ETV Bharat / bharat

ବାଦ ବିବାଦରେ ପ୍ରଥମ ଏୟାରକ୍ରାଫ୍ଟ ନିର୍ମାଣକାରୀ ଶିଭକର ତଲପଡେ

author img

By

Published : Sep 25, 2020, 5:46 PM IST

Updated : Sep 26, 2020, 7:23 AM IST

ଶିଭକର ହିଁ ବିମାନ ଉଡାଇଥିବା ପ୍ରଥମ ବ୍ୟକ୍ତି ବୋଲି ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ସମ୍ଭବତଃ ତାଙ୍କ ଯୁକ୍ତି ସଠିକ୍‌ ବୋଲି ବିଶ୍ବାସ କରାଯାଏ । ଅଧିକ ପଢନ୍ତୁ...

ବାଦ ବିବାଦରେ ପ୍ରଥମ ଏୟରାକ୍ରାଫ୍ଟ ନିର୍ମାଣକାରୀ ଶିଭକର ତଲପଡେ

ପୂର୍ବ କାଳରେ ବିମାନ ଉଡାଣ ଏକ ସ୍ବପ୍ନ ଥିବା ବେଳେ ଏହାକୁ ବାସ୍ତବତାରେ ରୂପ ଦେଇଥିବା ଦାବି କରିଥିଲେ ଆମେରିକୀୟ ଦୁଇ ଭାଇ ରାଇଟ ବ୍ରଦର୍ସ । 1903 ମସିହାରେ ଏମାନେ ଆକାଶରେ ଉଡାଣ ଭରିଥିବା ଦାବି କରିଥିବା ବେଳେ ଏହାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ 1901 ମସିହାରେ ଅନ୍ୟ ଆଭିଏଟର ଗୁସ୍ତାଭେ ହ୍ବାଇଟହେଡ ବିମାନ ଉଡାଣ ପରୀକ୍ଷଣ କରିଥିବା ପ୍ରକାଶ ହୋଇଥିଲା । ହେଲେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନକୁ ନେଇ ଶେଷରେ ଅନେକ ବାଦ ବିବାଦ ପରେ ସ୍ପଷ୍ଟ ହୋଇଛି ଫଳାଫଳ । ଯେଉଁଥିରେ ଉଠିଛି ଜଣେ ଭାରତୀୟଙ୍କ ନାମ । ଆଉ ସେ ହେଉଛନ୍ତି ଶିଭକର ବାପୁଜୀ ତଲପଡେ । ସେ 1895 ମସିହାରେ ଏହି ସଫଳତା ହାସଲ କରିଥିବା ଜଣା ପଡିଛି ।

ଏନେଇ ଭାରତୀୟ ବିଜ୍ଞାନ କଂଗ୍ରେସ ଦ୍ବାରା ମୁମ୍ବାଇରେ କିଛି ବିବାଦୀୟ କାଗଜ ପ୍ରଦର୍ଶୀତ କରାଯାଇଥିଲା । ତେବେ ଶିଭକର ହିଁ ବିମାନ ଉଡାଇଥିବା ପ୍ରଥମ ବ୍ୟକ୍ତି ବୋଲି ଏଯାବତ୍‌ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ସମ୍ଭବତଃ ତାଙ୍କ ଯୁକ୍ତି ସଠିକ୍‌ ବୋଲି ବିଶ୍ବାସ କରାଯାଏ । ଏନେଇ ଏବେ ବି କୌଣସି ସ୍ପଷ୍ଟୋକ୍ତି ନଥିବା ବେଳେ ବିଶ୍ବାସ କରାଯାଉଛି କି ସୌରଶକ୍ତି ଓ ପାରଦର ବ୍ୟବହାର କରି ତଲପଡେ ପ୍ରଥମେ ଫ୍ଲାଇଂ ମେସିନ ଆବିଷ୍କାର କରିଥିଲେ । ଏହାର ନାମ ଦିଆଯାଇଥିଲା ମାରୁତଶଖା(ପବନର ମିତ୍ର) । ଏହାକୁ ସେ ପ୍ରଥମେ ମୁମ୍ବାଇର ଚୌପାଟି ବିଚ୍‌ରେ 1895 ମସିହାରେ ଉଡାଇଥିଲେ । ଆଉ ତଲପଡେଙ୍କ ଏହି ଆବିଷ୍କାରକୁ ବିଶ୍ବା ଦରବାରରେ ପରିଚିତ କରାଇବା ପାଇଁ ଅଣ୍ଟା ଭିଡିଥିଲେ ଆନନ୍ଦ ବୋଡାସ । ଏନେଇ ସେ କିଛି କାଗଜପତ୍ର ସହ ପ୍ରମାଣ ପ୍ରସ୍ତୁତ କରିଥିଲେ । ଯାହା ଆଜି ବି ଶିଭକରଙ୍କୁ ପ୍ରତିଯୋଗିତାରେ ଜୀବିତ ରଖିଛି ।

