ମୁମ୍ବାଇ: ନେଟଫ୍ଲିକ୍ସକୁ ଅଡୁଆ । କମ୍ପାନୀ ନାମରେ ଥାନାରେ ଏତଲା ଦିଆଯାଇଛି । ଶିବସେନାର ସଦସ୍ୟ ରମେଶ ସୋଲାଙ୍କି ନେଟଫ୍ଲିକ୍ସ ନାମରେ ମୁମ୍ବାଇର ଏଲଟି ମାର୍ଗ ଥାନାରେ ଏତଲା ଦେଇଛନ୍ତି ।
ସେ ନେଟଫ୍ଲିକ୍ସକୁ ହିନ୍ଦୁ ଓ ଭାରତ ବିରୋଧୀ କହିବା ସହ ଏହାକୁ ବିରୋଧ କରିଥିଲେ । ଏହାସହ କମ୍ପାନୀ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ତେବେ ଅନଲାଇନ ଭିଡିଓ ଷ୍ଟ୍ରିମିଂ କମ୍ପାନୀ ନେଟଫ୍ଲିକ୍ସ ଭାରତରେ ବେଶ୍ ଆଦୃତ । ଦିନକୁ ଦିନ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ଏହାର କଣ୍ଟେଣ୍ଟ ପାଇଁ ଲୋକଙ୍କ ନିକଟରେ ଅତି ପରିଚିତ ହୋଇପାରିଛି । ଏପଟେ କିନ୍ତୁ ରାଜନୀତି ପାଇଁ କମ୍ପାନୀକୁ ଟାର୍ଗେଟ କରାଯାଉଥିବା ଚର୍ଚ୍ଚା ହେଉଛି ।