ETV Bharat / bharat

କୋରୋନା ଯୋଦ୍ଧା ଶୀତଳ, ଗରିବ ଲୋକଙ୍କୁ ଦେଉଛନ୍ତି ମାଗଣା ଅଟୋ ସେବା

author img

By

Published : Apr 21, 2020, 12:30 PM IST

ମହାରାଷ୍ଟ୍ରର ଅଟୋ ଡ୍ରାଇଭର ଶୀତଲ ସରୋଡେ । ଜରୁରୀ ସମୟରେ ତାଙ୍କ ଅଟୋରେ ଗରିବ ଲୋକଙ୍କୁ ନିଃଶୁଳ୍କ ଯାତ୍ରା କରାଉଛନ୍ତି । ଅଧିକ ପଢନ୍ତୁ....

Shital Sarode
କୋରୋନା ଯୋଦ୍ଧା ଶୀତଳ

ମୁମ୍ବାଇ: ସାରା ଦେଶରେ କାୟା ମେଲିଛି କୋରୋନା ଭୂତାଣୁ । ସେଥିମଧ୍ୟରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମହାରାଷ୍ଟ୍ର ରାଜ୍ୟ । ଯେଉଁଠି ଭୟଙ୍କର ରୂପେ କୋରୋନା କାୟା ବିସ୍ତାର କରୁଛି । ଏହିଭଳି ପରିସ୍ଥିତିରେ ଲୋକେ ବାହାରିବାକୁ ଡରୁଥିବାବେଳେ, କୋରୋନା ଯୋଦ୍ଧା ସାଜି ପୋଲିସ, ସ୍ବାସ୍ଥ୍ୟକର୍ମୀ,ସମ୍ବାଦଦାତା, ସଫେଇ କର୍ମଚାରୀ ସେମାନଙ୍କର ସେବା ଜାରି ରଖିଛନ୍ତି ।

ସେହିପରି ଆଉ ଏକ କୋରୋନା ଯୋଦ୍ଧା ସାମ୍ନାକୁ ଆସିଛନ୍ତି । ଯିଏ ନିଃସ୍ବାର୍ଥପର ଭାବେ ଲୋକଙ୍କୁ ସେବା କରିଚାଲିଛନ୍ତି । ନିଜ ଜୀବନ ପ୍ରତି ଲୋଭ ନରଖି ନିଜ କର୍ତ୍ତବ୍ୟ ପାଳନ କରୁନ୍ତି । ତେବେ ସେଭଳି ଏକ ବ୍ୟକ୍ତିତ୍ବ ହେଉଛନ୍ତି ମହାରାଷ୍ଟ୍ରର ଜଣେ ମହିଳା ଅଟୋ ଡ୍ରାଇଭର ଶିତଲ ସରୋଡେ ।

ଶୀତଲ କୋରୋନା ଲକଡାଉନ୍ ମଧ୍ୟରେ ଅଭାବୀ ଲୋକଙ୍କୁ ମାଗଣା ସେବା ଯୋଗାଉଛନ୍ତି । ସେ କୁହନ୍ତି, "କୋରୋନା ଯୋଗୁଁ ଲକଡାଉନ ସମୟରେ କୌଣସି ଗାଡିଟିଏ ମିଳିବା କଷ୍ଟକର, ତେଣୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମଧ୍ୟ ଗାଡି ଖୋଜିବା କଷ୍ଟକର ଅଟେ । ମୁଁ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦିଏ " ।

ସୌଜନ୍ୟ: @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.