ETV Bharat / bharat

କାରଖାନାଗୁଡ଼ିକରେ ପୁନଃଉତ୍ପାଦନ ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ମଧ୍ୟପ୍ରଦେଶ ସରକାର

author img

By

Published : May 7, 2020, 11:16 PM IST

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ରାଜ୍ୟର ଲକଡାଉନ୍ ପର୍ଯ୍ୟାୟରେ ସର୍ବନିମ୍ନ ପ୍ରତିବନ୍ଧକ ଥିବା ଅଞ୍ଚଳରେ କାରଖାନାଗୁଡ଼ିକରେ ପୁନଃଉତ୍ପାଦନ ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ବୋଲି ଆଶା କରାଯାଉଛି । ଅଧିକ ପଢ଼ନ୍ତୁ...

shivraj singh chouha
କାରଖାନାଗୁଡ଼ିକରେ ପୁନଃଉତ୍ପାଦନ ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ମଧ୍ୟପ୍ରଦେଶ ସରକାର

ଭୋପାଳ: ସମଗ୍ର ଦେଶରେ କୋକୁଆ ଭୟ ଖେଳାଇଛି କୋରୋନା ଭାଇରସ । ଏହି ଭାଇରସ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ଲକଡାଉନ୍ ପର୍ଯ୍ୟାୟରେ ସର୍ବନିମ୍ନ ପ୍ରତିବନ୍ଧକ ଥିବା ଅଞ୍ଚଳରେ କାରଖାନାଗୁଡ଼ିକରେ ପୁନଃଉତ୍ପାଦନ ଆରମ୍ଭ କରିବାକୁ ଅନୁମତି ଦେଇପାରନ୍ତି ବୋଲି ଆଶା କରାଯାଉଛି ।

ଏଥିସହ ମଧ୍ୟପ୍ରଦେଶ ସରକାର କାରଖାନାଗୁଡ଼ିକରେ ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ମଧ୍ୟ ଅନୁମତି ଦେଇପାରନ୍ତି । ଏଥିସହ ସପ୍ତାହରେ 72 ଘଣ୍ଟା ପର୍ଯ୍ୟନ୍ତ ଓଭରଟାଇମ୍ ପାଇଁ ମଧ୍ୟ ନିର୍ଦ୍ଦେଶ ମିଳିବାର ସମ୍ଭାବନା ରହିଛି । ତେବେ ଯଦି ଏପରି ହୁଏ, ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ ଯିଏ ଲକଡାଉନ ମଧ୍ୟରେ ରାଜ୍ୟରେ କାରଖାନାଗୁଡ଼ିକରେ ପୁନଃ ଉତ୍ପାଦନ ଆରମ୍ଭ କରିବାକୁ ଅନୁମତି ଦେବ ।

ତେବେ ଫେସବୁକ୍ ଲାଇଭ୍ ମାଧ୍ୟମରେ ଶ୍ରମ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଶିଳ୍ପକୁ ସହାୟତା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ମଧ୍ୟ ଆଶା କରାଯାଉଛି ।

ତେବେ ଗତ ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ପ୍ରତିନିଧିଙ୍କ ସହ ଏକ ବୈଠକ କରିଥିଲେ । ଏଥିସହ ବର୍ତ୍ତମାନ ଜାରି ରହିଥିବା ସଙ୍କଟ ସମୟରେ ସେମାନଙ୍କ ଠାରୁ ପରାମର୍ଶ ଲୋଡିଥିଲେ । ସରକାର ଶିଳ୍ପଗୁଡିକୁ ସାହାଯ୍ୟ କରିବେ ବୋଲି ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.