

ହାଇଦ୍ରାବାଦ: ମହାରାଷ୍ଟ୍ର କ୍ଷମତା କାହା ହାତରେ ରହିବ ସେନେଇ ବିଜେପି-ଶିବସେନା ମଧ୍ୟରେ ଲଢେଇ ତ୍ରୀବ ହୋଇଛି । ମାପି ଚୁପି କହୁଥିବା ଶିବସେନା ଆଜି ବିଜେପି ବିରୋଧରେ ଯୋରଦାର ହମଲା କରିଛି । ଦଳୀୟ ସାଂସଦ ସଞ୍ଜୟ ରାଉତ କହିଛନ୍ତି ମହାରାଷ୍ଟ୍ରରେ ବିଜେପିକୁ ସରକାର ଗଠନ କରିବାକୁ ହେଲେ ବିଜେପିକୁ ଇଡି, ପୋଲିସ, ଅନ୍ୟଦଳର ବିଧାୟକଓ ଟଙ୍କାର ସହାୟତା ନେବାକୁ ପଡିବ ବୋଲି କହିଛନ୍ତି ।

ଶିବସେନା ନିଜ ମୁଖପାତ୍ର ସାମନାରେ ଲେଖିଛି ମହାରାଷ୍ଟ୍ର ନିର୍ବାଚନରେ ଜନମତ ସ୍ପଷ୍ଟ ହୋଇଛି । ବିଜେପି-ଶିବସେନା ମେଣ୍ଟକୁ ଲୋକେ ଗ୍ରହଣ କରିଛନ୍ତି । ମେଣ୍ଟ ହୋଇନଥିଲେ ବିଜେପିର ସଂଖ୍ୟା 75 ଟପିନଥାନ୍ତା । ନିର୍ବାଚନ ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା ସେହି ଚୁକ୍ତି ଖିଲାପ କରିଛନ୍ତି ଦେବେନ୍ଦ୍ର ଫଡନାଭିସ । ଶିବସେନା ଅଭିଯୋଗ କରିଛି 50-50 ଆଧାରରେ ସରକାର ଗଠନ ହେବା କଥା । ଚୁକ୍ତିର ପ୍ରମାଣ ମଧ୍ୟ ଶିବସେନା ଦେଖାଇଛି । କିନ୍ତୁ ବିଜେପି କ୍ଷମତା ଲୋଭରେ ସର୍ତ୍ତ ଉଲ୍ଲଘଂନ କରୁଛି ବୋଲି କହିଛି ।

ଏହାସହ ସାଂଘାତିକ ଅଭିଯୋଗ ଆଣିଛି ଶିବସେନା କହିଛି ବିଜେପି ସରକାର ଗଠନ ପାଇଁ ଇଡି, ଟଙ୍କା, ପୋଲିସର ସହାୟତାରେ ସରକାର ଗଠନ କରିବ । ଏବଂ ଇଡିର ଏକ ଟିମ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ । ଶିବସେନାର କଠୋର ଆଭିମୁଖ୍ୟ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଏବେ ଉଭା ହୋଇଛି ।

ମହାରାଷ୍ଟ୍ରରେ ରାଜନୀତିରେ ଏବେ କଣ ହୋଇପାରେ ସମ୍ଭାବନା

ସମ୍ଭାବନା -1 - ଶିବସେନାକୁ ଛାଡି ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଠନ ପାଇଁ ଦାବି କରିପାରେ । କିନ୍ତୁ କୁହୁକ ସଂଖ୍ୟା ଠାରୁ 40ଟି ଆସନ ଦୂରରେ ଥିବାରୁ ଦଳ ପାଇଁ ଏହା ବୁମେରା ହୋଇପାରେ । କାରଣ ଦଳକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ନଚେତ ସରକାର ଭୁଷୁଡି ପଡିବ ।

ସମ୍ଭାବନା -2 - ବିଜେପି ଏନସିପିକୁ ମନାଇ ସମର୍ଥନ ହାସଲ କରିପାରେ ଏବଂ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ପ୍ରସ୍ତାବ ବିଜେପି ଦେଇପାରେ । ହେଲେ ଗତ ଦିନର ସ୍ଥିତି ଦେଖିଲେ ଏତେ ଶିଘ୍ର ଯେ ଶରଦ ପାୱାର ବିଜେପିକୁ ସମର୍ଥନ କରିବେ ତାହା ସମ୍ଭବ ନୁହେଁ ।

ସମ୍ଭାବନା-3- ଯଦି ବିଜେପି ସରକାର ଗଠନ କରିବାକୁ ସକ୍ଷମ ହେବ ନାହିଁ ତେବେ ଦ୍ବିତୀୟ ବଡ ଦଳ ଭାବେ ଶିବସେନା ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ନିବେଦନ କରିପାରେ । ଏହାସହ ଏନସିପି, କଂଗ୍ରେସଓ ଅନ୍ୟ ଛୋଟ ଦଳକୁ ନେଇ ସରକାର ଚଳାଇ ପାରିବ । କିନ୍ତୁ ଏଥିପାଇଁ ଶିବସେନାକୁ 3ଟି ଭିନ୍ନ ଭିନ୍ନ ବିଚାରଧାର ଦଳକୁ ଏକାଠି କରି ଆଗକୁ ବଢିବାକୁ ପଡିବ ।

ସମ୍ଭାବନା-4- ମହାରାଷ୍ଟ୍ର ଜନତାଙ୍କ ମଙ୍ଗଳ ଓ ଜନମତକୁ ସମ୍ମାନ ଦେଇ ବିଜେପି-ଶିବସେନାକୁ ନିଜ ନିଜ ଯିଦିରୁ ଓହୋରିବାକୁ ପଡିବ । ବିଜେପି ବଡ ଭାଇର ଭୂମିକା ତୁଳାଇ ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବାକୁ ରାଜି ହେବ । କିମ୍ବା ଶିବସେନା ସାନ ଭାଇ ଭୂମିକା ନିଭାଇ ବଡଭାଇକୁ ଛାଡିଦେବ । ଏହାଦ୍ବାରା ଦଳଓ ଲୋକଙ୍କର ମଙ୍ଗଳ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.