ETV Bharat / bharat

‘ଆଇଟମ’ର ସ୍ପଷ୍ଟୀକରଣ ପରେ ପୁଣି କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ

author img

By

Published : Oct 20, 2020, 9:13 AM IST

’ଆଇଟମ’ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଏହା ଉପରେ ପୁଣି ଶିବରାଜ ସିଂ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

‘ଆଇଟମ’ର ସ୍ପଷ୍ଟୀକରଣ ପରେ ପୁଣି କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ
‘ଆଇଟମ’ର ସ୍ପଷ୍ଟୀକରଣ ପରେ ପୁଣି କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ

ଭୋପାଳ: ପୂର୍ବତନ ମହିଳା ସହଯୋଗୀଙ୍କୁ ‘ଆଇଟମ’ କହିଥିବା ମନ୍ତବ୍ୟରେ ସ୍ପଷ୍ଟୀକରଣ ରଖିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ସେ କାହାକୁ ଅପମାନ କରିନାହାଁନ୍ତି । ନାଁ ଭୁଲି ଯାଇଥିଲେ, ସେ ତାଲିକା ଅନୁସାରେ, ଆଇଟମ 1, 2 କହିଥିଲେ। ତେବେ ଏହା କୌଣସି ପ୍ରକାରର ଅପମାନ ନୁହେଁ ବୋଲି ନିଜ ବୟାନ ଉପରେ ଜବାବ ରଖିଛନ୍ତି କମଲନାଥ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କମଲନାଥଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ 74 ବର୍ଷ ବୟସର ହେବେ । ବିଜେପି ନେତ୍ରୀ ଇମର୍ତ୍ତୀ ଦେବୀଙ୍କ ଦେଇଥିବା ମନ୍ତବ୍ୟକୁ ବାରମ୍ବାର ଦୋହରାଇବି ନାହିଁ । ଜଣେ ମହିଳାଙ୍କୁ ଆଇଟମ କହିବାକୁ ନେଇ ଆମେ ବିରୋଧ କରୁଥିବାବେଳେ କମଲନାଥ ବେଲଜ୍ଜା ଭାବେ କହୁଛନ୍ତି ସେ ଓ ଅନ୍ୟ ସମେତ ମଧ୍ୟ ଜଣେ ଜଣେ ଆଇଟମ । ଯଦି ଅନ୍ୟ କହି ତାଙ୍କ ମାଆ ଓ ଉଭଣୀକୁ ଆଇଟମ କୁହନ୍ତି ତେବେ ସେ ଏହାକୁ ବରଦାସ୍ତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ।

ମଧ୍ୟପ୍ରଦେଶର ଉପନିର୍ବାଚନ ଲାଗି ପ୍ରଚାର ପ୍ରସାର ସମୟରେ ଏକ ରାଲିରେ ଯୋଗଦେଇ ଶିବରାଜ ସିଂ ଚୌହାନ କଂଗ୍ରେସ ନେତା କମଲନାଥଙ୍କ ମନ୍ତବ୍ୟ ଉପରେ ଟାର୍ଗେଟ କରିଥିଲେ । ଭାରତୀୟ ନିର୍ବାଚୟ ଆୟୋଗ ମଧ୍ୟ କମଲନାଥଙ୍କ ମନ୍ତବ୍ୟ ଉପରେ ମଧ୍ୟପ୍ରଦେଶ ନିର୍ବାଚନ କମିଶନ ଆୟୋଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଇଟମ ଟିପ୍ପଣୀକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କଡା ନିନ୍ଦା କରିବା ସହ କଂଗ୍ରେସ ଅନ୍ତରୀକ୍ଷଣ ଅଧ୍ୟକ୍ଷଙ୍କୁ ଏନେଇ ଏକ ନୋଟିସ ମଧ୍ୟ ଜାରି କରିଥିଲେ । କଂଗ୍ରେସ ଠାରୁ କ୍ଷମା ମାଗିଥିଲେ । ଏଥିସହ ଗତ ସୋମବାର ମୁଖ୍ୟମନ୍ତ୍ରୀ ଚୌହ୍ବାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତମୋର ଓ ବରିଷ୍ଠ ବିଜେପି ନେତା 2 ଘଣ୍ଟା ଧରି ମୌନ ବ୍ରତରେ ମଧ୍ୟ ବସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.