ETV Bharat / bharat

'ମଧ୍ୟପ୍ରଦେଶରେ କୋରୋନା ସଂକ୍ରମଣର ଅଭିବୃଦ୍ଧି ହାର ସବୁଠୁ କମ'

author img

By

Published : Jun 24, 2020, 3:17 PM IST

କୋରୋନା ସମୀକ୍ଷା ପାଇଁ ଡକାଯାଇଥିବା ଏକ ବୈଠକରେ ରାଜ୍ୟରେ କୋରୋନା ସଂକ୍ରମଣ ହାର ସବୁଠୁ କମ ବୋଲି କହିଛନ୍ତି ସିଏମ ଶିବରାଜ ସିଂ ଚୌହାନ । ଅଧିକ ପଢନ୍ତୁ...

'ମଧ୍ୟପ୍ରଦେଶରେ କୋରୋନା ସଂକ୍ରମଣର ଅଭିବୃଦ୍ଧି ହାର ସବୁଠୁ କମ'
'ମଧ୍ୟପ୍ରଦେଶରେ କୋରୋନା ସଂକ୍ରମଣର ଅଭିବୃଦ୍ଧି ହାର ସବୁଠୁ କମ'

ଭୋପାଳ: ମଧ୍ୟପ୍ରଦେଶ ସରକାର ଦାବି କରିଛନ୍ତି ଯେ ରାଜ୍ୟର କୋରୋନା ସଂକ୍ରମଣର ଅଭିବୃଦ୍ଧି ହାର ଦେଶରେ ସର୍ବନିମ୍ନ ଅଟେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧ୍ୟପ୍ରଦେଶର କୋରୋନା ଅଭିବୃଦ୍ଧି ହାର 1.43 ପ୍ରତିଶତକୁ ଖସି ଆସିଛି ଯାହା ଦେଶରେ ସର୍ବନିମ୍ନ ଅଟେ।

ଶିବରାଜ ସିଂ ଚୌହାନ ମନ୍ତ୍ରଣାଳୟରେ କୋରୋନା ଉପରେ ଏକ ସମୀକ୍ଷା ବୈଠକ ଡାକିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କୋରୋନାର ସ୍ଥିତି ଏବଂ ବ୍ୟବସ୍ଥା ସମୀକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ରିପୋର୍ଟରେ, ରାଜ୍ୟର କୋରୋନା ଅଭିବୃଦ୍ଧି ହାର 1.43 ପ୍ରତିଶତ ଥିବାବେଳେ, ଗୁଜୁରାଟର ଅଭିବୃଦ୍ଧି ହାର 2.10 ପ୍ରତିଶତ, ରାଜସ୍ଥାନର 2.31 ପ୍ରତିଶତ, ମହାରାଷ୍ଟ୍ରର 2.96 ପ୍ରତିଶତ, ପଶ୍ଚିମବଙ୍ଗର 3.23 ପ୍ରତିଶତ, ଉତ୍ତରପ୍ରଦେଶର 3.82 ପ୍ରତିଶତ ଏବଂ ତାମିଲନାଡୁର 4.21 ପ୍ରତିଶତ ରହିଛି।

କେବଳ ସେତିକି ନୁହେଁ, ଦେଶର କୋରୋନା ଅଭିବୃଦ୍ଧି ହାର ମଧ୍ୟ 3.63 ପ୍ରତିଶତ ଅଟେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୋରୋନା ପରୀକ୍ଷା ବୃଦ୍ଧି କରାଯିବା ଉଚିତ ଯାହା ଦ୍ବାରା ପ୍ରତ୍ୟେକ ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯାଇପାରିବ। ଏତଦବ୍ୟତୀତ ରାଜ୍ୟରେ କେହିବି କୋରୋନା କାରଣରୁ ମୃତ୍ୟୁବରଣ କରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.