ETV Bharat / bharat

ଅମିତ ଶାହାଙ୍କ ସୁସ୍ଥ କାମନା କଲେ ଶିବରାଜ ସିଂ ଚୌହାନ

ଶନିବାର ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅମିତ ଶାହାଙ୍କ ଶ୍ରୀଘ୍ର ସୁସ୍ଥ ପାଇଁ ପ୍ରାର୍ଥନା କରିଛନ୍ତି ।

ଅମିତ୍ ଶାହାଙ୍କ ସୁସ୍ଥ କାମନା କଲେ ଶିବରାଜ ସିଂ ଚୌହାନ

author img

By

Published : Sep 13, 2020, 11:51 AM IST

Updated : Sep 13, 2020, 12:43 PM IST

ଭୋପାଳ:ଅମିତ୍ ଶାହାଙ୍କ ସୁସ୍ଥ କାମନା କଲେ ଶିବରାଜ ସିଂ ଚୌହାନ । ଶନିବାର ପୁଣି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅମିତ ଶାହାଙ୍କ ଶ୍ରୀଘ୍ର ସୁସ୍ଥ ପାଇଁ ପ୍ରାର୍ଥନା କରିଛନ୍ତି ।

ଶିବରାଜ ସିଂ ଚୌହାନ ହିନ୍ଦୀରେ ଏକ ଟ୍ୱିଟ କରି କହିଛନ୍ତି, ‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇଲି। ତାଙ୍କ ସୁସ୍ଥ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି’।

ପ୍ରକାଶ ଥାଉକି, ନିଶ୍ବାସ ପ୍ରଶ୍ବାସରେ ନେବାରେ ଯନ୍ତ୍ରଣା ଏବଂ ଥକାପଣ ଅନୁଭବ କରିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ଅଗଷ୍ଟ 2ରେ ଅମିତ୍ ଶାହା କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କୋରୋନା ମାତ୍ ଦେଇ ଅଗଷ୍ଟ 14ରେ ଅମିତ୍ ଶାହା ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।

Last Updated : Sep 13, 2020, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.