ETV Bharat / bharat

ମହାରାଷ୍ଟ୍ରରେ ମାତ୍ର 10ଟଙ୍କାରେ ମିଳିବ ମିଲ୍ - 'ଶିବ ଭୋଜନ'

'ଶିବ ଭୋଜନ' ଯୋଜନାକୁ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ । 10 ଟଙ୍କାରେ ମିଳିବ ସାଧାରଣ ନାଗରିକଙ୍କୁ ଭୋଜନ । ଅଧିକ ପଢନ୍ତୁ...

shiv-bhojan
ମହାରାଷ୍ଟ୍ରରେ କେବଳ 10 ଟଙ୍କାରେ ମିଳିବ 'ଶିବ ଭୋଜନ'
author img

By

Published : Dec 25, 2019, 10:00 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଗରିବଙ୍କୁ ଏବେ ମିଳିବ କେବଳ 10 ଟଙ୍କାରେ ଭୋଜନ । ଉଦ୍ଧବ ସରକାରଙ୍କ କ୍ୟାବିନେଟ ବୈଠକରେ ମଙ୍ଗଳବାର ଶିବ ଭୋଜନ ଯୋଜନାକୁ ମଞ୍ଜୁରୀ ମିଳିଛି । ମହାରାଷ୍ଟ୍ର ସରକାରର ଏହି ପାଇଲଟ ପ୍ରୋଜେକ୍ଟ ପାଇଁ ପ୍ରଥମ 3 ମାସରେ 6 କୋଟି 48 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଶିବ ଭୋଜନ ଯୋଜନାର ପ୍ରଥମ ପର୍ଯ୍ୟାୟରେ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଭୋଜନାଳୟ ଆରମ୍ଭ କରାଯିବ । ଏହି ଭୋଜନାଳୟରେ 500 ଥାଳିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।

1995ରେ ଝୁନକା-ଭାକର କେନ୍ଦ୍ର ଆରମ୍ଭ ହୋଇଥିଲା

ଶିବସେନା ନିଜ ଘୋଷଣା ପତ୍ରରେ ସାଧାରଣ ନାଗରିକଙ୍କୁ 10 ଟଙ୍କାରେ ଭୋଜନ ଦେବା ନେଇ ପ୍ରତିଶୃତି ଦେଇଥିଲା । ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି । ପୂର୍ବରୁ ଶିବସେନା ଓ ବିଜେପି ସରକାର ସମୟରେ ଝୁନକା-ଭାକର କେନ୍ଦ୍ର ଆରମ୍ଭ ହୋଇଥିଲା । ଏବେ ଶିବସେନା ଦେବ ଶିବ ଭୋଜନ ଥାଳି ।

10 ଟଙ୍କାର ଶିବ ଭୋଜନ ଥାଳିରେ କଣ ମିଳିବ?

ଠାକରେ ସରକାରଙ୍କ ଏହି 10 ଟଙ୍କା ଥାଳିରେ 30 ଗ୍ରାମର 2ଟି ରୋଟି, ଗୋଟିଏ ଗିନାରେ 100 ଗ୍ରାମ ତରକାରୀ, 150 ଗ୍ରାମ ଭାତ, ଗୋଟିଏ ଗିନା 100 ଗ୍ରାମ ଡାଲି ସହ ଶିବ ଭୋଜନ ଥାଳି 10 ଟଙ୍କାରେ ଦିଆଯିବ । ଏହି ଭୋଜନାଳୟ ଦିନ 12ଟାରୁ 2ଟା ଯାଏଁ ଖୋଲା ରହିବ ।

ପ୍ରତି ଥାଳି ଉପରେ 10 ଟଙ୍କା ନିଆଯିବ

ଶିବ ଭୋଜନ ଥାଳିର ଦାମ ସହରାଞ୍ଚଳରେ 50ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳରେ 35 ଟଙ୍କା ରହିବ । ହେଲେ ଗ୍ରାହକଙ୍କଠାରୁ ମାତ୍ର 10 ଟଙ୍କା ନିଆଯିବ । ଜିଲ୍ଲାପାଳଙ୍କ ମାଧ୍ୟମରେ ଏହି ଅନୁଦାନ ଅର୍ଥ ଭୋଜନାଳୟକୁ ଦିଆଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.