ETV Bharat / bharat

ଶିବସେନା-କଂଗ୍ରେସ-ଏନସିପି ସୁବିଧାବାଦୀ ମେଣ୍ଟ, ରାଜ୍ୟ ପ୍ରତି ବିପଦ: ଗଡ଼କରୀ

ଶୁକ୍ରବାର ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବରେ ସରକାର ଗଠନ ନେଇ ବୈଠକ ଡାକିଛନ୍ତି । ତିନି ଦଳ ସରକାର ଗଠନ କରିବା ଏକପ୍ରକାର ସ୍ଥିର ନିଶ୍ଚିତ ଭଳି ପ୍ରତୀୟମାନ ହେଉଛି । ଏପରି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ ତିନି ଦଳ ମେଣ୍ଟର ଭବିଷ୍ୟତକୁ ନେଇ ରହିଛି । ଅଧିକ ପଢନ୍ତୁ...

author img

By

Published : Nov 22, 2019, 5:27 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିର୍ଣ୍ଣୟ ଖୁବଶୀଘ୍ର ଆସିବା ସ୍ପଷ୍ଟ ଦିଶୁଛି । ଏନେଇ ଶୁକ୍ରବାର ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବରେ ସରକାର ଗଠନ ନେଇ ବୈଠକ ଡାକିଛନ୍ତି । ତିନି ଦଳ ସରକାର ଗଠନ କରିବା ଏକ ପ୍ରକାର ସ୍ଥିର ନିଶ୍ଚିତ ଭଳି ପ୍ରତୀୟମାନ ହେଉଛି । ଏପରି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ ତିନି ଦଳ ମେଣ୍ଟର ଭବିଷ୍ୟତକୁ ନେଇ ରହିଛି । ନିଜ ନିଜ ସୁବିଧା ପାଇଁ ସୁବିଧାବାଦୀ ଦଳ ବେଶି ଦିନ ତିଷ୍ଠି ପାରିବ ନାହିଁ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଶୁକ୍ରବାର ରାଞ୍ଚିରେ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେବାକୁ ଆସିବା ଅବସରରେ ନୀତିନ ଗଡକରୀ କହିଛନ୍ତି ଯେ, ଏହି ମେଣ୍ଟ ମହାରାଷ୍ଟ୍ରକୁ ସ୍ଥିର ସରକାର ଦେଇପାରିବ ନାହିଁ । ଏହି ସରକାରର ଆୟୁଷ 6 ମାସରୁ ଅଧିକ ନୁହେଁ ବୋଲି ସେ କହିଛନ୍ତି । ତିନି ଦଳର ବୈଚାରିକ ମତଭେଦ ରହିଛି, ଯାହା ଆଗକୁ ମେଣ୍ଟ ସରକାରକୁ ଅକଳିଆ ପରିସ୍ଥିତିରେ ପକାଇବ ।

ଏହାସହ ସେ ଆହୁରି କହିଛନ୍ତି ଯେ, ବିଜେପି ଓ ଶିବସେନାର ମେଣ୍ଟ ହିନ୍ଦୁତ୍ବ ବିଚାରଧାରା ଉପରେ ଆଧାରିତ ରହିଥିଲେ ଏବେ ମଧ୍ୟ ଶିବସେନା-ବିଜେପି ମଧ୍ୟରେ ବୈଚାରିକ ମତଭେଦ ନାହିଁ । ଏହି ଭଳି ମେଣ୍ଟ ଭାଙ୍ଗିବା କେବଳ ଦେଶର ନୁହେଁ ବରଂ ହିନ୍ଦୁତ୍ବ ଓ ମହାରାଷ୍ଟ୍ର ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.