ଆନନ୍ଦ ଏହି କାଗଜ ପତ୍ର ବ୍ୟତୀତ ସଂସ୍କୃତ ଭାଷାରେ ଏହାର ବିସ୍ତୃତ ଆଖ୍ୟା ମଧ୍ୟ ବର୍ଣ୍ଣନା କରିଥିଲେ । ସେ କହିଥିଲେ କି ମହାଋଷୀ ଭରଦ୍ବାଜଙ୍କ ବିମାନ ସଂହିତାରେ ବିମାନ ପ୍ରସ୍ତୁତ ପାଇଁ ଆବଶ୍ୟକ ବିଭିନ୍ନ ଧାତୁର ବର୍ଣ୍ଣନା କରିଥିବା ଦର୍ଶାଇଥିଲେ । ସେ ଏହା ମଧ୍ୟ କହିଥିଲେ କି ବର୍ତ୍ତମାନର ପିଢି ଏହାକୁ ପଢିବା ସହ ବର୍ତ୍ତମାନ ସମୟରେ ଏହାର ବ୍ୟବହାର କରିବା ଦରକାର । ତେବେ ତଲପଡେଙ୍କ ଏହି ସଫଳତା ନେଇ କେବଳ ଜାତୀୟ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନେକ ଥର ଆଲୋଚନା ହୋଇଛି । ଯାହା ଆପଣ ଅନଲାଇନ ସର୍ଚ୍ଚ କଲେ ମଧ୍ୟ ଜାଣିପାରିବେ ।

ତେବେ 1864 ମସିହାରେ ଜନ୍ମ ଗ୍ରହଣ କରିଥିବା ତଲପଡେ ଆର୍ଯ୍ୟ ସମାଜର ମଧ୍ୟ ଅଂଶ ଥିଲେ । ସେ ମୁମ୍ବାଇସ୍ଥିତ ସାର୍‌ ଜେଜେ ସ୍କୁଲର ଆର୍ଟ ଆଣ୍ଡ କ୍ରାଫ୍ଟ ଡିପାର୍ଟମେଣ୍ଟରେ ଟେକ୍ନିକାନ ଇନଷ୍ଟ୍ରକଟର ଭାବେ କାର୍ଯ୍ୟରତ ଥିଲେ । ତଲପଡେ ମୁଖ୍ୟତଃ ବୌଦିକ ରୀତିନୀତି ଉପରେ ଆଧାର କରି ନିଜ ଆବିଷ୍କାର କରିଥିବା କୁହାଯାଏ ।

ତାଙ୍କ ସଂଘର୍ଷ ଓ ସଫଳତାକୁ ନେଇ ଚଳିତ ମାସ ଶେଷାର୍ଦ୍ଧରେ ‘ହୱାଇଜାଦା’ ନାମକ ଚଳଚ୍ଚିତ୍ର ରିଲିଜ ହେବାର ଯୋଜନା ରହିଛି ।

Last Updated : Sep 26, 2020, 7:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.