ETV Bharat / bharat

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ: ଜିତିଲେ ଶିବସେନା ଶିରୋମଣି ଆଦିତ୍ୟ

author img

By

Published : Oct 24, 2019, 6:07 PM IST

ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଜୟ ଲାଭ କରିଛନ୍ତି । ସେ ୱର୍ଲି ଆସନରୁ ଜିତିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ମୁମ୍ବାଇ : ଗୁରୁବାର ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଭୋଟ ଗଣତି ଜାରି ରହିଛି । ଏହାସହ ଘଡି କୁ ଘଡି ରେଜଲ୍ଟ ପ୍ରକାଶ ପାଉଛି । ବିଜୟ ଓ ପରାଜୟ ଘୋଷଣା ଜାରି ରହିଛି । ହେଭିୱେଟ୍‌ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏପରି ସ୍ଥଳେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଜୟ ଲାଭ କରିଛନ୍ତି । ସେ ୱର୍ଲି ଆସନରୁ ଜିତିଛନ୍ତି ।

ଶିବସେନାର ଶିରୋମଣି ଆଦିତ୍ୟ, ଠାକରେ ପରିବାରର ପ୍ରଥମ ସଦସ୍ୟ ଯିଏ କି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏହାସହ ବିଜୟ ମୁକୁଟ ମଧ୍ୟ ପିନ୍ଧିଛନ୍ତି ଶିବସେନାର ଭବିଷ୍ୟତ ଉତ୍ତରାଧିକାରୀ । ଦୀର୍ଘ 53 ବର୍ଷ ପରେ ଠାକରେ ପରିବାର ପ୍ରତ୍ୟେକ୍ଷ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା । ଆଦିତ୍ୟଙ୍କ ବିଜୟ ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ପୁଅର ବିଜୟ ପାଇଁ ଗର୍ବିତ ବୋଲି କହିଛନ୍ତି ।

ଆଦିତ୍ୟଙ୍କ ବିରୋଧରେ ୱର୍ଲି ଆସନରେ କଂଗ୍ରେସ ଓ ଏନସିପି ସୁରେଶ ମାନେଙ୍କୁ ଟିକେଟ୍ ଦେଇଥିଲେ। ଆଦିତ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ପାଖାପାଖି 70ହଜାର ଭୋଟରେ ପରାଜିତ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଏବେ ସୁଦ୍ଧା ୧୬0ଟି ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ଏନସିପି 98 ଓ ଅନ୍ୟାନ୍ୟ 31 ଆସନରେ ଆଗୁଆ ରହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.