ETV Bharat / bharat

ପାୱାର ପାଇଁ ମିଟିଂ! ଶରଦ ପାୱାରଙ୍କୁ ଭେଟିଲେ ଶିବସେନା ନେତା ସଞ୍ଜୟ ରାଉତ - ଶିବସେନା ନେତା ସଞ୍ଜୟ ରାଉତ

ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି। ଏହାକୁ ପାୱାର ପାଇଁ ପାୱାରପୁଲ ମିଟିଂ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 31, 2019, 11:15 PM IST

ମୁମ୍ବାଇ: ନିର୍ବାଚନ ସରିଛି । ଫଳାଫଳ ବାହାରି ସାରିଛି । ମାତ୍ର ନିର୍ବାଚନ ରେଜଲ୍ଟ ବାହାରିବାର 5ଦିନ ବିତିଗଲାଣି । ହେଲେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଙ୍କ କଷା ଏବେ ମଧ୍ୟ ଚାଲିଛି । 50-50 ଫର୍ମୁଲାରେ ଅଡି ବସିଛି ଶିବସେନା । ଏପଟେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାଭୀୟ ସ୍ତିର, ନିଶ୍ଚିତ । ସରକାର ଗଠନକୁ ନେଇ ଏବେ ଚିତ୍ର ଅସ୍ପଷ୍ଟ । ଏହା ଭିତରେ ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିଛନ୍ତି। ଏହାକୁ ପାୱାର ପାଇଁ ପାୱାରପୁଲ ମିଟିଂ ବୋଲି କୁହାଯାଉଛି ।

shiv sena sanjay raut meets sharad pawar
ଫଟୋ ସୌଜନ୍ୟ: ଏଏନଆଇ

ଶିବସେନା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ ବଳ ବୁଦ୍ଧି ପ୍ରୟୋଗ କରିବା ଜାରି ରଖିଛି । କଂଗ୍ରେସ , ଏନସିପିକୁ ହାତ କରି ବହୁମତ ହାସଲ କରି ସରକାର ଗଢିବା ମଧ୍ୟ ଖଣ୍ଡନ କରାଯାଇ ନପାରେ । ଗୁରୁବାର ଶରଦ ପାୱାରଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଦେଇଥିବା କଥା କହିଛନ୍ତି ସଞ୍ଜୟ । ଏହାଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା । ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ଏବେ ଶିବସେନା ପ୍ରମୁଖ ନିଜ ପୁତ୍ର ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ କଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.