ETV Bharat / bharat

ଲୋକସଭା ଉପ-ବାଚସ୍ପତି ରେସରେ ଶିବସେନା ! - shiv sena

ଲୋକସଭା ଉପ-ବାଚସ୍ପତି ପାଇଁ ଦାବି କଲା ଶିବସେନା । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଠନ କରି ନିର୍ବାଚନ ଲଢିଥିବାରୁ ଶିବସେନା ଉପ-ବାଚସ୍ପତି ପାଇଁ ଦାବିଦାର ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ।

ଫାଇଲ ଫଟୋ
author img

By

Published : Jun 6, 2019, 5:00 PM IST

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ପୁଣି ନିଜ ଶାସନ ଗାଦିକୁ ଫେରିଛି । ସେପଟେ ଦେଶର ଅଧିକାଂଶ ସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ବିଜେପି ନେତାମାନେ ନିଜ ନିଜର ପଦ ପାଇଁ କେନ୍ଦ୍ରକୁ ଦାବି କରୁଛନ୍ତି । ଏହିକ୍ରମରେ ସାମିଲ ହୋଇଛି ଶିବସେନା । କେନ୍ଦ୍ର ଏବଂ ମହାରାଷ୍ଟ୍ରର ବିଜେପିରେ ସାମିଲ ଶିବସେନାରୁ ଲୋକସଭା ଉପ-ବାଚସ୍ପତି ପଦ ଦାବି କରାଯାଇଛି । ଏନେଇ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଏଭଳି ଦାବି କରିବା ଆମର ଅଧିକାର ଅଛି ।

ସଞ୍ଜୟ ରାଉତ କହିଛନ୍ତି, ‘ଉପାଧ୍ୟକ୍ଷ ପଦ ପାଇଁ ଏହା ଏକ ଦାବି ନୁହେଁ ବରଂ ଏହା ଆମ ଅଧିକାର । ଆମର 18 ସାଂସଦ ଅଛନ୍ତି । ଏହି ପଦ ଶିବସେନା ଖାତାରେ ଆସିବା ଆବଶ୍ୟକ । ଆମେ ମହାରାଷ୍ଟ୍ରରେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢିଛୁ ।’ ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ ବିଜେପି ଏବଂ ଶିବସେନା ମେଣ୍ଟ ନିର୍ବାଚନ ଲଢିଛନ୍ତି । ସମୁଦାୟ 48 ଆସନରେ ଶିବସେନା 18 ଏବଂ ବିଜେପି 23 ଆସନରେ ବିଜୟ ହାସଲ କରିଛି ।

ମୋଦି କ୍ୟାବିନେଟରେ ଶିବସେନାଙ୍କ କୋଟା ଜରିଆରେ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଶିବସେନା ସାଂସଦ ଅରବିନ୍ଦ ସାୱନ୍ତଙ୍କୁ ଭାରି ଶିଳ୍ପ ମନ୍ତ୍ରାଳୟ ପଦବୀ ଦିଆଯାଇଛି । ଏବେ ଶିବସେନା ଉପ-ବାଚସ୍ପତି ପଦ ପାଇଁ ଦାବି କରିଛନ୍ତି ।

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.