ETV Bharat / bharat

ନାଗରିକତା ସଂଶୋଧନ ବିଲ୍‌: ମୋଦି ସରକାରଙ୍କୁ ଶିବସେନାର ସମର୍ଥନ - ନାଗରିକତା ସଂଶୋଧନ ବିଲ୍‌ କ୍ୟାବିନେଟର ମୋହର

ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଶିବସେନାର ସମର୍ଥନ । ଶିବସେନା ନେତା ସଞ୍ଜୟ ରାଉତ ଏହି ବିଲ୍‌କୁ ନେଇ କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ବିରୋଧରେ ଶିବସେନା ସଦାସର୍ବଦା ରହିଛି । ଅଧିକ ପଢନ୍ତୁ...

shiv sena support citizenship bill
ଫାଇଲ ଫଟୋ
author img

By

Published : Dec 4, 2019, 5:07 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ (ସିଏବି) ଉପରେ କ୍ୟାବିନେଟର ମୋହର ବାଜିଛି । ଏହି ବିଲ୍‌କୁ କଂଗ୍ରେସ ସମେତ ଅନେକ ଦଳ ବିରୋଧ କରୁଛନ୍ତି । ମାତ୍ର ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଥିବା ଶିବସେନା ଏହି ବିଲ୍‌କୁ ସମର୍ଥନ କରିଛି । ଶିବସେନା ନେତା ସଞ୍ଜୟ ରାଉତ ଏହି ବିଲ୍‌କୁ ନେଇ କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ବିରୋଧରେ ଶିବସେନା ସଦାସର୍ବଦା ରହିଛି । ମୁମ୍ବାଇକୁ ମଧ୍ୟ ବାଲାଂଦେଶୀଙ୍କ ସାମ୍ନା କରିବାକୁ ପଡିଛି। ରାଷ୍ଟ୍ରୀୟ ସୁରକ୍ଷା ଉପରେ କଥା ଆସିଲେ ଶିବସେନା ଯେକୌଣସି ଦଳ ହେଲେ ମଧ୍ୟ ସମର୍ଥନ କରିବ।

ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, ସମସ୍ତ ରାଜ୍ୟରେ ଏହି ବିଲ୍‌କୁ ନେଇ ରାୟ ଭିନ୍ନ ଭିନ୍ନ ପ୍ରକାରର ରହିଛି। ସମସ୍ତଙ୍କ ରାୟକୁ ଗ୍ରହଣ କରିବା ଆବଶ୍ୟକ ରହିଛି । ଏହି ବିଲ୍‌ ସଂସଦେରେ ପାରିତ ହୋଇ ଆଇନରେ ପରିଣତ ପରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଦୃଷ୍ଟିକୋଣରୁ ନିର୍ଯ୍ୟାତିତ ହିନ୍ଦୁ, ଶିଖ, ଇସାଇ, ପାର୍ସି, ଜୈନ ଓ ବୌଦ୍ଧ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇପାରିବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସ୍ବତନ୍ତ୍ର ଶ୍ରେଣୀର ଓ ଅବୈଧ ପ୍ରବାସୀଙ୍କୁ ନାଗରିକତା ପତ୍ର ପ୍ରଦାନ କରିବାକୁ ଉଦ୍ଦିଷ୍ଟ ଅଧିନିୟମ 1955ର ସଂଶୋଧନ କରିବା ଏହି ବିଲ୍‌ର ଲକ୍ଷ୍ୟ । ଏହି ବିଲ୍‌ରେ ମୁସଲିମଙ୍କୁ ସାମିଲ କରାଯାଇନଥିବାରୁ ବିପକ୍ଷ, ସଂଖ୍ୟାଲଘୁ ସଙ୍ଗଠନ ଓ ଅନ୍ୟ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିରୋଧି ଏହି ବିଧେୟକକୁ ବିରୋଧ କରିବାର କାରଣ, ଏହା ସମ୍ବିଧାନର ବିରୋଧ ରହିଛି। ସମ୍ବିଧାନରେ ଧର୍ମର ଆଧାରରେ କୌଣସି ନାଗରିକ ସହ ଭେଦଭାବ ବିଚାର କରାଯାଇପାରିବା ଅଧିକାର କୌଣସି ଦଳ ବା ବ୍ୟକ୍ତି ବିଶେଷ ପାଖରେ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.